ଏଠାରେ ମଧ୍ୟ ଖାସ୍‌ ଢଙ୍ଗରେ ପାଳନ ହୁଏ ଦଶହରା


କୋଲକାତାର ଦୁର୍ଗାପୂଜା କେବଳ ଦେଶରେ ନୁହେଁ, ସାରା ବିଶ୍ବରେ ମଧ୍ୟ ଖୁବ୍‌ ଜଣାଶୁଣା। ନବରାତ୍ରୀରେ ଗରବା ଓ ଦାଣ୍ଡିଆ ଡ୍ୟାନ୍ସ କରି ମା’ ଦୁର୍ଗାଙ୍କୁ ପ୍ରସନ୍ନ କରାଯାଏ। ତେବେ କେବଳ କୋଲକାତାରେ ନୁହେଁ ଦେଶର ଅନ୍ୟ କେତେକ ସ୍ଥାନରେ ମଧ୍ୟ ବିଶେଷ ଢଙ୍ଗରେ ଦୁର୍ଗାପୂଜା ପାଳନ କରାଯାଏ। ଯଦି ଆପଣ ଏଥର କୋଲକାତା ଯାଇପାରୁ ନାହାନ୍ତି, ତେବେ ଦେଶର ଏହି ସବୁ ସ୍ଥାନରେ ଗରବା ଓ ଦାଣ୍ଡିଆର ମଜା ନେବା ସହ ଦୁର୍ଗାପୂଜା ଦେଖିପାରିବେ।

ବନାରସ
ପ୍ରତ୍ୟେକ ପୂଜାପାର୍ବଣକୁ ବନାରସରେ ସ୍ବତନ୍ତ୍ର ଭାବେ ପାଳନ କରାଯାଏ। ଏହି ପବିତ୍ର ସ୍ଥାନରେ ଦଶହରା ଏବଂ ଦୀପାବଳି ବହୁତ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ପୂଜାପାର୍ବଣ ସମୟରେ ଏଠାର ପରିବେଶ ବହୁତ ନିଆରା ହୋଇଥାଏ। ଚାରିଆଡ଼େ ଆଲୋକମୟ ହେବା ସହ ଲୋକଙ୍କ ମଧ୍ୟରେ ଉତ୍ସହ ଆନନ୍ଦ ଭରି ରହିଥାଏ।

ଆସାମ
ଦୁର୍ଗାପୂଜା ସମୟରେ ଆସାମ ମଧ୍ୟ ମା’ଙ୍କ ଭକ୍ତିରେ ବୁଡ଼ି ରହିଥାଏ। ଏଠାରେ ଆପଣ ଗୁଆହାଟୀରେ ଆପଣ ଦେବୀ ପୂଜା କରିପାରିବେ। ଗରବା ଓ ଦୁର୍ଗାପୂଜା ପାଇଁ ଏଠାରେ ଅନେକ ସୁନ୍ଦର ସୁନ୍ଦର ପେଣ୍ଡାଲ କରାଯାଇଥାଏ। ଆସାମ ଲୋକଙ୍କ ଉତ୍ସାହ ଯେ କୌଣସି ବ୍ୟକ୍ତିଙ୍କୁ ଆକର୍ଷିତ କରିଥାଏ।

ମହୀଶୂର
ମହୀଶୂରରେ ମଧ୍ୟ ଦୁର୍ଗାପୂଜା ସମୟରେ କୋଲକାତା ଭଳି ପରିବେଶ ସୃଷ୍ଟି ହୋଇଥାଏ। ଚାରିଆଡ଼େ ଆଲୋକରେ ସୁସଜ୍ଜିତ ହୋଇଥାଏ। ମହୀଶୂରର ଦୁର୍ଗାପୂଜା ମଧ୍ୟ ସାରାବିଶ୍ବରେ ଜଣାଶୁଣା। ଏଠାରେ ଦଶହରାର କିଛି ଅଲଗା ମଜା ରହିଛି।

ମୁମ୍ବାଇ
ମୁମ୍ବାଇର ଅନେକ ସ୍ଥାନରେ ଦୁର୍ଗାପୂଜା ପାଇଁ ବଡ଼ ବଡ଼ ପେଣ୍ଡାଲ କରାଯାଏ। ଯୁବପିଢ଼ି ପ୍ରଚୁର ମାତ୍ରାରେ ଗରବା ନାଇଟ୍‌ରେ ଭାଗ ନିଅନ୍ତି। ଦଶହରା ସମୟରେ ସାରା ଦେଶରୁ ଲୋକେ ଏଠାକାର ଦୁର୍ଗାପୂଜା ଦେଖିବାକୁ ଆସନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ବିବର୍ତ୍ତନବାଦର ବିବର୍ତ୍ତନ
୧୮୫୯ ମସିହା ନଭେମ୍ବର ୨୪ ତାରିଖରେ ଚାର୍ଲସ ଡାରୱିନ୍‌ଙ୍କର ଯୁଗାନ୍ତକାରୀ ଗ୍ରନ୍ଥ ‘ଅନ୍‌ ଦ ଓରିଜିନ୍‌ ଅଫ୍‌ ସ୍ପିସିଜ୍‌’ ପ୍ରକାଶ ପାଇଲା। ଯଦିଓ ଡାରୱିନ୍‌ଙ୍କ ଗବେଷଣା ଦୁଇ ଦଶନ୍ଧି ପୂର୍ବରୁ ସମାପ୍ତ ହୋଇଥିଲା, ସେ ଏହି ଗ୍ରନ୍ଥ ପ୍ରକାଶ କରିବାରେ ଜାଣିଶୁଣି ବିଳମ୍ବ କରିଥିଲେ। ସେ ଜାଣିଥିଲେ ଯେ ଏହା ପ୍ରକାଶ ପାଇବା ପରେ ଧାର୍ମିକ ଅନୁଷ୍ଠାନ ତରଫରୁ ଭୀଷଣ ପ୍ରତିବାଦ ଆସିବ। କିନ୍ତୁ ୧୮୫୮ ମସିହାରେ ଆଉ ଜଣେ ବୈଞାନିକ ଆଲଫର୍ଡ ରସେଲ ୱାଲେସ୍ ବିବର୍ତ୍ତନ ସମ୍ପର୍କରେ ଗବେଷଣା ସମାପ୍ତ ହେଲା ବୋଲି ଘୋଷଣା କଲେ। ଦୁଇଜଣଙ୍କ ପାଣ୍ଡୁଲିପି ଲାଇନେନ୍‌ ସୋସାଇଟି ଅଫ୍‌ ଲଣ୍ଡନକୁ ପଠାଗଲା। ସେଠାରେ ପ୍ରମାଣିତ ହେଲା ଯେ ଚାର୍ଲସ ଡାରୱିନ୍‌ ହେଉଛନ୍ତି ବିବର୍ତ୍ତନବାଦର ଜନକ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?