ବିଫଳତାରେ ଭାଙ୍ଗି ନ ପଡ଼ିଲେ ହେଲା


ସମସ୍ତଙ୍କ ଜୀବନରେ ଯେକୌଣସି ସମୟରେ ବ୍ୟର୍ଥତା, ବିଫଳତା ଆସିପାରେ। ବିଫଳତାରେ ଭାଙ୍ଗି ନ ପଡ଼ି ଆଗକୁ ବଢ଼ିଲେ, ସଫଳତା ନିଶ୍ଚିତ ଭାବରେ ଆସେ। ବିଶ୍ୱର ଏମିତି ଅନେକେ ସଫଳ ମଣିଷ ଥିଲେ ଯେଉଁମାନେ ଜୀବନର ପ୍ରଥମ ଭାଗରେ ଏକାଧିକ ଥର ବ୍ୟର୍ଥତାକୁ ସାମ୍ନା କରିଛନ୍ତି, କିନ୍ତୁ ଶେଷରେ ଜିତିଛନ୍ତି। ଏଇ ଜିତିବା ହିଁ ସେମାନଙ୍କୁ କରିଛି ବିଶ୍ୱ ପ୍ରସିଦ୍ଧ।

ଭିନ୍‌ସେଣ୍ଟ ଭ୍ୟାନ୍ ଗଗ
ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଚିତ୍ରଶିଳ୍ପୀ ଭିନସେଣ୍ଟ ଥିଲେ ଖୁବ୍ ଆତ୍ମବିଶ୍ୱାସହୀନ ଓ ଆବେଗପ୍ରବଣ ମଣିଷ। ଜୀବନରେ ସେ ମାତ୍ର କେବଳ ଗୋଟିଏ ଚିତ୍ର ବିକି ପାରିଥିଲେ, ତାହା ପୁଣି ତାଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ। ହେଲେ ପରେ ତାଙ୍କୁ ମିଳିଥିବା ସମ୍ମାନ ତାଙ୍କ ବିଫଳତା ଉପରେ ପରଦା ଢାଙ୍କିଦେଇଥିଲା।

ହ୍ୟାରିସନ୍ ଫୋର୍ଡ଼

‘ଇଣ୍ଡିଆନା ଜୋନ୍ସ୍’ ଓ ‘ଷ୍ଟାର ଓ୍ୱାର୍ସ’ ଫେମ୍‌ ବିଖ୍ୟାତ ହଲିଉଡ୍ ଅଭିନେତା ହ୍ୟାରିସନ୍ ଫୋର୍ଡ଼ ତାଙ୍କର ପ୍ରଥମ ସିନେମାରେ ଅଭିନୟ କରିବା ପରେ ଜଣେ ସମ୍ପାଦକ ତାଙ୍କ ଖବରକାଗଜରେ ଲେଖିଥିଲେ, ହ୍ୟାରିସନ୍ ଜଣେ ବିଫଳ ବ୍ୟକ୍ତି। ସେ କେବେ ବି ଅଭିନୟରେ ସଫଳ ହୋଇ ପାରିବେନି। ପରବର୍ତ୍ତୀ ସମୟରେ ସେ ଅଭିନୟରେ ଛୁଇଁଥିବା ଶିଖର ସମ୍ପର୍କରେ ସଭିଏଁ ଜାଣନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ