ଏସବୁ ସ୍ଥାନ ଯାଉଥିଲେ ଜାଣନ୍ତୁ କେତେକ ଅସୁବିଧା ସମ୍ପର୍କରେ


ଲୋକେ ଯେଉଁ ଆଡ଼େ ବୁଲିବା ପାଇଁ ଯାଆନ୍ତି, ସେଠାକାର ଫଟୋ ସୋସାଲ ମିଡିଆରେ ଶେୟାର ନିହାତି ଭାବେ କରନ୍ତି। ଏବେ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର କରିବା ଲାଗି କେତେକ ଅଫିସିଆଲ ସାଇଟ୍‌ ମଧ୍ୟ ତିଆରି କରାଯାଉଥିବା ଦେଖିବାକୁ ମିଳୁଛି। ଇଣ୍ଟରନେଟ୍‌ରେ ଫଟୋ ଦେଖିବା ପରେ ଆପଣ ଉକ୍ତ ସ୍ଥାନ ଭ୍ରମଣ କରିବାକୁ ଯିବାକୁ ଯୋଜନା କରି ନିଅନ୍ତି, ମାତ୍ର ଏମିତି କେତେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ବାସ୍ତବତା ଫଟୋଠାରୁ ଅନେକ ଭିନ୍ନ। ଏଠାରେ ଏମିତି କେତେକ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାର ବାସ୍ତବତା ବହୁତ ଭିନ୍ନ।

ତାଜମହଲର ସୌନ୍ଦର୍ଯ୍ୟ ଦେଖିବା କଷ୍ଟକର

ସାରା ବିଶ୍ବରେ ଲୋକପ୍ରିୟ ତାଜମହଲର ସୌନ୍ଦର୍ଯ୍ୟ ଯେ କୌଣସି ବ୍ୟକ୍ତି ନିଜ କ୍ୟାମେରାରେ କଏଦ କରିବାକୁ ଚାହାନ୍ତି। ମାତ୍ର ଏହାକୁ ପାଖରୁ ଦେଖିବା ଲାଗି ଆପଣଙ୍କୁ ଲମ୍ବା ଲାଇନ୍‌ ଲଗାଇବାକୁ ପଡ଼ିବ। ଭିତରକୁ ଯିବା ପରେ ମଧ୍ୟ ଏଠାରେ ଭିଡ଼ ପ୍ରବଳ ମାତ୍ରାରେ ଲାଗି ରହୁଥିବାରୁ ସେଲ୍ଫି ନେବାକୁ କୌଣସି ସୁଯୋଗ ମିଳିପାରି ନ ଥାଏ।

ଗୋଆ ବିଚ୍‌ରେ ସ୍ଥାନ ମିଳିବା କଷ୍ଟକର

ଗୋଆ ବୁଲିବା ପାଇଁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ଏପରିସ୍ଥଳେ ଆପଣ ଯେମିତି ଭାବୁଛନ୍ତି ଗୋଆ ବିଚ୍‌ରେ ମସ୍ତି କରିବେ, ତାହା କରିବା ହୁଏତ ଆପଣଙ୍କୁ କଷ୍ଟକର ହୋଇପାରେ। କାରଣ ଗୋଆ ବିଚ୍‌ରେ ବସିବା ପାଇଁ ସ୍ଥାନ ମିଳିଗଲେ, ବହୁତ ବଡ଼ କଥା। ମସ୍ତି କରିବା ତ ବହୁତ ଦୂରର କଥା।

ଋଷିକେଶରେ ଲମ୍ବା ଲାଇନ୍‌ ସାଙ୍ଗକୁ ଟ୍ରାଫିକ୍‌ ଜାମ୍‌

ଗଙ୍ଗା ଆରତୀରୁ ଆରମ୍ଭ କରି ଆଡଭେଞ୍ଚର ଆକ୍ଟିଭିଟି ପାଇଁ ଋଷିକେଶ ବହୁତ ଜଣାଶୁଣା। ତେବେ ଏହି ସବୁର ମଜା ନେବା ଲାଗି ଆପଣଙ୍କୁ ଲମ୍ବା ଲାଇନ୍‌ ସହିତ ଟ୍ରାଫିକ୍‌ ଜାମ୍‌ର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ଯାହା ବୁଲିବା ପୁର୍ବରୁ ମୁଡ୍‌ ଖରାପ କରିଦିଏ।

ବ୍ୟାଙ୍କକରେ ଯୁଆଡ଼େ ଯିବେ ସିଆଡ଼େ ଷ୍ଟ୍ରଗଲ
ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କଙ୍କ ସବୁଠୁ ବଡ଼ ବିଦେଶୀ ପର୍ଯ୍ୟଟନସ୍ଥଳୀ। ଦେଶ ବିଦେଶର ଅଧିକାଂଶ ପର୍ଯ୍ୟଟକ ଏଠାକୁ ଆସିବାକୁ ପସନ୍ଦ କରନ୍ତି। ମାତ୍ର ଏଠାରେ ଆପଣ ଘଣ୍ଟା ଘଣ୍ଟା ଟ୍ରାଫିକ୍‌ ଜାମ୍‌ରେ ଫସି ରହିବାକୁ ପଡ଼ିଥାଏ। ସେହିପରି ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ମଧ୍ୟ ଆପଣଙ୍କୁ ବହୁତ ଷ୍ଟ୍ରଗଲ କରିବାକୁ ପଡ଼ିପାରେ।

ଜନଗହଳିପୂର୍ଣ୍ଣ ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା

ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରେ ସାମିଲ୍‌ ଚାଇନାର ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା ଦେଖିବା ଲାଗି ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ପାହାଡ଼ ଉପରେ ନିର୍ମାଣ ହୋଇଥିବା ଏହି ୱାଲ୍‌କୁ ଦେଖିବା ଲାଗି ଏତେ ସଂଖ୍ୟକ ପଯ୍ୟଟକ ଆସନ୍ତି ଯେ ଏଠାରେ ଚାଲିବା କଷ୍ଟକର ହୋଇପଡ଼େ।

ଏଫିଲ୍‌ ଟାୱାରରେ ଲମ୍ବା ଧାଡ଼ି
ପ୍ୟାରିସ୍‌ର ଏଫିଲ୍‌ ଟାୱାର ବୁଲିବା ସମସ୍ତ ପର୍ଯ୍ୟଟନ ପ୍ରେମୀଙ୍କ ସ୍ବପ୍ନ ହୋଇଥାଏ। ମାତ୍ର ସ୍ବପ୍ନ ଏବଂ ବାସ୍ତବତାରେ ବହୁତ ଫରକ ରହିଛି। ଏଠାରେ ବୁଲିବା ପାଇଁ ଆପଣଙ୍କୁ ଲମ୍ବା ଲାଇନ୍‌ ଲଗାଇବାକୁ ପଡ଼ିବ। ଏପରିକି ରେସ୍ତୋରାଁରେ ଖାଇବା ଲାଗି ମଧ୍ୟ ଏଠାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ବିବର୍ତ୍ତନବାଦର ବିବର୍ତ୍ତନ
୧୮୫୯ ମସିହା ନଭେମ୍ବର ୨୪ ତାରିଖରେ ଚାର୍ଲସ ଡାରୱିନ୍‌ଙ୍କର ଯୁଗାନ୍ତକାରୀ ଗ୍ରନ୍ଥ ‘ଅନ୍‌ ଦ ଓରିଜିନ୍‌ ଅଫ୍‌ ସ୍ପିସିଜ୍‌’ ପ୍ରକାଶ ପାଇଲା। ଯଦିଓ ଡାରୱିନ୍‌ଙ୍କ ଗବେଷଣା ଦୁଇ ଦଶନ୍ଧି ପୂର୍ବରୁ ସମାପ୍ତ ହୋଇଥିଲା, ସେ ଏହି ଗ୍ରନ୍ଥ ପ୍ରକାଶ କରିବାରେ ଜାଣିଶୁଣି ବିଳମ୍ବ କରିଥିଲେ। ସେ ଜାଣିଥିଲେ ଯେ ଏହା ପ୍ରକାଶ ପାଇବା ପରେ ଧାର୍ମିକ ଅନୁଷ୍ଠାନ ତରଫରୁ ଭୀଷଣ ପ୍ରତିବାଦ ଆସିବ। କିନ୍ତୁ ୧୮୫୮ ମସିହାରେ ଆଉ ଜଣେ ବୈଞାନିକ ଆଲଫର୍ଡ ରସେଲ ୱାଲେସ୍ ବିବର୍ତ୍ତନ ସମ୍ପର୍କରେ ଗବେଷଣା ସମାପ୍ତ ହେଲା ବୋଲି ଘୋଷଣା କଲେ। ଦୁଇଜଣଙ୍କ ପାଣ୍ଡୁଲିପି ଲାଇନେନ୍‌ ସୋସାଇଟି ଅଫ୍‌ ଲଣ୍ଡନକୁ ପଠାଗଲା। ସେଠାରେ ପ୍ରମାଣିତ ହେଲା ଯେ ଚାର୍ଲସ ଡାରୱିନ୍‌ ହେଉଛନ୍ତି ବିବର୍ତ୍ତନବାଦର ଜନକ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?