ଭବିଷ୍ୟତର କ୍ୟାରିଅର


ଅଟୋମେସନ ଇଞ୍ଜିନିଅର, ରୋବୋଟିକ୍‌ ଡିଜାଇନ ଇଞ୍ଜିନିଅର, ପ୍ଲାଣ୍ଟ ମାନ୍ୟୁଫାକ୍ଚରିଂ ଇଞ୍ଜିନିଅର, ଆଇ ଓ ଟି ଇଞ୍ଜିନିଅର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ପ୍ରୋଗ୍ରାମର ଏବଂ ଡ୍ରୋନ ପାଇଲଟ୍‌ ଭାବେ କ୍ୟାରିଅରର ବ୍ୟାପକ ବିକଳ୍ପ ରହିଛି। ଏହା ମଧ୍ୟରୁ ଯେ କୌଣସି ଗୋଟିଏ କ୍ଷେତ୍ରରେ ନିଜ ଆଗ୍ରହ ଓ ପସନ୍ଦ ଅନୁଯାୟୀ ପାରଦର୍ଶିତା ହାସଲ କରିପାରିଲେ, ଏକ ଚମକପ୍ରଦ କ୍ୟାରିଅର ଗଢ଼ିବା ସହଜ ହୋଇଥାଏ। ସମ୍ପ୍ରତି ଡିଫେନ୍ସ ଇଣ୍ଡଷ୍ଟ୍ରି ଏବଂ ମ୍ୟାନୁଫ୍ୟାକ୍ଚରିଙ୍ଗ ଇଣ୍ଡଷ୍ଟ୍ରିରେ ଏଭଳି ପେସାଦାରଙ୍କ ସବୁଠୁ ଅଧିକ ଆବଶ୍ୟକତା ରହିଛି। କାରଖାନା ଗୁଡ଼ିକ ନିଜର ଅଧିକରୁ ଅଧିକ ଉତ୍ପାଦନ ବୃଦ୍ଧି ପାଇଁ ଅଟୋମେସନ ଉପରେ ଅଗ୍ରାଧିକାର ଦେଉଥିବାରୁ ଏହି ପେସାଦାର ମାନଙ୍କ ଚାହିଦା ଦ୍ରୁତଗତିରେ ବଢ଼ିବ। ଏହି ପ୍ରଫେସନାଲମାନେ ନାସା ଏବଂ ଇସ୍ରୋ ଭଳି ଗବେଷଣା ସଂସ୍ଥା, ଗେମିଙ୍ଗ ଉଦ୍ୟୋଗ ଏବଂ ମେଡିକାଲ କ୍ଷେତ୍ରରେ ଅଧିକ ଚାହିଦା ରହିବ।

ପାଠ୍ୟକ୍ରମ ଏବଂ ଯୋଗ୍ୟତା
ରୋବୋଟିକ ସାଇନ୍ସ/ରୋବୋଟିକ୍‌ସରେ କ୍ୟାରିଅର କରିବାକୁ ହେଲେ ଇଲେକ୍ଟ୍ରିକାଲ, ମେକାନିକାଲ, ଇନଷ୍ଟ୍ରୁମେଣ୍ଟେସନ ତଥା କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରବାକୁ ହେବ। ବୈଷୟିକ ପୃଷ୍ଠଭୂମି ନ ଥିଲେ, ରୋବୋଟିକ ସାଇନ୍ସକୁ ପେସାଦାର ଭାବେ ଗ୍ରହଣ କରିହେବ ନାହିଁ। ରୋବୋଟିକ୍‌ସର ବଢ଼ୁଥିବା ଚାହିଦା ଦେଖିବା ପରେ କେତେକ ଇଞ୍ଜିନିଅରିଂ କଲେଜ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ରୋବୋଟିକ୍ସ ସାଇନ୍ସ ନାମରେ ପୃଥକ୍‌ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଯୁକ୍ତ ଦୁଇ ବିଞାନ ପାସ୍‌ କରିବା ପରେ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ହେବ। ଯୁକ୍ତ ଦୁଇ ବିଞାନ ଏବଂ ଜେଇଇ ମେନ୍‌ ମାର୍କରୁ ଏକ ହାରାହାରି ପ୍ରତିଶତ ବାହାର କରି ରାଙ୍କ ପ୍ରଦାନ କରାଯିବ। ରାଙ୍କ ଆଧାରରେ ପ୍ରାର୍ଥୀ ଯୋଗ୍ୟ କି ନୁହେଁ ତାହା ନିର୍ଦ୍ଧାରିତ ହେବ। ଜେଇଇ ଆଡ୍‌ଭାନ୍ସର କଟଅଫ୍‌ ମାର୍କ ଆଧାରରେ ଦେଶର ଆଇଆଇଟି, ଏନ୍‌ଆଇଟି ଓ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମଲେଖାର ସୁଯୋଗ ମିଳିବ। ୨୦୧୯ ଠାରୁ ଜେଇଇ ମେନ୍‌ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ ଏବଂ ବର୍ଷକୁ ଦୁଇଥର (ଜାନୁଆରୀ ଓ ଏପ୍ରିଲ)ରେ ଏହି ପ୍ରବେଶିକା ପରୀକ୍ଷା ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହାର ପ୍ରବେଶିକା କରିବ। ଗ୍ରାଜୁଏଟ୍‌ ଡିଗ୍ରୀଧାରୀ ଗେଟ୍ ପ୍ରବେଶିକା ଦେଇ ମାଷ୍ଟର ଡିଗ୍ରୀ କରିପାରିବେ।

ଦରମା ଓ ସୁବିଧା ସୁଯୋଗ
ରୋବୋଟିକ୍‌ ସାଇନ୍ସ, ଏଆଇ ପ୍ରୋଗ୍ରାମର, କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀଧାରୀମାନଙ୍କୁ କ୍ୟାମ୍ପସ ଓ ଅଫ୍‌ କ୍ୟାମ୍ପସରେ ଜବ୍‌ ଉପଲବ୍ଧ ହୋଇଥାଏ। ଫ୍ରେଶରମାନଙ୍କୁ ମାସିକ ସର୍ବନିମ୍ନ ୨୦ ହଜାର ଟଙ୍କାରୁ ସର୍ବାଧିକ ୨୦ ଲକ୍ଷ ଟଙ୍କା ଯାଏ ଯୋଗ୍ୟତା ଓ ଶ୍ରେଷ୍ଠତା ଭିତ୍ତିରେ ଦରମା ମିଳିଥାଏ। ବିଦେଶରେ ଏଭଳି ପେସାଦାରଙ୍କୁ ମାସିକ ସର୍ବନିମ୍ନ ୨ ଲକ୍ଷ ଟଙ୍କାର ଦରମା ମିଳିଥାଏ। ଯୁକ୍ତ ଦୁଇ ବିଞାନରେ ଯଦି ୬୦ ପ୍ରତିଶତରୁ ଅଧିକ ନମ୍ବର ଅଛି, ତେବେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଯିବା ଉଚିତ। ଏଥିରେ ନିଯୁକ୍ତିର ସୁଯୋଗ ସାଧାରଣ କ୍ଷେତ୍ର ତୁଳନାରେ ଅଧିକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ