ଆଦିବାସୀ ଗାଁରେ ବଢ଼ୁଛି ରବର ଚାଷର ଆଦର

ଖୋଲିଛି ଲୋକଙ୍କୁ ରୋଜଗାର ଯୋଗାଇବାର ମାର୍ଗ

ଗଜପତି ଜିଲା ଗୁମ୍ମା ବ୍ଲକ୍‌ର ମୁନିର ସିଂ ହେଉଛି ଛୋଟ ଏକ ଆଦିବାସୀ ଗାଁ। ଗାଁରେ ସମୁଦାୟ ୪୨ ଘର। ରାଜ୍ୟର ଅନ୍ୟ ଆଦିବାସୀ ଗାଁଠାରୁ ଢେର ନିଆରା ଏହି ଗାଁ। ଏହି ଛୋଟ ଗାଁର ୧୦-୧୨ ଜଣ ପାରଳାଖେମୁଣ୍ଡିର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଛନ୍ତି। ୭-୮ ଜଣଙ୍କର ନିଜର ବାଇକ୍‌ ଅଛି। ଗାଁର ଯୁବକମାନେ ଭଲିବଲ୍‌, କ୍ରିକେଟ୍‌ ଖେଳୁଛନ୍ତି। ପକ୍କା ସଡ଼କ, ବିଶ୍ରାମ ଘର, ଶୌଚାଳୟ ସବୁକିଛି ବ୍ୟବସ୍ଥିତ ଭାବେ ଏଠାରେ ରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଗାଁରେ ପ୍ରତ୍ୟେକଙ୍କ ବାର୍ଷିକ ରୋଜଗାର ୨ ଲକ୍ଷରୁ ଊର୍ଦ୍ଧ୍ବ। ଏହା ସମ୍ଭବ ହୋଇଛି କେବଳ ରବର ଚାଷ ପାଇଁ।

ଗାଁର ଚାରିପଟେ ରହିଛି ରବରର ଜଙ୍ଗଲ। ଗାଁ ଭିତରେ ରବରର ନର୍ସରୀ ଓ ପ୍ରକ୍ରିୟାକରଣ କେନ୍ଦ୍ର। ପ୍ରତିମାସରେ ଆନ୍ଧ୍ରର ବେପାରୀ ଗାଁକୁ ଟ୍ରକ୍‌ ନେଇ ଆସନ୍ତି ରବର ନେଇଯିବା ଲାଗି। ଲୋକେ ରବରକୁ ପ୍ରକ୍ରିୟାକୃତ କରି ରଖିଥାନ୍ତି। ବେପାରୀ ଆସିଲେ ବିକନ୍ତି। ବିକ୍ରିର ସମସ୍ୟା କିଛି ନ ଥିବା କହନ୍ତି ଗାଁର ଜଣେ ରବର ଚାଷୀ ଥିଓଫିଲ ଗମାଙ୍ଗ।

ରବର ଚାଷ ପୂର୍ବରୁ ଗାଁରେ ବଗଡ଼ ଚାଷ ହେଉଥିଲା। ବିରି, କୋଳଥ, ମକା ଚାଷରୁ ଯାହା ଆୟ ହେଉଥିଲା, ସେଥିରେ ପରିବାର ଚଳାଇବା କଷ୍ଟ ଥିଲା। ୨୦ ବର୍ଷ ତଳେ ରବର ଚାଷ ଗାଁରେ ଆରମ୍ଭ ହୋଇଥିଲା। ପ୍ରଥମେ ୧୦-୧୨ ଜଣ ଲୋକ କେରଳରୁ ତାଲିମ ନେବା ପରେ ଆନ୍ଧ୍ରରୁ ଚାରା ଆଣି ଚାଷ ଆରମ୍ଭ କରିଥିଲେ। ଏବେ ଗାଁ ସାରା ସମସ୍ତଙ୍କର ରବର ଗଛ ଅଛି।

ଏହି ଚାଷ ଆମକୁ ଜୀବିକା ଦେଇଛି। ବଞ୍ଚିବାର ନୂଆ ବାଟ ଦେଖାଇଛି ବୋଲି କହନ୍ତି ମୁନିର ସିଂର ଗ୍ରାମବାସୀ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।