ସ୍ବପ୍ନର ସହର


ଅଙ୍ଗାର ଶୂନ୍ୟ ଏବଂ ବର୍ଜ୍ୟବସ୍ତୁ ଶୂନ୍ୟ ସୁସ୍ଥ ପରିବେଶରେ ରହିବାକୁ କିଏ ବା ନ ଚାହେଁ? ସଂଯୁକ୍ତ ଆରବ ଏମିରେଟ୍‌ସର ଅବୁଧାବୀର ୧୭ କି.ମି. ଦୂରରେ ଏହିପରି ଏକ ସୁସ୍ଥ ସହରର ନିର୍ମାଣ ଚାଲିଛି। ଏହାର ନାମ ମାସଡାର। ୨୦୧୫ ମସିହାରେ ଏହାର ନିର୍ମାଣ ଆଂଶିକ ସମାପ୍ତ ହୋଇଛି ଏବଂ ୨୦୨୦-୨୫ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ। ଛଅ କିଲୋମିଟର ବ୍ୟାପୀ ଏହି ସହର, ସୌର ଏବଂ ହାଇଡ୍ରୋଜନ ପାଓ୍ୱାର ପ୍ଳାଣ୍ଟ ସାହାଯ୍ୟରେ ଶକ୍ତି ପାଇବ। ଏଠାରେ ବ୍ୟକ୍ତିଗତ ଯାନ ସଂପୂର୍ଣ୍ଣ ନିଷିଦ୍ଧ। କେବଳ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଦ୍ୟୁତଚାଳିତ ଯାନ ବ୍ୟବହାର କରିହେବ।

ବର୍ତ୍ତମାନ ଏହି ସହରରେ ୧୯,୦୦୦ ଅଧିବାସୀ ଅଛନ୍ତି। କିନ୍ତୁ ଏହାର ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ଏଠାରେ ୫୦,୦୦୦ ଲୋକ ବାସକରିବେ। ପୂରା ସହରରେ କେଉଁଠି ଇଲେକ୍ଟ୍ରିକ୍ ସୁଇଚ କିମ୍ବା ପାଣି ଟ୍ୟାପ୍‌ ନାହିଁ। ସବୁଗୁଡିକ ସେନସର୍ ଚାଳିତ। ଫଳରେ ୫୦ ପ୍ରତିଶତରୁ ଅଧିକ ଶକ୍ତି ସଞ୍ଚୟ ହୋଇପାରିବ। ଶିଳ୍ପୀ ଜିନ ମାର୍କ କାଷ୍ଟେରାଙ୍କ ସହାୟତାରେ ସହରର ଡିଜାଇନ କରିଛନ୍ତି ବ୍ରିଟିଶ କମ୍ପାନୀ ଫୋଷ୍ଟର ପାର୍ଟନର୍ସ। ୨୦୦୬ ମସିହାରେ ଏହି ସହରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏଯାବତ୍‌ ଚାଲୁରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ