ଆଜି ଶ୍ରୀମନ୍ଦିର ସୁରକ୍ଷାର ଯାଞ୍ଚ କରିବ ଏନ୍‌ଏସ୍‌ଜି


ପୁରୀ: ଶ୍ରୀମନ୍ଦିର ସୁରକ୍ଷାର ଯାଞ୍ଚ କରାଯିବ। ସେଥିପାଇଁ ଦିଲ୍ଲୀରୁ ଆସୁଛନ୍ତି ନ୍ୟାସ୍‌ନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ଏକ ଟିମ୍‌। ଏଥିପାଇଁ ଏନ୍‌ଏସ୍‌ଜିର ତିନି ଜଣିଆ ଟିମ୍ ସୋମବାର ପୁରୀ ଆସି ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥା ସେମାନେ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି। ଏହି ଟିମ୍ ଦୁଇ ଦିନ ପୁରୀରେ ରହିବା ସହ ଶ୍ରୀମନ୍ଦିର ଭିତର ଓ ବାହାର ନିରାପତ୍ତା ବ୍ୟବସ୍ଥାର ଟିକିନିଖି ଯାଞ୍ଚ କରିବେ। ଏନେଇ ପୁରୀ ଏସ୍‌ପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଏନ୍‌ଏସ୍‌ଜିର ତିନି ଜଣିଆ ଟିମ୍ ସୋମବାର ପୁରୀରେ ଆସି ପହଞ୍ଚିବେ। ଆସନ୍ତାକାଲି ଓ ୨୫ ତାରିଖ ଦୁଇ ଦିନ ଧରି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯିବ। ୨୦୧୩ ରେ ଇଣ୍ଡିଆନ୍ ମୁଜାହିଦ୍ଦିନର ଦୁଇ ଜଣ ଆତଙ୍କବାଦୀ ପୁରୀରେ ରହିଥିବା ନେଇ ବୟାନ ଦେବା ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ୨୬ ଅଗଷ୍ଟ ୨୦୧୭ ମସିହାରେ ଏନ୍‌ଏସ୍‌ଜିର ତିନି ଜଣିଆ ଟିମ୍ ଆସି ଯାଞ୍ଚ କରିଥିଲେ। ଏହାପରେ ଅକ୍ଟୋବର ମାସରେ ଏନ୍‌ଏସ୍‌ଜି ଟିମ୍‌ ଆସି ଶ୍ରୀମନ୍ଦିରର ଯାଞ୍ଚ କରି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ  ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଏସ୍‌ପିଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିନି। ଶ୍ରୀମନ୍ଦିର ପ୍ରବେଶ ପଥରେ କଟକଣା କରିବା ଠାରୁ ଆରମ୍ଭ କରି ଆବଶ୍ୟକୀୟ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନେଇ ଯାହା ରିପୋର୍ଟ ଦିଆଯାଇଥିଲା, ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି । ଏନ୍‌ଏସ୍‌ଜି ପକ୍ଷରୁ ବାରମ୍ବାର ରିପୋର୍ଟ ଦିଆଯାଉଥିବା ସତ୍ତ୍ବେ କିଛି ଆଖିଦୃଶିଆ ସୁରକ୍ଷା ବ୍ୟବସ୍ଥା କରାଯାଉ ନ ଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସୂର୍ଯ୍ୟ ବିନା ଜୀବନ ସମ୍ଭବ
ଆମେ ଏ ପର୍ଯ୍ୟନ୍ତ ଜାଣିଥିଲେ - ସୂର୍ଯ୍ୟଙ୍କର ଆଲୋକ ଓ ଉତ୍ତାପର ଏକ ନିର୍ଦ୍ଦିଷ୍ଟ ସମନ୍ବୟରେ ଜୀବନୀ ଶକ୍ତି ସଞ୍ଚରିତ ହୁଏ। ପ୍ରକାରାନ୍ତରେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଜୀବନଧାରଣ ସମ୍ଭବ ନୁହେଁ। କିନ୍ତୁ ୨୦୧୩ ମସିହାରେ ବୈଞାନିକମାନେ ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ଆଲୋକ-ଉତ୍ତାପର ଅନୁପସ୍ଥିତିରେ ଜୀବନୀ-ଶକ୍ତିର ସନ୍ଧାନ ପାଇବା ପରେ ଉତ୍‌ଫୁଲ୍ଲିତ ହୋଇଉଠିଛନ୍ତି। ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ମାର୍କ ଲିଭର ଘୋଷଣା କରିଛନ୍ତି - ସାଧାରଣତଃ ଆଲୋକ ସଂଶ୍ଳେଷଣ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ଖାଦ୍ୟ ସଂଗ୍ରହ ସମ୍ଭବ ହୋଇଥାଏ। ସେଥି ନିମନ୍ତେ ସୂର୍ଯ୍ୟର ଆଲୋକ ଅପରିହାର୍ଯ୍ୟ। କିନ୍ତୁ ଗଭୀର ମହାସାଗରରରେ କେମୋସିନ୍ଥେସିସ୍‌ ପ୍ରକ୍ରିୟାରେ ଜୀବନ ସମ୍ଭବ ହୋଇଛି। ତାଙ୍କର ଏହି ଗବେଷଣା ମହାକାଶରେ ଜୀବନ ସନ୍ଧାନରେ ବହୁ ଭାବରେ ସହାୟକ ହେବ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?