ପାଠର ପାହାଚ ତଳକୁ ତଳକୁ!

ଦ୍ରୁତଗତିରେ ହ୍ରାସ ପାଉଥିବା ଶିକ୍ଷଣ ସ୍ଥିତି ପାଇଁ ଦାୟୀ କିଏ?

ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ପିଲାମାନେ ଓ କେତେକଙ୍କ ନିମ୍ନମାନର ପ୍ରଦର୍ଶନ
ଦେଶର ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ସ୍ଥିତିକୁ ନେଇ ପୁଣିଥରେ ପ୍ରକାଶ ପାଇଛି ଆନୁଆଲ ଷ୍ଟାଟସ ଏଜୁକେଶନ ରିପୋର୍ଟ (ଆସର) ୨୦୧୬ ରିପୋର୍ଟ। ୨୦୦୫ ଠାରୁ ‘ପ୍ରଥମ’ ନାମକ ଏକ ସଙ୍ଗଠନ ଜାତୀୟ ସ୍ତରରେ ଏହି ରିପୋର୍ଟ ପ୍ରକାଶ କରିଆସୁଛି। ଏହି ତଥ୍ୟ ଅନୁସାରେ ମୋଟାମୋଟି ଭାବେ ଆଦୌ ବିଦ୍ୟାଳୟକୁ ଯାଉ ନ ଥିବା ପିଲାମାନଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ଅର୍ଥାତ୍‌ ବିଦ୍ୟାଳୟରେ ଅଧିକ ପିଲା ଭର୍ତ୍ତି ହେଉଛନ୍ତି।
କିନ୍ତୁ ସରକାରୀ ବିଦ୍ୟାଳୟ ଅପେକ୍ଷା ଘରୋଇ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି।  ଅପରପକ୍ଷେ ବିଭିନ୍ନ ଶ୍ରେଣୀରେ ପିଲାମାନଙ୍କର ପଢ଼ିବା, ଲେଖିବା ଏବଂ ସାଧାରଣ ଗଣିତ କଷିବାର କ୍ଷମତା କମୁଥିବାରୁ ଏହା ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୪୮ପ୍ରତିଶତ ପିଲାମାନଙ୍କ ପାଇଁ ତୃତୀୟ ଶ୍ରେଣୀର ପାଠ ପଢ଼ିବା କଷ୍ଟକର ହୋଇପଡ଼ିଛି। ଉପର ସ୍ତରରେ ଗଣିତ ଏବଂ ଇଂରାଜୀ ବିଷୟଗୁଡ଼ିକରେ ପିଲାମାନଙ୍କ ସ୍ଥିତି ଆହୁରି ଖରାପ। 
‘ଆସର୍’ ଭଳି ଏନ୍‌ସିଇଆର୍‌ଟି ତରଫରୁ ମଧ୍ୟ ୨୦୦୧ ମସିହାରୁ ନ୍ୟାସନାଲ୍ ଆଚିଭ୍‌ମେଣ୍ଟ ସର୍ଭେ (ଏନ୍ଏଏସ୍) କରାଯାଉଛି। ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ହେଉଥିବା ଏହି ସର୍ଭେ ଓ ଆସର୍ ମଧ୍ୟରେ ନମୁନା ଓ ପଦ୍ଧତିରେ ଫରକ ରହିଥିଲେ ମଧ୍ୟ ଦୁଇଗୋଟି ରିପୋର୍ଟର ତଥ୍ୟରେ କିଛି ସମାନତା ରହିଛି। 
ଏହି ଦୁଇଟି ରିପୋର୍ଟ ଅନୁସାରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କର ମୁଖ୍ୟତଃ ଗଣିତ ଏବଂ ଭାଷା ବିଷୟରେ ଶିକ୍ଷଣର ସ୍ତର ଲଗାତର କମି କମି ଆସୁଛି। ‘ଆସର୍’ ରିପୋର୍ଟ ଅନୁସାରେ ଗତ ଦଶବର୍ଷ ମଧ୍ୟରେ ଶିକ୍ଷଣର ସ୍ଥିତିକୁ ନେଇ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ଆସି ନାହିଁ।
କଥା ହେଉଛି ଶିକ୍ଷକ ଶିଖାଇବେ ଏବଂ ଛାତ୍ରଛାତ୍ରୀମାନେ ଶିଖିବେ ନାହିଁ, ଏହା ଅସମ୍ଭବ। ଏହାର ଅର୍ଥ ଶିକ୍ଷକଙ୍କ ଶିଖାଇବାର ପଦ୍ଧତିରେ ନିଶ୍ଚିତ ଭାବେ କିଛି ତ୍ରୁଟି ରହିଯାଉଛି। ଅବଶ୍ୟ ଏହା ଠିକ୍ ନୁହେଁ ଯେ ଶିକ୍ଷଣର ଦୁର୍ବଳ ସ୍ଥିତି ପାଇଁ କେବଳ ଶିକ୍ଷକମାନେ ହିଁ ଦାୟୀ। ଏପରି ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ନିଜର କାର୍ଯ୍ୟ ପ୍ରତି ଯଥେଷ୍ଟ ସମ୍ବେଦନଶୀଳ। 
ପିଲାମାନଙ୍କର ପଢ଼ିବା ଓ ଶିଖିବାର ସ୍ତର ହ୍ରାସ ପାଇବା ସମଗ୍ର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷା ପରିବେଶ ପାଇଁ ଏକ ପ୍ରଶ୍ନବାଚୀ। ଏହାକୁ ସୁଧାରିବା ପାଇଁ ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ହେବ। ପ୍ରତ୍ୟେକ ସ୍ତରରେ ଉତ୍ତମ ଏବଂ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏବଂ ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତି ଦେବାକୁ ପଡ଼ିବ। 
ଦ୍ୱିତୀୟତଃ ଶିକ୍ଷା ବ୍ୟବସ୍ଥାରେ ଥିବା ଅସମାନତାକୁ ଦୂର କରିବାକୁ ହେବ। ଭିନ୍ନ ଭିନ୍ନ ବିଦ୍ୟାଳୟ ଓ ତତ୍‌ସଂଲଗ୍ନ ସୁବିଧା ସୁଯୋଗରେ ଥିବା ଭିନ୍ନତା ସାଙ୍ଗକୁ ବିଭିନ୍ନ ପ୍ରକାରର ଶିକ୍ଷକ, ସେମାନଙ୍କ ଦରମା ଓ ନିଯୁକ୍ତି ନିୟମାବଳୀରେ ଥିବା ତାରତମ୍ୟକୁ ଦୂର କରିବାକୁ ପଡ଼ିବ। ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବା ପାଇଁ  ନିରନ୍ତର ଓ ବ୍ୟାପକ ମୂଲ୍ୟାୟନର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। 
ଶିକ୍ଷା ଅଧିକାର ଆଇନରେ ଉଲ୍ଲେଖ ଥିବା ଏହି ବିଷୟରେ ଶିକ୍ଷକଙ୍କର ଭିନ୍ନ ଭିନ୍ନ ବୁଝାମଣାକୁ ଦୂର କରିବା ସଙ୍ଗେ ସଙ୍ଗେ ସଠିକ୍ କାର୍ଯ୍ୟାନ୍ବୟନ କରିବାକୁ ପଡ଼ିବ। ଏଥିପାଇଁ  ଲଗାତର ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ଓ କାର୍ଯ୍ୟ ତଦାରଖକୁ ସୁଦୃଢ଼ କରିବାକୁ ହେବ।


Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।
ପ୍ରମୋଦ ଡେଇଁପଡ଼ି ମୋତେ କୁଣ୍ଢାଇବେ ବୋଲି ଭାବି ନ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍‌ଏଲ୍‌୩ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।