ମଣିଷ - ମେସିନ : ବୁଦ୍ଧିମାନ କିଏ?


ଜିଓପାଡି ହେଉଛି ଆମେରିକା ଟେଲିଭିଜନ କୁଇଜ୍‌ର ସର୍ବଶ୍ରେଷ୍ଠ ପ୍ରତିଯୋଗିତା। ୧୯୬୪ ମସିହାରେ ଆମେରିକାନ୍ ଟେଲିଭିଜନ୍ ଏନ୍‌ବିସିରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ୭୦୦୦ ଅଧ୍ୟାୟ ପ୍ରଦର୍ଶନ କରି ସବୁଠାରୁ ଲୋକପ୍ରିୟ ସିରିଜ୍ ଭାବେ ପରିଚିତ। ଏଥିରେ ପ୍ରତିଯୋଗୀମାନଙ୍କୁ ଖେଳ, ସାହିତ୍ୟ, ସିନେମା, ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଶ୍ନ ପଚରାଯାଏ। ସଠିକ ଉତ୍ତର ଦେଇଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଏ (ଆମ ଦେଶର ‘କୌନ ବନେଗା କରୋଡପତି’ ଭଳି)।

୨୦୧୧ ମସିହାରେ ଏଥିରେ ଜଣେ ଅଦ୍ଭୁତ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ - ଆଇବିଏମ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଗୋଟିଏ କମ୍ପ୍ୟୁଟର, ନାମ ୱାଟସନ୍। ସେତେବେଳକୁ  କେନ୍ ଜେନିଙ୍ଗସ୍ ଏବଂ ବ୍ରାଡ୍ ରାଡର୍ ନାମକ ଦୁଇଜଣ ପ୍ରତିଯୋଗୀ ୫ ମିଲିୟନ ଡଲାର ପୁରସ୍କାର ରାଶି ସଂଗ୍ରହ କରି ବିଶ୍ୱରେ ପ୍ରସିଦ୍ଧ ହୋଇ ସାରିଥିଲେ। ୨୦୧୧ ମସିହାରେ ଏହି ତିନିଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହେଲା। ଏଥି ନିମନ୍ତେ ୱାଟସନ୍‌ରେ ୨୦ କୋଟି ପୃଷ୍ଠାର ତଥ୍ୟ ଚାରି ଟେରାବାଇଟ ଡିସ୍କରେ ଗଚ୍ଛିତ କରାଯାଇଥିଲା। ପ୍ରତିଯୋଗିତା ସମୟରେ ଏହି କମ୍ପ୍ୟୁଟରକୁ ଇଣ୍ଟରନେଟ ସହିତ ସଂଯୋଗ କରାଯାଇ ନ ଥିଲା। ୱାଟସନ୍‌ର ଉତ୍ତର ଜାଣିବା ପାଇଁ ଟେଲିଭିଜିନ ପରଦାରେ ଦୁଇଟି ସଙ୍କେତ ଥିଲା। ସଠିକ ଉତ୍ତର ନିମନ୍ତେ - ସବୁଜ ଓ ଭୁଲ ଉତ୍ତର ନିମନ୍ତେ ହଳଦିଆ। ପ୍ରଶ୍ନଟି ଶୁଣିସାରିବା ପରେ ଠିକ୍ ମଣିଷଙ୍କ ଭଳି ଏହା ଚିନ୍ତାକରୁଥିଲା। ସମୟ ନେଉଥିଲା ଏବଂ ଉତ୍ତର ଦେଉଥିଲା। ଶେଷରେ ଦୁଇ ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକାଇ ୱାଟସନ୍ ବାଜି ଜିତିଗଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ