ଯୁବତୀଙ୍କୁ ଗଣବଳାତ୍କାର ମାମଲା: ୫ ଅଭିଯୁକ୍ତ ଗିରଫ


ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କେ.ବଲାଙ୍ଗ ଥାନା ଅନ୍ତର୍ଗତ କାଲକାଟୁ ଜଙ୍ଗଲରେ ଘଟିଥିବା ଯୁବତୀ ଗଣବଳାତ୍କାର ଘଟଣାରେ ଗୁରୁବାର ପୋଲିସ୍‌ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରେଞ୍ଜଡ଼ା ଗ୍ରାମର ଧନସେନ ସିଂ (୨୪), ଶଙ୍କର ସିଂ (୨୧), ସହଦେବ ସିଂ (୨୩), ରବୀନ୍ଦ୍ର ସିଂ (୨୨) ଏବଂ ସ୍ବୟମ୍ବା ଗ୍ରାମର ଉମେଶ ସିଂ (୨୪)। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୋଟୁହନୁମାନ ଗ୍ରାମର ଜନୈକା ଯୁବତୀ ନିଜ ମାମୁଁ ପୁଅ ଭାଇଙ୍କ ସହିତ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ରେଞ୍ଜଡ଼ା ଗ୍ରାମକୁ ଯାଇଥିଲେ। ସେମାନେ ସୋମବାର ରାତି ପ୍ରାୟ ସାଢ଼େ ୮ଟାବେଳେ ବାଇକ୍‌ରେ ଫେରୁଥିବା ବେଳେ କାଲକାଟୁ ଜଙ୍ଗଲ ରାସ୍ତାରେ ୫ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ଏହାପରେ ଯୁବତୀଙ୍କ ଭାଇକୁ ଯୁବକମାନେ ନିସ୍ତୁକ ମାଡ ମାରିଥିଲେ। ସେ ପ୍ରାଣ ବିକଳରେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ଏହାପରେ ଯୁବକମାନେ ଯୁବତୀଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ବଳାତ୍କାର କରିଥିଲେ। ପୀଡ଼ିତା ଯୁବତୀ ସେଠାରୁ ଘରକୁ ଫେରି ଏହି ବିଷୟରେ ଥାନାରେ ଜଣାଇଥିଲେ। କେ.ବଲାଙ୍ଗ ପୋଲିସ୍‌ ଘଟଣାର ତଦନ୍ତ କରି ପାଞ୍ଚ ଜଣଙ୍କୁ ଗିରଫ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ବିବର୍ତ୍ତନବାଦର ବିବର୍ତ୍ତନ
୧୮୫୯ ମସିହା ନଭେମ୍ବର ୨୪ ତାରିଖରେ ଚାର୍ଲସ ଡାରୱିନ୍‌ଙ୍କର ଯୁଗାନ୍ତକାରୀ ଗ୍ରନ୍ଥ ‘ଅନ୍‌ ଦ ଓରିଜିନ୍‌ ଅଫ୍‌ ସ୍ପିସିଜ୍‌’ ପ୍ରକାଶ ପାଇଲା। ଯଦିଓ ଡାରୱିନ୍‌ଙ୍କ ଗବେଷଣା ଦୁଇ ଦଶନ୍ଧି ପୂର୍ବରୁ ସମାପ୍ତ ହୋଇଥିଲା, ସେ ଏହି ଗ୍ରନ୍ଥ ପ୍ରକାଶ କରିବାରେ ଜାଣିଶୁଣି ବିଳମ୍ବ କରିଥିଲେ। ସେ ଜାଣିଥିଲେ ଯେ ଏହା ପ୍ରକାଶ ପାଇବା ପରେ ଧାର୍ମିକ ଅନୁଷ୍ଠାନ ତରଫରୁ ଭୀଷଣ ପ୍ରତିବାଦ ଆସିବ। କିନ୍ତୁ ୧୮୫୮ ମସିହାରେ ଆଉ ଜଣେ ବୈଞାନିକ ଆଲଫର୍ଡ ରସେଲ ୱାଲେସ୍ ବିବର୍ତ୍ତନ ସମ୍ପର୍କରେ ଗବେଷଣା ସମାପ୍ତ ହେଲା ବୋଲି ଘୋଷଣା କଲେ। ଦୁଇଜଣଙ୍କ ପାଣ୍ଡୁଲିପି ଲାଇନେନ୍‌ ସୋସାଇଟି ଅଫ୍‌ ଲଣ୍ଡନକୁ ପଠାଗଲା। ସେଠାରେ ପ୍ରମାଣିତ ହେଲା ଯେ ଚାର୍ଲସ ଡାରୱିନ୍‌ ହେଉଛନ୍ତି ବିବର୍ତ୍ତନବାଦର ଜନକ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?