କେବିସିରେ ପୁରୁଷ ହକି ବିଶ୍ୱକପ୍‌ର ପ୍ରଚାର


ଭୁବନେଶ୍ବର: ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍‌ ହକି ସ୍ପୋଟ୍ସ କମ୍ପେକ୍ସ୍‌ରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ବିଶ୍ବକପ ହକି। ଏହି ମହାକୁମ୍ଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଜୋର୍‌ସୋର୍‌ରେ ପ୍ରଚାର ଆରମ୍ଭ କରିଦେଇଛନ୍ତି। କିଛି ଦିନ ପୂର୍ବେ ଲଣ୍ଡନ ଓ କୋଲକାତାରେ ଏହାର ପ୍ରଚାର ଆରମ୍ଭ ମଧ୍ୟ ହୋଇଯାଇଛି। ଏହାପରେ ଏବେ ଏକ ଜାତୀୟ ଟିଭି ଚ୍ୟାନେଲ୍‌ରେ ବିଶ୍ୱକପ୍‌ର ପ୍ରଚାର ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସୋନି ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟଲିଟି ଶୋ’ ‘କୌନ୍‌ ବନେଗା କରୋଡପତି’ (କେବିସି)ରେ ଏହାର ପ୍ରଚାର କରାଯାଇଛି। ଆସନ୍ତା ଶୁକ୍ରବାର ରାତି ୯ଟାରେ ପ୍ରସାରିତ ହେବାକୁ ଥିବା ଅଧ୍ୟାୟରେ ଏହା ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଏହି ସ୍ବତନ୍ତ୍ର ଉପସ୍ଥାପନା ନେଇ ଗତ କିଛି ଦିନ ପୂର୍ବେ ୫୦ ସେକେଣ୍ଡ୍‌ ବିଶିଷ୍ଟ ଏକ ପ୍ରମୋ ଭିଡିଓ ସୋସାଲ୍‌ ମିଡିଆରେ ସେୟାର କରାଯାଇଥିଲା।

ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ୍‌ର ପ୍ରଚାର କରୁଥିବାର ନଜରକୁ ଆସିବେ। ମୁଖ୍ୟମନ୍ତ୍ରୀ ବିଶ୍ୱକପ୍‌ ଲାଗି ଭୁବନେଶ୍ୱର ପ୍ରସ୍ତୁତ ଥିବା ସୂଚନା ଦେଉଥିବାର ଦେଖାଯିବେ। ଏହି ଅଧ୍ୟାୟରେ ଭାରତୀୟ ହକି ଦଳର ବରିଷ୍ଠ ଖେଳାଳିମାନେ ହଟ୍‌ସିଟ୍‌ରେ ବସି ଥିବାର ଦେଖିବାକୁ ମିଳିବ। ବିଗ୍‌ ବି’ ଅମିତାଭ୍‌ ବଚନ ହକି ବିଶ୍ୱକପ୍‌ ଲାଗି ଭାରତୀୟ ଦଳକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି। ଭାରତୀୟ ଦଳ ପୁଣି ଥରେ ଶ୍ରେଷ୍ଠ ୫ ଦଳରେ ସ୍ଥାନ ପାଇଛି ଓ ଏହା ପାଇଁ ଦେଶବାସୀ ଗର୍ବିତ ବୋଲି ଅମିତାଭ କହିଛନ୍ତି। ହକି ପ୍ରତି ଥିବା ଓଡ଼ିଶାବାସୀଙ୍କ ଭଲ ପାଇବାକୁ ଅମିତାଭ୍‌ ବେଶ ପ୍ରଶଂସା କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମର ଆଉ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର ଭାରତୀୟ ହକି ବିଶ୍ୱକପ୍‌ ଦଳକୁ ଶୁଭେଚ୍ଛା ଜଣାଇବା ଦେଖିବାକୁ ମିଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।