କୋଣାର୍କ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା: କଥକ ନୃତ୍ୟରେ ରାଧାକୃଷ୍ଣଙ୍କ ରାସଲୀଳା


ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟ ମନ୍ଦିର ପାଦଦେଶ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା କୋଣାର୍କ ଉତ୍ସବର ରବିବାର ଥିଲା ଦ୍ବିତୀୟ ସନ୍ଧ୍ୟା। ଏହି ଦ୍ଵିତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କଥକ ନୃତ୍ୟର ତାଳ-ଲୟ-ଛନ୍ଦ ଓ ରସର ପରଶ ମୁକ୍ତାକାଶର ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା। ପ୍ରଥମ ପ୍ରସ୍ତୁତିରେ କଥକ ନୃତ୍ୟଶିଳ୍ପୀ ୟୁସ୍ମିନୀ ସିଂ ଓ ସାଥୀ କଳାକାରମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ‘ଦ ଡିଭାଇନ୍‌ କୃଷ୍ଣ’। ଗୋପାଙ୍ଗନା ପରିବେଷ୍ଟିତ ରାଧା-କୃଷ୍ଣଙ୍କ ରାସ ମାଧ୍ୟମରେ ଜୀବ ଓ ପରମଙ୍କ ମହାର୍ଘ୍ୟ ମିଳନର ଅବତାରଣ ହୋଇଥିଲା ନୃତ୍ୟ ସ୍ତବକ। ପରେ ପ୍ରକୃତି ଓ ପୁରୁଷର ମଳିନ ଆଧାରିତ ସୃଷ୍ଟି ତତ୍ତ୍ବକୁ ନେଇ ଶିବ ଓଁ, ଶକ୍ତିସ୍ବରୂପ ଶିବ ଓ ଶକ୍ତିଙ୍କ ସମ୍ମିଳିତ ଚେତନାର ବିବିଧ ସ୍ବରୂପକୁ ବଖାଣିଥିଲେ ନୃତ୍ୟଶିଳ୍ପୀ। କଥକର ଅନ୍ତିମ ପ୍ରସ୍ତୁତିରେ ଥିଲା ଅନୁଭୂତି। ଯାହା ରାଜପରିବାରର ସୃଷ୍ଟି କଥକର ସ୍ବତନ୍ତ୍ର ବିଭବକୁ ବ୍ୟକ୍ତ କରିଥିଲା।

ଦ୍ବିତୀୟାର୍ଦ୍ଧରେ ଓଡ଼ିଶୀ ନୃତ୍ୟର ପରିପାଟୀ ନେଇ ମଞ୍ଚକୁ ପ୍ରବେଶ କରିଥିଲେ ପ୍ରଖ୍ୟାତ ନୃତ୍ୟାଙ୍ଗନା ଶର୍ମିଳା ବିଶ୍ବାସ ଓ ସାଥୀ। ଶିବ-ପାର୍ବତୀ ଶଦ୍ଦରେ ତାଣ୍ଡବ ଓ ଲାସ୍ୟର ଯୁଗଳବନ୍ଦୀ ସୃଷ୍ଟି କରିବା ପରେ କୋଲାକାତାର ଓଡ଼ିଶୀ ଭିଜନ୍‌ ଆଣ୍ଡ ମୁମେଣ୍ଟ୍‌ ସେଣ୍ଟର୍‌ର ଶିଳ୍ପୀବୃନ୍ଦ ପ୍ରସ୍ତୁତ କରିଥିଲେ କଳାଶ୍ରୀ ପଲ୍ଲବୀ। ଉତ୍ସବର ଏହି ଦ୍ବିତୀୟ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳଯୋଗାଣ ଓ କୃଷି ସଶକ୍ତିକରଣ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ। ଏହି ସନ୍ଧ୍ୟାରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଵିଜୟ କୁମାର ନାୟକ, ପର୍ଯ୍ୟଟନ ବିଭାଗ ନିାର୍ଦଶକ ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ନିର୍ଦେଶକ ଉତ୍ପଳ କୁମାର ପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ. ଵିଜୟ କୁମାର ଜେନା ଓ ଡ. ସଙ୍ଗୀତା ଗୋସାଇଁ ପ୍ରମୁଖ ଯୋଗଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ