ଓଡ଼ିଶାରେ ପୁଞ୍ଜିନିବେଶ ସଂକ୍ରାନ୍ତୀୟ ତଥ୍ୟ ସରକାରଙ୍କ ନିକଟରେ ନାହିଁ


ଭୁବନେଶ୍ବର: ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ବିଭିନ୍ନ ରୋଡ ଶୋ’ ଓ ଇନ୍‌ଭେଷ୍ଟରସ୍‌ ମିଟ୍‌ ଜରିଆରେ ନିବେଶକାରୀଙ୍କୁ ବିଭିନ୍ନ ପ୍ରକଳ୍ପରେ ଅର୍ଥ ଖଟାଇବାକୁ  ନିମନ୍ତ୍ରଣ କରୁଛନ୍ତି। ଏସବୁ ସତ୍ତ୍ବେ ପୁଞ୍ଜିପିବେଶ ସଂକ୍ରାନ୍ତୀୟ ତଥ୍ୟ ଓଡ଼ିଶା ସରକାରଙ୍କ ନିକଟରେ ନାହିଁ। ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନର ଶେଷ ଦିନରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ଦେଶ ଭିତରେ, ବିଦେଶରେ ଓ ରାଜ୍ୟର କେଉଁ କେଉଁ ସ୍ଥାନରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ୨୦୧୦ରୁ ଏଯାବତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏବଂ ଏହି କାର୍ଯ୍ୟକ୍ରମରେ କେତେ ଟଙ୍କାର ପୁଞ୍ଜିନିବେଶ ଲାଗି କେଉଁ କେଉଁ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ ଓ ସେଥିମଧ୍ୟରୁ ଏଯାବତ୍‌ କେତେ ପୁଞ୍ଜି ଓଡ଼ିଶାରେ କେଉଁ ପ୍ରକଳ୍ପ ଲାଗି ନିବେଶ ହୋଇଛି ଏବଂ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ଲାଗି ଦେଶ ବିଦେଶର କେଉଁ ସବୁ ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ସମେତ କେଉଁ ମନ୍ତ୍ରୀ ଓ ଅଧିକାରୀ କେବେ ଗସ୍ତ କରିଛନ୍ତି ଓ ସେଥିଲାଗି ଏମାନଙ୍କ ଗସ୍ତ ଖର୍ଚ୍ଚ ତଥା କାର୍ଯ୍ୟକ୍ରମ ବାବଦରେ ଓଡ଼ିଶା ସରକାର ଏବଂ ଅନ୍ୟ କେଉଁ ସଂସ୍ଥା କେତେ ଅର୍ଥ ଖର୍ଚ୍ଚ କରିଛନ୍ତି  ସେନେଇ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ  ଦାସ କହିଛନ୍ତି, ତଥ୍ୟ ସଂଗ୍ରହ ଚାଲିଛି। ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ରାଜ୍ୟ ଭିତରେ ଓ ବାହାରେ ଓଡ଼ିଶା ସରକାର ରୋଡ ଶୋ'ମାନ କରୁଛନ୍ତି ଏବଂ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀ ବି ଯୋଗ ଦେଉଛନ୍ତି ମାତ୍ର ସରକାରଙ୍କ ପାଖରେ ଏ ନେଇ କୌଣସି ସଠିକ୍‌ ତଥ୍ୟ ନାହିଁ।

ବିଭିନ୍ନ କାର୍ଯ୍ୟକ୍ରମରେ ଅନେକ ପୁଞ୍ଜିନିବେଶକାରୀ ଓଡ଼ିଶାରେ ପ୍ରକଳ୍ପ ପ୍ରତିଷ୍ଠା ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇ ଚାଲୁଛନ୍ତି। ଏ କଥା ସରକାରଙ୍କ ପକ୍ଷରୁ ବାରମ୍ବାର ଗଣମାଧ୍ୟମରେ ପ୍ରଚାର କରାଯାଉଛି। ଅଥଚ କେଉଁ ସଂସ୍ଥା ଓଡ଼ିଶାରେ କେଉଁ ପ୍ରକଳ୍ପ ଲାଗି କେତେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଓ ସେଥିରୁ କେତେ ପୁଞ୍ଜିନିବେଶ ହୋଇଛି ସେ ସଂକ୍ରାନ୍ତରେ ତଥ୍ୟ ଶିଳ୍ପମନ୍ତ୍ରୀ ଦେଇ ନ ପାରିବା ଏକ ଦୁଭାଗ୍ୟଜନକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସୂର୍ଯ୍ୟ ବିନା ଜୀବନ ସମ୍ଭବ
ଆମେ ଏ ପର୍ଯ୍ୟନ୍ତ ଜାଣିଥିଲେ - ସୂର୍ଯ୍ୟଙ୍କର ଆଲୋକ ଓ ଉତ୍ତାପର ଏକ ନିର୍ଦ୍ଦିଷ୍ଟ ସମନ୍ବୟରେ ଜୀବନୀ ଶକ୍ତି ସଞ୍ଚରିତ ହୁଏ। ପ୍ରକାରାନ୍ତରେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଜୀବନଧାରଣ ସମ୍ଭବ ନୁହେଁ। କିନ୍ତୁ ୨୦୧୩ ମସିହାରେ ବୈଞାନିକମାନେ ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ଆଲୋକ-ଉତ୍ତାପର ଅନୁପସ୍ଥିତିରେ ଜୀବନୀ-ଶକ୍ତିର ସନ୍ଧାନ ପାଇବା ପରେ ଉତ୍‌ଫୁଲ୍ଲିତ ହୋଇଉଠିଛନ୍ତି। ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ମାର୍କ ଲିଭର ଘୋଷଣା କରିଛନ୍ତି - ସାଧାରଣତଃ ଆଲୋକ ସଂଶ୍ଳେଷଣ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ଖାଦ୍ୟ ସଂଗ୍ରହ ସମ୍ଭବ ହୋଇଥାଏ। ସେଥି ନିମନ୍ତେ ସୂର୍ଯ୍ୟର ଆଲୋକ ଅପରିହାର୍ଯ୍ୟ। କିନ୍ତୁ ଗଭୀର ମହାସାଗରରରେ କେମୋସିନ୍ଥେସିସ୍‌ ପ୍ରକ୍ରିୟାରେ ଜୀବନ ସମ୍ଭବ ହୋଇଛି। ତାଙ୍କର ଏହି ଗବେଷଣା ମହାକାଶରେ ଜୀବନ ସନ୍ଧାନରେ ବହୁ ଭାବରେ ସହାୟକ ହେବ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?