ଶୋଇଥିବା ଗାଁଟିଏ


କଜାଖସ୍ତାନ ରାଷ୍ଟ୍ରର ଅକମୋଲା ଅଞ୍ଚଳ ନିକଟରେ ଏସିଲ ଜିଲାର କଲାଚି ନାମରେ ଗୋଟିଏ ଛୋଟ ଗାଁ। ଜନସଂଖ୍ୟା ମାତ୍ର ୬୮୦। ୨୦୧୨ ମସିହାରେ ଏହି ଗାଁରେ ଗୋଟିଏ ଅଭିନବ ଦୃଶ୍ୟ ଦେଖାଦେଲା। ଗ୍ରାମବାସୀମାନେ ଗଭୀର ନିଦରେ ସପ୍ତାହ ବ୍ୟାପୀ ଶୋଇଲେ। ପିଲାମାନେ ସ୍କୁଲରେ ଶୋଇପଡିଲେ। ଯିଏ ଯେଉଁଠି ପାରିଲେ ଶୋଇଗଲେ। ନିଦରେ ଶୋଇଥିବାବେଳେ ବିଚିତ୍ର ଧରଣର ସ୍ବପ୍ନ ଦେଖିବାକୁ ଲାଗିଲେ। ଯେମିତି - ଆକାଶ ଛିଣ୍ଡିପଡୁଛି, ଖୁବ୍ ଜୋର୍‌ରେ ମାଟି ଫାଟି ସମସ୍ତେ ଗଳିପଡୁଛନ୍ତି ଇତ୍ୟାଦି। ପ୍ରାୟ ବର୍ଷକ ପରେ ସମସ୍ତଙ୍କର ସ୍ମରଣ ଶକ୍ତି ଧୀରେ ଧୀରେ କମିବାକୁ ଲାଗିଲା। ଡାକ୍ତରୀ ଚିକିତ୍ସା ଠାରୁ ଏହାର କାରଣ ସମ୍ପର୍କରେ କିଛି ପ୍ରମାଣ ମିଳିଲା ନାହିଁ।

ପୁରୁଖା ଲୋକମାନେ ଏହାକୁ ଈଶ୍ୱରଙ୍କ ଅଭିଶାପ ବୋଲି ଘୋଷଣା କଲୋ ଏମିତି ତିନି ବର୍ଷ ବିତିଗଲା ପରେ ସ୍ବତନ୍ତ୍ର ଟିମ୍ ଏହାର କାରଣ ଅନୁସନ୍ଧାନ ଆରମ୍ଭ କଲେ। ଜଣାପଡିଲା ଯେ ସେହି ଗାଁଟି ଗୋଟିଏ ୟୁରାନିୟମ ଖଣି ଉପରେ ଅବସ୍ଥିତ। ସୋଭିଏତ ସଂଘ ଅମଳରେ ସେହି ଖଣିରୁ ୟୁରାନିୟମ ଉତ୍ପାଦନ ହୋଇ ତାକୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଧୀରେ ଧୀରେ ସେଥିରୁ କାର୍ବନ ମନୋକ୍ସାଇଡ ଗ୍ୟାସ ନିର୍ଗତ ହେବାକୁ ଲାଗିଲା। ଏହା ହାଇଡ୍ରୋକାର୍ବନ ସହିତ ମିଶି ଅମ୍ଳଜାନ ସ୍ତରକୁ ଖସାଇଦେଲା। ଫଳରେ ସବୁ ପ୍ରକାର ବିଭ୍ରାଟ ଆରମ୍ଭ ହେଲା। ୨୦୧୫ ମସିହା ଜୁଲାଇ ମାସରେ ଏହି ତଥ୍ୟ ଜଣାପଡ଼ିବା ପରେ ସମସ୍ତ ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ