ଏହି ଆଇଏଏସ୍‌ ଟପ୍ପରଙ୍କୁ ହାର୍ଭାର୍ଡରୁ ମିଳିଥିଲା ୧୭୦ରୁ ୧୭୧ ମାର୍କ


ଆଇଆଇଟିରୁ ପଢ଼ି ୨୦୦୨ ବ୍ୟାଚରେ ଆଇଏଏସ୍‌ ଅଫିସର ଅଙ୍କୁର ଗର୍ଗ ପରୀକ୍ଷାରେ ମୋଟ ୧୭୦ ମାର୍କରୁ ୧୭୧ ମାର୍କ ରଖି ସମସ୍ତଙ୍କୁ ଚମକାଇ ଦେଇଥିଲେ। ପୁଣିଥରେ ସେ ପ୍ରମାଣିତ କରାଇ ଦେଇଥିଲେ ଯେ ମଣିଷ ପ୍ରକୃତରେ ଯାହା ଚାହିଁବ, ତାହା କରିଦେଇପାରିବ। ଅଙ୍କୁର ଗର୍ଗଙ୍କୁ ମାଇକ୍ରୋ ଇକୋନୋମିକ୍ସ ପେପରରେ ୧୭୦ ମାର୍କର ପରୀକ୍ଷାରେ ୧୭୧ ମାର୍ଗ ମିଳିଥିଲା। ଅଙ୍କୁର ନିଜର ଫେସବୁକରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି ଯେ ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି, ସେତେବେଳୁ ମୋର ବାପା ମୋତେ କହିଆସିଛନ୍ତି ଯେ ପରୀକ୍ଷାରେ ୧୦ରୁ ୧୦ ଆଣିବା କିଛି ବଡ଼କଥା ନୁହେଁ। କିନ୍ତୁ ୧୦ରୁ ୧୧ ମାର୍କ ପାଇଁ ପ୍ରୟାସ କରିବା ଉଚିତ। ବାପାଙ୍କର ଏହି କଥା ମୋର ଛାତ୍ର ଜୀବନ ଶେଷ ବେଳକୁ ମିଳିଥିଲା। ଶେଷରେ ମୋତେ ମାଇକ୍ରୋ ଇକୋନୋମିକ୍ସ ପାଠ୍ୟକ୍ରମରେ ୧୭୦ରୁ ୧୭୧ ମାର୍କ ମିଳିଥିଲା। ମାର୍କଶିଟ୍‌ରେ ଜେଫ୍ରି ଫ୍ରେଙ୍କଲଙ୍କ ସ୍ବାକ୍ଷର ଥିଲା। ସେଥିରେ ତାଙ୍କର ସ୍ବାକ୍ଷର ମୋତେ ଭାବାବେଗ କରିଦେଇଥିଲା। ମୁଁ ଏହି ମାର୍କଶିଟ୍‌କୁ ମୁଁ ମୋର ବାପାଙ୍କ ପାଇଁ ଉତ୍ସର୍ଗ କରୁଛି ବୋଲି ଅଙ୍କୁର ନିଜ ଫେସବୁକ ସାଇଟରେ ଦର୍ଶାଇଥିଲେ।

ସୂଚନାଯୋଗ୍ୟ ଯେ ଜେଫ୍ରି ଫ୍ରିଙ୍କେଲ ଜଣେ ଖ୍ୟାତନାମା ମାଇକ୍ରୋ ଇକୋନୋମିଷ୍ଟ। ସେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର କେନେଡ଼ି ସ୍କୁଲ ଅଫ ଗଭର୍ଣ୍ଣମେଣ୍ଟରେ କ୍ୟାପିଟାଲ ପ୍ଲାଣ୍ଟେସନ ଆଣ୍ଡ ଗ୍ରୋଥର ପ୍ରଫେସର ହୋଇଥିବା ବେଳେ ଅଙ୍କୁର ଆଇଆଇଟି ଦିଲ୍ଲୀରେ ଶିକ୍ଷା ସମାପ୍ତ କରିଛନ୍ତି। ଅଙ୍କୁର ମାତ୍ର ୨୨ ବର୍ଷ ବୟସରେ ଆଇଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିଥିଲେ। ସବୁଠୁ କମ୍‌ ବୟସରେ ଆଇଏଏସ୍‌ ହେବାରେ ଅଙ୍କୁର ଯେଉଁ ସଫଳତା ଅର୍ଜିଥିଲେ, ତାହା ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇ ରହିଛି।

ପଞ୍ଜାବର ପଟିଆଲାରେ ଜନ୍ମିତ ଅଙ୍କୁର ଏବେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ମାଇକ୍ରୋ ଇକୋନୋମିକ୍ସ ବିଷୟରେ ଏମ୍‌ଏ ପଢ଼ୁଥିବା ବେଳେ ନିଜର ପାଠ୍ୟକ୍ରମରେ ପୂର୍ଣ୍ଣସଂଖ୍ୟା ଠାରୁ ଅଧିକ ମାର୍କ ଆଣିବା ଘଟଣାକୁ ସୋସାଲ ମିଡିଆରେ ପ୍ରକାଶ କରି ଏହାର ଶ୍ରେୟ ନିଜ ପିତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

ଅଙ୍କୁର ମହିନ୍ଦ୍ରା କଲେଜରୁ ଯୁକ୍ତ ଦୁଇ ପାଠ୍ୟକ୍ରମ ପରେ ଦିଲ୍ଲୀ ଆଇଆଇଟିରୁ ବିଟେକ୍‌ ଶିକ୍ଷା ସମାପ୍ତ କରିଥିଲେ। ନିଜର ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିଲେ। ୧୯୯୮ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦାନ କରିବାର ଲକ୍ଷ୍ୟ ରଖିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ