ଗାନ୍ଧି କେମିତି ହେଲେ ମହାତ୍ମା


ହୁଏତ ଅନେକେ ଜାଣି ନ ଥିବେ ଯେ ଜାତିର ଜନକ ମୋହନ ଦାସ କରମଚନ୍ଦ ଗାନ୍ଧିରୁ କେମିତି ମହାତ୍ମା ହେଲେ ବୋଲି। କିଏ, କେବେ ତାଙ୍କୁ ଏହି ଆଖ୍ୟା ଦେଇଥିବାକୁ ନେଇ ମନରେ ଉଙ୍କିମାରେ ପ୍ରଶ୍ନ। ନୋବେଲ ବିଜେତା ବଙ୍ଗଳା ସାହିତ୍ୟ ଓ ସଙ୍ଗୀତ ଜଗତର ଅନନ୍ୟ ସ୍ରଷ୍ଟା ଗୁରୁ ରବୀନ୍ଦ୍ର ନାଥ ଟାଗୋର ମୋହନଦାସଙ୍କୁ ସର୍ବପ୍ରଥମେ ‘ମହାତ୍ମା’ ନାମରେ ସମ୍ବୋଧନ କରିଥିଲେ ବୋଲି ଶୁଣାଯାଏ।

କେତେକ ଲେଖକଙ୍କ ଅନୁଯାୟୀ ଗୁରୁ ରବୀନ୍ଦ୍ରନାଥ ଟାଗୋର ମୋହନଦାସ କରମଚନ୍ଦ ଗାନ୍ଧିଙ୍କୁ ୧୯୧୫ ମସିହା ମାର୍ଚ୍ଚ ୬ ତାରିଖରେ ସର୍ବପ୍ରଥମେ ମହାତ୍ମା ବୋଲି ଆଖ୍ୟା ଦେଇଥିଲେ। ଆଉ କେତେକ କହନ୍ତି, ୧୯୧୫ ଏପ୍ରିଲରେ ଗୁରୁକୁଳ କଙ୍ଗଡ଼ିର ବାସିନ୍ଦା ତାଙ୍କୁ ସର୍ବପ୍ରଥମେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ। ସେହିପରି ସାବରମତୀ ଆଶ୍ରମର ଏକ ଦସ୍ତାବିଜ ଅନୁଯାୟୀ ଗୋନ୍ଦଲ ରାସଶାଳାର ପ୍ରତିଷ୍ଠାତା ତାଙ୍କୁ ପ୍ରଥମେ ମହାତ୍ମା ଆଖ୍ୟା ଦେଇଥିଲେ। ତେବେ ବାପୁଙ୍କ ଉପାଧିକୁ ନେଇ ଭିନ୍ନ ଭିନ୍ନ ମତ ରହିଥିଲେ ହେଁ ତାଙ୍କୁ ମହାତ୍ମା ସମ୍ବୋଧନ କରାଯିବାର ଯଥାର୍ଥତା ରହିଛି। କାରଣ ଏହି ଯୋଗଜନ୍ମା ମହାପୁରୁଷ ସର୍ବପ୍ରଥମେ ସାରା ବିଶ୍ବକୁ ଅହିଂସାର ମହାମନ୍ତ୍ରରେ ଦୀକ୍ଷିତ କରାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।