ଗବେଷଣା ପାଇଁ ମିଳିବ ବୃତ୍ତି


ସାଇନ୍ସ ଏବଂ ଇଞ୍ଜିନିଅରିଂ ରିସର୍ଚ୍ଚ ବୋର୍ଡ (ଏସ୍‌ଇଆର୍‌ବି) ଏପରି ଗବେଷକଙ୍କ ଠାରୁ ପ୍ରସ୍ତାବନା ଚାହୁଁଛି, ଯେଉଁମାନେ ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଛନ୍ତି ବା ଗବେଷଣା ପାଇଁ ନିଜକୁ ପଞ୍ଜୀକୃତ କରାଇଛନ୍ତି। ନୂଆ କିଛି ପ୍ରସଙ୍ଗକୁ ନେଇ ଗବେଷଣା କରୁଥିବା ବିଦ୍ୟାର୍ଥୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଏସ୍‌ଇଆର୍‌ବିର ଆଭିମୁଖ୍ୟ।

ଯୋଗ୍ୟତା
ଆବେଦକ ଭାରତୀୟ ହୋଇଥିବେ। ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନର ନିୟମିତ ଛାତ୍ର ହୋଇଥିବେ। ନତୁବା ଗବେଷଣା ପାଇଁ ନିଜକୁ ପଞ୍ଜୀକୃତ କରିଥିବେ। ଗବେଷଣା ଜଣେ ଛାତ୍ର ଦ୍ବାରା କରାଯିବାକୁ ଥିବ କିମ୍ବା ଦଳଗତ ଭାବେ ହେବାକୁ ଥିବ। ଯଦି ଗବେଷଣା ଦଳଗତ ଭାବେ କରାଯିବାକୁ ଥିବ ତେବେ ଦଳର ନେତୃତ୍ବ କିଏ ନେବେ ତାହା ସ୍ପଷ୍ଟ ଭାବେ ଦର୍ଶାଯିବା ଆବଶ୍ୟକ। ନେତୃତ୍ବ ନେଉଥିବା ଛାତ୍ର ନିଜ ଦଳର ଗବେଷଣାକୁ ତ୍ବରାନ୍ବିତ କରାଇବେ।

ବୃତ୍ତି ରାଶି
ଗବେଷଣା ପାଇଁ ସହାୟତା ରାଶି/ବୃତ୍ତି ବା ପାଣ୍ଠି ମୁଖ୍ୟତଃ ତିନି ବର୍ଷ ପାଇଁ ପ୍ରଦାନ କରାଯିବ। ବିଶେଷ ପରିସ୍ଥିତିରେ ଏହାକୁ ତିନି ବର୍ଷରୁ ପାଞ୍ଚ ବର୍ଷ କରାଯାଇପାରିବ। କିନ୍ତୁ ଏଥିପାଇଁ ବିଶେଷଞ କମିଟିର ମଞ୍ଜୁରୀ ଅନିବାର୍ଯ୍ୟ। ବୃତ୍ତି ରାଶିର କୌଣସି ସୀମା ନାହିଁ। ଅନୁଦାନ ବ୍ୟତୀତ ଉପକରଣ, ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ, ଟ୍ରାଭେଲ ଆଦି ସମସ୍ତ ଖର୍ଚ୍ଚ ପ୍ରଦାନ କରାଯାଇଥାଏ।

ଏପରି କରନ୍ତୁ ଆବେଦନ
ଆବେଦନ ପାଇଁ ସର୍ବପ୍ରଥମେ ଏସ୍‌ଇଆରବି ୱେବ୍‌ସାଇଟକୁ ଯାଇ ନିଜର ପଞ୍ଜୀକରଣ କରାନ୍ତୁ। ପଞ୍ଜୀକରଣ ପ୍ରକ୍ରିୟାରେ ଆପଣଙ୍କୁ ଆପଣଙ୍କ ନାମ, ଇ-ମେଲ୍‌ ଆଇଡି, ମୋବାଇଲ ନମ୍ବର, ପରିଚୟ ପତ୍ର ସଂଖ୍ୟା ଆଦି ପଞ୍ଜୀକୃତ କରିବାକୁ ହେବ। ପଞ୍ଜୀକରଣ ପରେ ଲଗ୍‌ଇନ୍‌ କରି ଆବେଦନ କରାଯାଇ ପାରିବ। ପଞ୍ଜୀକରଣ ପ୍ରକ୍ରିୟାରେ ଆପଣଙ୍କୁ ଆପଣଙ୍କ ଗବେଷଣା କାର୍ଯ୍ୟ ବିଷୟରେ ଦର୍ଶାଇବାକୁ ହେବ। ଡକ୍ୟୁମେଣ୍ଟ ଭାବେ ଆପଣଙ୍କ ବାୟୋଡାଟା, ନିଜ ଶିକ୍ଷାନୁଷ୍ଠାନର ସହମତି ପତ୍ର ଆଦିକୁ ଅପ୍‌ଲୋଡ଼ କରିବାକୁ ହେବ।

ଯେଉଁ ବିଦ୍ୟାର୍ଥୀମାନେ କୌଣସି ଏକ ନୂଆ ତଥା ଆହ୍ବାନପୂର୍ଣ୍ଣ ସମସ୍ୟାକୁ ନେଇ ଗବେଷଣା ପ୍ରସ୍ତାବନା ଉପସ୍ଥାପନ କରିଥାନ୍ତି, କେବଳ ସେହି ଛାତ୍ରଛାତ୍ରୀମାନେ ହିଁ ଗବେଷଣା ପାଇଁ ଏସ୍‌ଇଆର୍‌ବି ଅନୁଦାନ ହାସଲ ପାଇଁ ଅଧିକ ଯୋଗ୍ୟ ହୋଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ