ପ୍ରସିଦ୍ଧ ପ୍ରେମିକ ଆଲେକ୍‌ଜାଣ୍ଡାର


ପ୍ରସିଦ୍ଧ ବ୍ୟକ୍ତିଙ୍କ ଜୀବନରେ ପ୍ରେମ ଆସେ ଅସାଧାରଣ ହୋଇ। ସେଇ ପ୍ରେମ ସେମାନଙ୍କୁ କରିଦିଏ ଚର୍ଚ୍ଚିତ ଓ କେତେବେଳେ ବିବାଦୀୟ।

ଆଲେକ୍‌ଜାଣ୍ଡାର-ଦ ଗ୍ରେଟ୍

ବିଶ୍ୱବିଜୟ କରିବାକୁ ବାହାରିଲେ ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାର। ଭାରତ ଅଭିମୁଖେ ସେ ଯାତ୍ରାରମ୍ଭ କଲେ ସ୍ଥଳପଥରେ। ବାଟରେ ପାରସ୍ୟ ପଡ଼ିଲା, ଯାହାର ଆଧୁନିକ ନାଁ ଇରାନ। ପାରସ୍ୟ ଅଧିକାର କରିବା ଆଗରୁ ତାଙ୍କୁ ଖବର ମିଳିଲା କି, ପାରସ୍ୟ ରାଜାଙ୍କୁ ହତ୍ୟା କରାଯାଇଛି। ଆଉ ଏଇ ହତ୍ୟାକାଣ୍ଡ ଭିଆଇଛନ୍ତି ତାଙ୍କ ପାଖେପାଖେ ରହୁଥିବା ବିଶ୍ୱାସଘାତକମାନେ।

ଆଲେକ୍‌ଜାଣ୍ଡାର ରାଜପ୍ରାସାଦ ଗଲେ। ପ୍ରାସାଦ ଭିତରକୁ ପଶି ପ୍ରଥମେ ଯାହାଙ୍କୁ ଭେଟିଲେ, ସେ ହେଉଛନ୍ତି ପାରସ୍ୟ ରାଜକୁମାରୀ। ପ୍ରଥମ ଦେଖାରେ ହିଁ ରାଜକନ୍ୟାଙ୍କ ରୂପଲାବଣ୍ୟରେ ବିମୋହିତ ହୋଇଗଲେ ଗ୍ରୀକ୍‌ବୀର ଏବଂ ତାଙ୍କ ପାଣିଗ୍ରହଣ କଲେ।
 
ପାରସ୍ୟ ଛାଡ଼ି ଭାରତ ଆସିଲେ ଆଲେକ୍‌ଜାଣ୍ଡାର। ଭାରତ ବିଜୟ ପରେ ସେ ଫେରୁଥିଲେ ନିଜ ଦେଶକୁ। ହେଲେ ବାବିଲୋନ୍‌ସରେ ତାଙ୍କୁ ଜ୍ୱର ହେଲା ଏବଂ ସେଇଠି ହିଁ ତାଙ୍କର ମୃତ୍ୟୁ ହେଲା। ତେବେ ଶେଷ ପର୍ଯ୍ୟନ୍ତ ତାଙ୍କ ପାଖେପାଖେ ଥିଲେ ତାଙ୍କର ପ୍ରିୟତମା ପତ୍ନୀ ଏଇ ପାରସ୍ୟ କନ୍ୟା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ