ସବୁଠାରୁ ମୂଲ୍ୟବାନ ପୁସ୍ତକ


୨୦୧୦ ମସିହାରେ ଗୋଟିଏ ପୁସ୍ତକ ନିଲାମ ହେଲା। ତାହାର ମୂଲ୍ୟ ୧୧.୫ ମିଲିୟନ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ  ୭୬ କୋଟି ୫୬ ଲକ୍ଷ ୬୯ ହଜାର ୪୨୫ କୋଟି ଟଙ୍କା ରହିଥିଲା। ଏ ପୁସ୍ତକ ହେଉଛି ଜନ୍ ଜେମସ୍ ଅଡୁବନଙ୍କର ‘ବାର୍ଡ୍‌ସ ଅଫ ଆମେରିକା’। ୧୮୨୭-୧୮୩୮ ଏହି ୧୧ ବର୍ଷ ମଧ୍ୟରେ ଅଡୁବନ୍ ଏହି ପୁସ୍ତକ ରଚନା କରିଥିଲେ। ବାସ୍ତବରେ ଏଥିରେ ଆମେରିକାର ବିଭିନ୍ନ ପ୍ରଜାତିର ଚଢ଼େଇଙ୍କ ସମ୍ପର୍କରେ ତଥ୍ୟ ଏବଂ ଚଢ଼େଇଙ୍କର ଚିତ୍ର ରହିଛି। ଆମେରିକାରେ ଏହାର ମୁଦ୍ରଣ ସମ୍ଭବ ନ ହେବାରୁ ଲେଖକ ଇଂଲଣ୍ଡ ଆସି ଏହା ପ୍ରକାଶ କରିଥିଲେ। ହାତ ତିଆରି କାଗଜରେ ମୁଦ୍ରିତ ଏହି ପୁସ୍ତକରେ ପ୍ଳେଟ ମାଧ୍ୟମରେ ଚଢ଼େଇଙ୍କ ଚିତ୍ର ମୁଦ୍ରଣ କରାଯାଇ ହାତରେ ରଂଗ ଦିଆଯାଇଥିଲା। ଏହାର ସମୁଦାୟ ୨୦୦ ପୁସ୍ତକ ମୁଦ୍ରିତ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ