କମ୍ପ୍ୟୁଟରକୁ ସବୁ ଜଣା


ଆମେ ଯେତେବେଳେ ହୋଟେଲରେ ବସି ଖାଇବାକୁ ଅର୍ଡର ଦେଉ, ସେ ଖାଦ୍ୟର ସ୍ବାଦ ସମ୍ପର୍କରେ ଅଞ ଥାଉ। ସେହି ସମୟରେ ଚିନ୍ତା କରୁ, ମେନୁ ପଢ଼ିବାବେଳେ ସ୍ବାଦ ଜାଣି ହୁଅନ୍ତା କି? ଆମେ ଯେତେବେଳେ ଅନ୍‌ଲାଇନରେ କପଡ଼ା କିଣୁ, ସେତେବେଳେ କେବଳ କପଡାର ରଙ୍ଗ ଦେଖିପାରୁ, କିନ୍ତୁ ସୂତାର ମାନ ଜାଣିବା ସମ୍ଭବ ହୁଏ ନାହିଁ। ସେତେବେଳେ ଚିନ୍ତା କରୁ, କପଡ଼ାଟି ହାତରେ ଧରି ହୁଅନ୍ତା କି? ଏବେ ଏହା କମ୍ପ୍ୟୁଟର ମାଧ୍ୟମରେ ସମ୍ଭବ ହେବାକୁ ଯାଉଛି। ଆଇବିଏମ୍ କଂପାନୀ ଏବେ ଏପରି କମ୍ପ୍ୟୁଟର ଆଣୁଛି, ଯାହା ମଣିଷ ଭଳି ଶୁଣିବ, ଦେଖିବ, ଶୁଂଘିବ, ଛୁଇଁବ ଏବଂ ଚାଖି ପାରିବ।

ଯେତେବେଳେ ଏହି କମ୍ପ୍ୟୁଟର କୌଣସି ଶିଳ୍ପୀଙ୍କର କଳାକୃତିକୁ ନୀରିକ୍ଷଣ କରିବ, ସେତେବେଳେ ସେ ଏହାକୁ କେବଳ ଡାଟା ଆଧାରରେ ଚିହ୍ନଟ କରିବ ନାହିଁ, ଯଥା - କେତେ ରଂଗ ଲାଗିଛି ଇତ୍ୟାଦି, ବରଂ ତାହାର କଳାମତ୍କ ଦିଗ ବିଶ୍ଳେଷଣ କରିବ। ଏହି କମ୍ପ୍ୟୁଟରରେ ମଣିଷର ସମସ୍ତ ଞାନେନ୍ଦ୍ରିୟ ଥାପି ହୋଇଯିବ। ଯେତେବେଳେ ମଣିଷର ବ୍ରେନ କମ୍ପ୍ୟୁଟରରେ ଯୋଡ଼ି ହୋଇଯିବ, ସେତେବେଳେ ସେ ମଣିଷ ଠାରୁ ଆହୁରି ଶକ୍ତିଶାଳୀ ଏବଂ ଆହୁରି ବୁଦ୍ଧିମାନ ହୋଇଯିବ, ଏଥିରେ ସନ୍ଦେହ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ