ଭାରତର ଏହି ୫ଟି ସ୍ଥାନକୁ ବିନା ଅନୁମତିରେ ଯିବା ମନା


ଭାରତରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଏଠାରେ ଆପଣ ବିନା କୌଣସି ଡରରେ ବୁଲି ପାରିବେ। ମାତ୍ର ଭାରତରେ ଏମିତି କେତେକ ସ୍ଥାନ ରହିଛି, ଯେଉଁଠି ବିନା ଅନୁମତିରେ ପାଦ ରଖିପାରିବେ ନାହିଁ। ଏହି ସ୍ଥାନରେ ବୁଲିବା ପାଇଁ ବିଦେଶୀ ଓ ଭାରତୀୟ ଉଭୟଙ୍କୁ ଇନର ଲାଇନ୍‌ ପରମିଟ୍‌ ନେବାକୁ ପଡ଼ିଥାଏ। ଚାଲନ୍ତୁ ଜାଣିବା ଏଭଳି କେତେକ ସ୍ଥାନ ସମ୍ପର୍କରେ, ଯେଉଁଠିକୁ ବିନା ଅନୁମତିରେ ଯାଇପାରିବେ ନାହିଁ।

ଅରୁଣାଚଳ ପ୍ରଦେଶ
ଆପଣ ଜାଣି ଚକିତ ହୋଇପାରନ୍ତି, ମାତ୍ର ବହିରାଗତ ଲୋକଙ୍କୁ ଅରୁଣାଚଳ ପ୍ରଦେଶ ଯିବା ଲାଗି ଅନୁମତି ନେବାକୁ ପଡ଼ିଥାଏ। କାରଣ ଏହି ରାଜ୍ୟରେ ଚୀନ ଓ ମିଆଁମାର ଦେଶର ସୀମା ଲାଗି ରହିଛି। ଯେଉଁଥିପାଇଁ ଏଠାକୁ ବୁଲି ଯିବା ପୂର୍ବରୁ ଅନୁମତି ନେବାକୁ ପଡ଼ିଥାଏ।

ମିଜୋରାମ
ମିଜୋରାମ ଆଦିବାସୀ ସମ୍ପ୍ରଦାୟଙ୍କ ବାସସ୍ଥାନ ଅଟେ। ସେମାନଙ୍କର ଧାର୍ମିକ ପରମ୍ପରା ଏବଂ ସଂସ୍କୃତି ସମ୍ପୂର୍ଣ୍ଣ ଭାବେ ଅଲଗା। ମିଜେରାମରେ ବୁଲିବା ପାଇଁ ଫୱାଙ୍ଗପୁଇ ହିଲ୍ସ, ଭନତାୱାଙ୍ଗ ଜଳପ୍ରପାତ, ପାଳକ ହ୍ରଦ, ଚିଙ୍ଗ ପୁଇ ହେରିଟେଜ୍‌ ସାଇଟ୍‌ ଆଦି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ଏଠାକୁ ବୁଲିଯିବା ପୂର୍ବରୁ ଅନୁମତି ନେବାକୁ ପଡ଼ିଥାଏ।

ଲଦାଖ

ଭାରତର ସବୁଠାରୁ ସୁନ୍ଦର ସ୍ଥାନ ମଧ୍ୟରେ ଲଦାଖ ଅନ୍ୟତମ। ଏଭଳି ସୁନ୍ଦର ସ୍ଥାନକୁ କିଏ ଯିବାକୁ ନ ଚାହିବ? ମାତ୍ର ଏଠାକୁ ବୁଲିଯିବା ପୂର୍ବରୁ ଲାଇନ୍‌ ପରିମିଟ୍‌ ନେବାକୁ ପଡ଼ିଥାଏ। ଏହା ପାକିସ୍ତାନ ଓ ଚୀନ ସୀମାକୁ ଲାଗି ରହିଥିବାରୁ ଏଠାକୁ ଅନୁମତି ନେଇ ଯିବାକୁ ପଡ଼ିଥାଏ।

ସିକ୍କିମ୍‌
ସିକ୍କିମ୍‌କୁ ତିନୋଟି ଦେଶର ସୀମା ଲାଗି ରହିଛି। ତେଣୁ ଏଠାକୁ ଯିବା ଲାଗି ଇନର ଲାଇନ୍‌ ପରିମିଶନ ନେବାକୁ ପଡ଼ିଥାଏ। ଚାରି ପାର୍ଶ୍ବରେ ପାହାଡ଼ ଘେରି ରହିଥିବା ସିକ୍କିମ୍‌ରେ ତସୋମଗୋ ହ୍ରଦ, ନାଥୁଲା, ଗୋଏଚାଲା ଟ୍ରେକ୍‌ ଆଦି ସ୍ଥାନ ପାଇଁ କଟକଣା ରହିଛି। ଏଠାରେ ବୁଲିବା ପାଇଁ ପ୍ରଥମେ ଅନୁମତି ନେବାକୁ ପଡ଼େ।

ନାଗାଲ୍ୟାଣ୍ଡ
ଯଦି ଆପଣ ନାଗାଲ୍ୟାଣ୍ଡ ବୁଲିବା ପାଇଁ ଯାଉଛନ୍ତି, ତେବେ ଏଠାକୁ ଯିବା ପୂର୍ବରୁ ଇନର ଲାଇନ୍‌ ପରମିଟ୍‌ ନେବାକୁ ପଡ଼ିଥାଏ। ବିଶେଷକରି କୋହିମା, ଦିମାପୁର, ମୋକୋକଚୁଙ୍ଗ, ୱଖା, ମୋନ, ଫେକ୍‌, କିଫିରେ ଭଳି ପର୍ଯ୍ୟଟନସ୍ଥଳୀ ବୁଲି ଯିବା ପାଇଁ ଅନୁମତି ନେବାକୁ ପଡ଼ିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ବିବର୍ତ୍ତନବାଦର ବିବର୍ତ୍ତନ
୧୮୫୯ ମସିହା ନଭେମ୍ବର ୨୪ ତାରିଖରେ ଚାର୍ଲସ ଡାରୱିନ୍‌ଙ୍କର ଯୁଗାନ୍ତକାରୀ ଗ୍ରନ୍ଥ ‘ଅନ୍‌ ଦ ଓରିଜିନ୍‌ ଅଫ୍‌ ସ୍ପିସିଜ୍‌’ ପ୍ରକାଶ ପାଇଲା। ଯଦିଓ ଡାରୱିନ୍‌ଙ୍କ ଗବେଷଣା ଦୁଇ ଦଶନ୍ଧି ପୂର୍ବରୁ ସମାପ୍ତ ହୋଇଥିଲା, ସେ ଏହି ଗ୍ରନ୍ଥ ପ୍ରକାଶ କରିବାରେ ଜାଣିଶୁଣି ବିଳମ୍ବ କରିଥିଲେ। ସେ ଜାଣିଥିଲେ ଯେ ଏହା ପ୍ରକାଶ ପାଇବା ପରେ ଧାର୍ମିକ ଅନୁଷ୍ଠାନ ତରଫରୁ ଭୀଷଣ ପ୍ରତିବାଦ ଆସିବ। କିନ୍ତୁ ୧୮୫୮ ମସିହାରେ ଆଉ ଜଣେ ବୈଞାନିକ ଆଲଫର୍ଡ ରସେଲ ୱାଲେସ୍ ବିବର୍ତ୍ତନ ସମ୍ପର୍କରେ ଗବେଷଣା ସମାପ୍ତ ହେଲା ବୋଲି ଘୋଷଣା କଲେ। ଦୁଇଜଣଙ୍କ ପାଣ୍ଡୁଲିପି ଲାଇନେନ୍‌ ସୋସାଇଟି ଅଫ୍‌ ଲଣ୍ଡନକୁ ପଠାଗଲା। ସେଠାରେ ପ୍ରମାଣିତ ହେଲା ଯେ ଚାର୍ଲସ ଡାରୱିନ୍‌ ହେଉଛନ୍ତି ବିବର୍ତ୍ତନବାଦର ଜନକ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?