ଡାକ୍ତରଙ୍କୁ ସମ୍ମାନ


ଜରୁରୀକାଳୀନ କକ୍ଷରେ ଜଣେ ରୋଗୀ ଆଖି ବନ୍ଦ କରି ନିସ୍ତେଜ ହୋଇ ପଡ଼ିଥିଲେ, ଆଉ ତାଙ୍କ ପତ୍ନୀ ପାଖରେ ବସି ବ୍ୟସ୍ତ ହୋଇପଡ଼ୁଥିଲେ।

ଏତିକିବେଳେ ମୁଖ୍ୟ ଡାକ୍ତର ଆସି ରୋଗୀଙ୍କ ପାଖରେ ପହଞ୍ଚି ହାତ ନାଡ଼ି ଦେଖି କହିଲେ, ରୋଗୀ ଆଉ ନାହିଁ।

ଠିକ୍‌ ଏତିକିବେଳେ ରୋଗୀଙ୍କ ଚେତା ଫେରିଆସିଲା। ଆଉ ଡାକ୍ତରଙ୍କ କଥା ଶୁଣି ସେ ଉଠିପଡ଼ି କହିଲେ ଆଞା ମୁଁ ମରିନି, ବଞ୍ଚିଛି।

ଡାକ୍ତର ଚମକି ପଡ଼ିଲେ। ଆଉ ଏତିକିବେଳେ ପତ୍ନୀ ବିକଳରେ ପତିଙ୍କ ମୁହଁରେ ହାତଦେଇ କହିଲେ ସେମିତି କୁହନି। ଏ ହେଲେ ବହୁତ ବଡ଼ ଡାକ୍ତର। ସେ କେବେ ଏମିତି ଭୁଲ୍‌ କରିବେନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ