ସ୍କୁଟି ଚଢ଼ାଳିର ଚକ୍‌ମା


ସ୍ବାମୀ ହାତଗୋଡ଼ ବ୍ୟାଣ୍ଡେଜ କରି ଗୋଟିଏ ଆଖି ବନ୍ଦକରି ଛୋଟେଇ ଛୋଟେଇ ଘରକୁ ଆସିବା ଦେଖି ପତ୍ନୀ ବିଚଳିତ ହୋଇ ପଚାରିଲେ, ଏ କ’ଣ ହେଲା ତୁମର? ଏମିତି କେମିତି ହେଲା?

ପତି କହିଲେ, ଆସୁଥିଲି ଝିଅଟିଏ ସ୍କୁଟି ଧକ୍କା କରିଦେଇ ଚାଲିଗଲା।

ପତ୍ନୀ କହିଲେ, ତୁମେ ତା ଗାଡ଼ି ନମ୍ବରଟା ଦେଖି ମନେରଖି ଦେଲନି?

ପତି କହିଲେ, ନା ମୁଁ ନମ୍ବର ପ୍ଲେଟ୍‌ଟା ଦେଖିପାରିଲିନି।

ପତ୍ନୀ କହିଲେ, ଆଚ୍ଛା ସେ ଦେଖିବାକୁ କେମିତି କହିଲ?

ପତି କହିଲେ, ତା’ର ଲମ୍ବା ଚୁଟି, ସେ ନୀଳ ଶାଢ଼ି ପିନ୍ଧିଥିଲା। ତା’ର ରଙ୍ଗ ଗୋରା, କଳା ବ୍ଲାଉଜ୍‌ ପିନ୍ଧିଥିଲା। ଲାଲ୍‌ ଲିପ୍‌ଷ୍ଟିକ ଲଗେଇଥିଲା, ହାଇ ହିଲ୍‌ ପିନ୍ଧିଥିଲା। ହଁ, ତା ନାକ ପାଖରେ ଗୋଟେ କଳାଜାଇ ମଧ୍ୟ ଥିଲା...।

ଏତିକି କହୁ କହୁ ପତ୍ନୀ ରାଗିକି ଧରିଥିବା ଝାଡ଼ୁଟାକୁ ଛାଡ଼ିଦେଲେ ଯେ ପତିଙ୍କର ଆର ଆଖିଟା ବି ବନ୍ଦ ହୋଇଗଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ