ବିଶ୍ୱର ଦ୍ରୁତତମ କାର୍ ବୁଗାଟ୍ଟି


ବିଶ୍ୱର ଦ୍ରୁତତମ କାର୍ ବୁଗାଟ୍ଟି ଭେରନ ଇବି ୧୬.୪

ମିଡ୍ ଇଞ୍ଜିନ୍‌ ଯୁକ୍ତ ସ୍ପୋର୍ଟସ କାର ‘ବୁଗାଟ୍ଟି ଭେରନ ଇବି ୧୬.୪’ ହେଉଛି ବିଶ୍ୱର ସବୁଠୁ ଦ୍ରୁତତମ କାର୍। ଫକ୍ସଓ୍ୱାଗେନ ଗ୍ରୁପ୍ ଏହାର ଡିଜାଇନ ଓ ବିକାଶ ଜର୍ମାନୀରେ କରିଥିବା ବେଳେ ବୁଗାଟ୍ଟି ଅଟୋମୋବାଇଲ୍ସ ଏସ୍ଏଏସ୍ ଫ୍ରାନ୍ସର ମୋଲଶାଇନଠାରେ ଏହାର ନିର୍ମାଣ କରିଛି। ଏହାର ମୂଳ ସଂସ୍କରଣର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୪୦୭ କିଲୋମିଟର (ଘଣ୍ଟା ପ୍ରତି ୨୫୩ ମାଇଲ)।

୨୦୦୦ରୁ ୨୦୦୯ ମଧ୍ୟରେ ବିବିସି ଟେଲିଭିଜନର ଟପ୍ ଗିୟର କାର୍ଯ୍ୟକ୍ରମରେ ଏହାକୁ ଦଶନ୍ଧିର ଶ୍ରେଷ୍ଠ କାର୍ ରୂପେ ପୁରସ୍କୃତ କରାଯାଇଛି। ଏହାର ସୁପର ସ୍ପୋର୍ଟସ ସଂସ୍କରଣକୁ ବିଶ୍ୱର ସବୁଠୁ ଦ୍ରୁତତମ କାର୍‌ର ଆଖ୍ୟା ଦେଇଛି ଗିନିଜ୍ ବିଶ୍ୱ ରେକର୍ଡ। ଏହି ସଂସ୍କରଣର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୩୦ କିଲୋମିଟର।

ଏହାର ରୋଡ୍‌ଷ୍ଟର୍‌ ସଂସ୍କରଣ ‘ଭେରନ ଗ୍ରାଣ୍ଡ ସ୍ପୋର୍ଟଜ ଭିଟିଜି’ ମଧ୍ୟ ବିଶ୍ୱର ଏ ଶ୍ରେଣୀୟ କାର୍ ମଧ୍ୟରେ ଦ୍ରୁତତମ। ଏହାର ହାରାହାରି ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦୮.୮୪ କିଲୋମିଟର। ହାଟମୁଟ ଓ୍ୱାର୍କର୍ସ ଏହାର ମୁଖ୍ୟ ଡିଜାଇନର ହୋଇଥିବା ବେଳେ ଫକ୍ସଓ୍ୱାଗେନ୍‌ର ଜୋଜେଫ କାବାନ ବାହ୍ୟ ଡିଜାଇନର୍‌ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।