ଷଷ୍ଠ ପ୍ରଳୟର ପ୍ରତୀକ୍ଷାରେ


ପ୍ରାୟ ୪ ବିଲିୟନ ବର୍ଷ ପୂର୍ବେ ପୃଥିବୀର ସୃଷ୍ଟି ବୋଲି ବୈଞାନିକମାନେ ଆକଳନ କରୁଛନ୍ତି। ଏହି ଦୀର୍ଘ ସମୟ ମଧ୍ୟରେ ପୃଥିବୀରେ ଜୀବଜଗତର ସୃଷ୍ଟି ହୋଇଛି। କିନ୍ତୁ ଜୀବନର ଧାରା କ୍ରମାଗତ ତିଷ୍ଠି ରହିବାକୁ ଅସମର୍ଥ ହୋଇଛି। ବୈଞାନିକଙ୍କ ମତରେ ଏହି ପୃଥିବୀରେ ୫ ଥର ପାଇଁ ଜୀବଜଗତ ସଂପୂର୍ଣ୍ଣ ଧ୍ୱଂସ ହୋଇଛନ୍ତି ଏବଂ ପୁନଶ୍ଚ ନୂତନ ଜୀବନର ସୃଷ୍ଟି ହୋଇଛି।

ପ୍ରାୟ ୪୬୦ ମିଲିୟନ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ପୃଥିବୀରୁ ଜୀବନର ଧାରା ଲୋପ ପାଇଲା। ଏହି ସମୟକୁ ଅର୍ଡୋଭିସିଆନ୍ କାଳ (Ordovician Period) ବୋଲି ଅଭିହିତ କରାଯାଇଛି। ଏହି ସମୟରେ ସମୁଦ୍ର ଗର୍ଭରେ ୮୫ ପ୍ରତିଶତ ଜୀବ ବାସ କରୁଥିଲେ। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ବଂଶ ଲୋପ ପାଇଲା। ଏହାର କାରଣ ଖୋଜିବା ସମ୍ଭବ ହୋଇନାହିଁ। ଶେଷ ତଥା ପଞ୍ଚମ ଥର ୨୫୦ ମିଲିୟନ ବର୍ଷ ପୂର୍ବେ ପୃଥିବୀରୁ ଜୀବଜଗତ ଲୋପ ପାଇଲେ। ଏହା ପର୍‌ମିଆନ ଏକ୍ସଟିଙ୍କସନ (Permian extinction) ନାମରେ ଅଭିହିତ। ବୈଞାନିକମାନେ ଆଉ ଗୋଟିଏ ବିନାଶର ସୂଚନା ଦେଉଛନ୍ତି। ନିକଟ ଭବିଷ୍ୟତରେ ଆଉ ଥରେ ପୃଥିବୀରୁ ଜୀବଜଗତ ଲୋପ ପାଇବ। ପୁରାଣ ଭାଷାରେ ଏହା ହିଁ ପ୍ରଳୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ