କମିବ ବସ୍ତାନି ବୋଝ, ମିଳିବନି ହୋମୱାର୍କ


କେନ୍ଦ୍ର ସରକାର ସ୍କୁଲବ୍ୟାଗର ଓଜନ କମାଇବା ପାଇଁ ନିର୍ଦେଶ ଜାରି କରିଛନ୍ତି। ଖୁବ୍‌ ଶୀଘ୍ର ପିଲାଙ୍କୁ ଓଜନ ବୋହିବାରୁ ଉପଶମ ମିଳିବ। ଏହା ସହିତ ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ପାଇଁ ହୋମୱାର୍କ ରହିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏ ସମ୍ପର୍କିତ ନିର୍ଦେଶାବଳୀ ଜାରି କରିଛନ୍ତି। ଆଉ କହିଛନ୍ତି ଯେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ବ୍ୟାଗ ଓଜନ କମ୍‌ କରିବା ପାଇଁ ଭାରତ ସରକାରଙ୍କ ନିର୍ଦେଶ ଅନୁଯାୟୀ ନିୟମାବଳୀ ପ୍ରଣୟନ କରନ୍ତୁ। ସରକାରଙ୍କ ଦ୍ବାରା ପ୍ରଣୀତ ନିୟମରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କ ବସ୍ତାନି ବୋଝକୁ ସୀମିତ କରାଯାଇଛି। ପ୍ରତି ଶ୍ରେଣୀ ଏବଂ ପିଲାଙ୍କ ବୟସ ହିସାବରେ ଓଜନ ନିର୍ଦ୍ଧାରିତ କରାଯାଇଛି। ଏଥି ସହିତ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ପାଇଁ ହୋମୱାର୍କ ନ ଦେବାକୁ ନିର୍ଦେଶ ଦିଆଯାଇଛି।
 
ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ କୌଣସି ସ୍ଥିତିରେ ଦେଢ଼କେଜି ଠାରୁ ଅଧିକ ହେବ ନାହିଁ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସୂଚିତ କରାଇଛି। ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୨ରୁ ୩ କିଗ୍ରା, ଷଷ୍ଠରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୪ କିଗ୍ରା, ଅଷ୍ଟମ ଓ ନବମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ବ୍ୟାଗର ଓଜନ ୪.୫ କିଗ୍ରା ଏବଂ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୫ କିଗ୍ରା ମଧ୍ୟରେ ରହିବ ବୋଲି ସ୍ଥିର ହୋଇଛି।

ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀରେ ଭାଷା ଓ ଗଣିତ ବିଷୟର ଦୁଇଟି ବହି ବାଧ୍ୟତାମୂଳକ ହେବ। ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଭାଷା, ଗଣିତ, ହସ୍ତାକ୍ଷର ପୁସ୍ତିକା ବ୍ୟତୀତ ଅନ୍ୟକିଛି ପୁସ୍ତକ ଆଣିବାକୁ କୁହାଯାଇ ପାରିବ ନାହିଁ। ବିଦ୍ୟାର୍ଥୀମାନଙ୍କୁ ସ୍କୁଲବ୍ୟାଗରେ ଅତିରିକ୍ତ ସାମଗ୍ରୀ ଭାବେ ପାଠ୍ୟ ଉପକରଣ ଆଣି ଆସିବା ପାଇଁ ଶିକ୍ଷକମାନେ ବାଧ୍ୟ କରିପାରିବେ ନାହିଁ।

କେନ୍ଦ୍ର ସରକାରଙ୍କ ଏଭଳି ନିର୍ଦେଶର କିଛିଦିନ ମଧ୍ୟରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇ ଦିଲ୍ଲୀର ସମସ୍ତ ବିଦ୍ୟାଳୟରେ ଏଭଳି ବ୍ୟବସ୍ଥା ପ୍ରଚଳନ ପାଇଁ ନିର୍ଦେଶ ଜାରି କରିଛନ୍ତି। ଏଥିପାଇଁ ଲିଖିତ ଆଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ନିକଟରେ ଆସୋଚାମ୍‌ର ଏକ ସଦ୍ୟତମ ରିପୋର୍ଟ ନିକଟରେ ସାମ୍ନାକୁ ଆସିଛି। ଏଥିରେ ଦର୍ଶାଯାଇଛି ଯେ ୧୩ ବର୍ଷ କିମ୍ବା ଏହାଠାରୁ ସାନ ୬୮ ପ୍ରତିଶତ ପିଲା ଓଜନିଆ ବସ୍ତାନି ବୋହିଥାନ୍ତି। ଏହିସବୁ ପିଲାଙ୍କ ପିଠି ଯନ୍ତ୍ରଣା ସମ୍ପର୍କରେ ଅଭିଯୋଗ ହୋଇଆସୁଛି। ଆସୋଚାମ୍‌ର ଏହି ରିପୋର୍ଟ ସରକାରଙ୍କୁ ଏଭଳି ନିର୍ଦେଶାବଳୀ ଜାରି କରିବା ପାଇଁ ବାଧ୍ୟ କରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।