ଚର୍ଚ୍ଚିତ ପ୍ରେମିକା ପ୍ରସିଦ୍ଧ ପ୍ରେମିକ


ପ୍ରସିଦ୍ଧ ବ୍ୟକ୍ତିଙ୍କ ଜୀବନରେ ପ୍ରେମ ଆସେ ଅସାଧାରଣ ହୋଇ। ମାତ୍ର ପରବର୍ତ୍ତୀ କାଳରେ ସେଇ ପ୍ରେମ ସେମାନଙ୍କୁ କେତେବେଳେ କରିଦିଏ ଚର୍ଚ୍ଚିତ ତ ପୁଣି କେତେବେଳେ ବିବାଦୀୟ। ଠିକ୍‌ ଏମିତି କିଛି ଘଟିଥିଲା ରୋମ୍‌ ସମ୍ରାଟ ଜୁଲିଅସ ସିଜରଙ୍କ ଜୀବନରେ।

ରୋମୀୟ ବୀର ଜୁଲିଅସ୍ ସିଜର ବୀରତ୍ୱ ବଳରେ ହୋଇପାରିଥିଲେ ରୋମ୍‌ର ସମ୍ରାଟ୍। ଜୀବନର ପ୍ରୌଢ଼ାବସ୍ଥାରେ ମଧ୍ୟ ତାଙ୍କ ହୃଦୟ ପ୍ରେମାସିକ୍ତ ଥିଲା।
ସେତେବେଳେ ପରମାସୁନ୍ଦରୀ ଭାବରେ ବିଖ୍ୟାତ ଥିଲେ ମିଶରର ରାଣୀ କ୍ଲିଓପାଟ୍ରା। ପ୍ରଥମ ସାକ୍ଷାତରେ କ୍ଲିଓପାଟ୍ରାଙ୍କ ରୂପରେ ଏମିତି ବିମୋହିତ ହୋଇଗଲେ ଯେ ଶେଷରେ ନିଜ ପ୍ରାସାଦରେ ତାଙ୍କୁ ରହିବାକୁ ଅନୁମତି ଦେଲେ ରୋମ୍ ସମ୍ରାଟ୍ ସିଜର। ସିଜର ହୋଇଗଲେ କ୍ଲିଓପାଟ୍ରାଙ୍କ ପ୍ରେମିକ। ହେଲେ ଶେଷ ସମୟ ଉଭୟଙ୍କ ପାଇଁ ଖୁବ୍ ଦୁଃଖଦାୟକ ଥିଲା। ଷଡ଼ଯନ୍ତ୍ରର ଶିକାର ହୋଇ ଆତତାୟୀଙ୍କ ଗୁଳିରେ ପ୍ରାଣ ହରାଇଲେ ସିଜର। ସୁନ୍ଦରୀ କ୍ଲିଓପାଟ୍ରା ଶେଷରେ ହତାଶ ହୋଇ ମିଶର ଫେରିଗଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ