ବିଫଳତା ହିଁ ସଫଳତାର ଶିଡ଼ି


ସମସ୍ତଙ୍କ ଜୀବନରେ ଯେକୌଣସି ସମୟରେ ବ୍ୟର୍ଥତା, ବିଫଳତା ଆସିପାରେ। ଯିଏ ବିଫଳତାରେ ଭାଙ୍ଗି ନ ପଡ଼ି ଆଗକୁ ବଢ଼ିଚାଲେ, ତା’ପାଇଁ ସଫଳତା ନିଶ୍ଚିତ ଭାବରେ ଆସେ। ବିଶ୍ୱର ଏମିତି ଅନେକେ ସଫଳ ମଣିଷ ଥିଲେ ବା ଅଛନ୍ତି, ଯେଉଁମାନେ ଜୀବନର ପ୍ରଥମଭାଗରେ ଏକ ବା ଏକାଧିକ ଥର ବ୍ୟର୍ଥତା ଓ ବିଫଳତା ସହ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ଶେଷରେ ଜିତିଛନ୍ତି। ଏଇ ଜିତିବା ହିଁ ସେମାନଙ୍କୁ କରିଦେଇଛି ବିଶ୍ୱ ପ୍ରସିଦ୍ଧ।

ଓପରା ୱିନ୍‌ଫ୍ରେ
ଏଇ ଲୋକପ୍ରିୟ ଆମେରିକୀୟ ଟେଲିଭିଜନ ବ୍ୟକ୍ତିତ୍ୱ ‘କୁଇନ୍ ଅଫ୍ ଟେଲିଭିଜନ୍ ଟକ୍ ଶୋ’ ନାଁରେ ପ୍ରସିଦ୍ଧ। ଫୋର୍ବସ ପତ୍ରିକାର ରିପୋର୍ଟ ଅନୁସାରେ ୨.୯ ବିଲିଅନ ଡଲାରର ମାଲିକାଣୀ ଓପରା ୱିନ୍‌ଫ୍ରେ ପ୍ରଥମେ ଜଣେ ଟେଲିଭିଜନ୍ ଉପସ୍ଥାପିକା ଭାବରେ ଜୀବନ ଆରମ୍ଭ କରିଥିଲେ ଏବଂ ଯୌନ ନିର୍ଯାତନାର ଶିକାର ମଧ୍ୟ ହୋଇଥିଲେ।

ୱାଲ୍ଟ ଡିଜ୍‌ନୀ

ଯଥେଷ୍ଟ କଳ୍ପନାଶକ୍ତି ଓ ନୂଆ କିଛି ଭାବିବାର କ୍ଷମତା ନ ଥିବାରୁ ୱାଲ୍ଟ ଡିଜ୍‌ନୀଙ୍କୁ ଖବରକାଗଜ ଚାକିରିରୁ ବାହାର କରି ଦିଆ ଯାଇଥିଲା। ମାତ୍ର ପରେ ସେ ହେଲେ ଆମେରିକାର ଚର୍ଚ୍ଚିତ ସିନେ ପ୍ରଯୋଜକ, କାହାଣୀ ଲେଖକ ଏବଂ ବିଶ୍ବବିଖ୍ୟାତ ଆନିମେଟର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ