ଯୀଶୁଖ୍ରୀଷ୍ଟଙ୍କ ଶ୍ରୀଜଗନ୍ନାଥ ଦର୍ଶନ


ବାଇବେଲ ନିଉ ଟେଷ୍ଟାମେଣ୍ଟ ଯୀଶୁଖ୍ରୀଷ୍ଟଙ୍କ ଜୀବନ ଆଧାରରେ ରଚିତ। ଏହି ଗ୍ରନ୍ଥରେ ଯୀଶୁଙ୍କ ୧୨ ବର୍ଷରୁ ୩୦ ବର୍ଷ, ଏହି ୧୮ ବର୍ଷ ଜୀବନ କାଳ ସମ୍ପର୍କରେ ବିଶେଷ କିଛି ତଥ୍ୟ ନାହିଁ। ୧୮୯୪ ମସିହାରେ ରୁଷିଆର ବିଦ୍ୱାନ ନିକୋଲାସ ନଟୋଭିସଙ୍କର ପୁସ୍ତକ ପ୍ରକାଶ ପାଇଲା ‘ଦ ଅନ୍‌ନୋନ୍‌ ଲାଇଫ ଅଫ ଖ୍ରୀଷ୍ଟ’। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଯୀଶୁଖ୍ରୀଷ୍ଟ ଏହି ୧୮ ବର୍ଷ କାଳ ଭାରତ ଓ ତିବ୍ଦତରେ ରହି ହିନ୍ଦୁ ଓ ବୌଦ୍ଧ ଧର୍ମ ସଂପର୍କରେ ଞାନ ଆହରଣ କରିଥିଲେ।

ରାମକୃଷ୍ଣ ସଂପ୍ରଦାୟର ସ୍ବାମୀ ଅଭେଦାନନ୍ଦ ତିବ୍ଦତ ଯାତ୍ରା କରି ଏ ସମ୍ପର୍କରେ ବହୁ ତଥ୍ୟ ସଂଗ୍ରହ କରିଥିଲେ। ଏହି ସମୟରେ ସେ ‘ସନ୍ଥ ଈଷା’ ନାମରେ ପରିଚିତ ଥିଲେ। ଭାରତର ପ୍ରସିଦ୍ଧ ଧର୍ମପୀଠ ପୁରୀ ଏବଂ ବାରାଣସୀରେ ସେ ବହୁବର୍ଷ ବିତାଇଥିଲେ। ପୁରୀର ଜଗନ୍ନାଥ ମନ୍ଦିର ଦର୍ଶନ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ୨୦୦୮ ମସିହାରେ ପଲ୍ ଡେଭିଡସ୍‌ଙ୍କ ନିର୍ଦ୍ଦେଶିତ ‘ଯୀଶସ୍‌ ଇନ ଇଣ୍ଡିଆ’ ଚଳଚ୍ଚିତ୍ର ମୁକ୍ତିଲାଭ କଲା। ଏଥିରେ ପୁରୀର ଶଙ୍କରାଚାର୍ଯ୍ୟ, ଦଲାଇଲାମା, ପୋପ୍ ଏବଂ ବହୁ ଗବେଷକ ମତ ଦେଇଛନ୍ତି ଯେ ଯୀଶୁଖ୍ରୀଷ୍ଟ ଭାରତ ଓ ତିବ୍ଦତରେ ହିନ୍ଦୁ ଓ ବୌଦ୍ଧ ଧର୍ମରେ ଅନୁପ୍ରାଣିତ ହୋଇ ଖ୍ରୀଷ୍ଟଧର୍ମ ଘୋଷଣା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ