ଡାରଓ୍ୱିନ୍ ଓ ନିଉଟନ୍‌ଙ୍କ ମୋଡ଼ ବଦଳିଗଲା


ପିଲାଦିନେ ଖୁବ୍ ସାଧାରଣ ଛାତ୍ର ଥିଲେ ଚାର୍ଲସ ଡାରଓ୍ୱିନ୍। ବଡ଼ ହେଲେ ଜଣେ ନାମୀ ଧର୍ମଯାଜକ ହେବା ଲକ୍ଷ୍ୟରେ ତାଙ୍କୁ ଏକ ଧର୍ମୀୟ ବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜୀବନର ମୋଡ଼ ଅନ୍ୟ ପ୍ରକାର ନେଇଥିଲା। ପରିବାରର ଚାପରେ ବାଧ୍ୟହୋଇ ସେ ସ୍କୁଲରେ ସିନା ଭର୍ତ୍ତି ହୋଇଥିଲେ, ହେଲେ ସେ ଚାହୁଁଥିଲେ ଅଲଗା କିଛି। ତାଙ୍କ ବିଚକ୍ଷଣ ବୁଦ୍ଧି ଓ ପରିପକ୍ବ ଞାନ ଆଗରେ ସମସ୍ତେ ହାର ମାନିଲେ। ଶେଷ ମୁହୂର୍ତ୍ତରେ ‘ବିବର୍ତ୍ତନବାଦ’ ଧାରଣାର ଆବିଷ୍କାରକ ହେଲେ ଏଇ ପ୍ରସିଦ୍ଧ ଜୀବ ବିଞାନୀ ଚାର୍ଲସ୍ ଡାରଓ୍ୱିନ୍।

ସେହିପରି ସାର୍‌ ଆଇଜାକ ନିଉଟନଙ୍କ ବୁଦ୍ଧିମତ୍ତା ମଧ୍ୟ ପିଲାଟି ଦିନୁ ବାରିହୋଇ ପଡ଼ିଥିଲା। ତାଙ୍କ ମା’ ତାଙ୍କୁ ସ୍କୁଲ ନ ପଠାଇ ପାରିବାରିକ ଫାର୍ମର ଦାୟିତ୍ୱ ଦେଇଥିଲେ। ମାତ୍ର ନିଉଟନଙ୍କ ମନ ଆଉକିଛି ଖୋଜୁଥିଲା। ଫଳରେ ସେ ପାରିବାରିକ ଫାର୍ମ ଦାୟିତ୍ବ ସିନା ନେଲେ ହେଲେ ସେହି କାମକୁ ସେ ସୁଚାରୁ ରୂପେ ସମ୍ପାଦନ କରିପାରିଲେ ନାହିଁ। ଫଳରେ ସେଥିରେ ସେ ବିଫଳ ସାବ୍ୟସ୍ତ ହେଲେ। ବାଧ୍ୟହୋଇ ଗୋଟିଏ ବିଦ୍ୟାଳୟରେ ତାଙ୍କର ପାଠପଢ଼ା ଆରମ୍ଭ କରାଗଲା। ଶେଷରେ ସେ ପାଲଟିଗଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପଦାର୍ଥବିଞାନୀ, ଜ୍ୟୋତିର୍ବିଦ୍ ଏବଂ ଜଣେ ଶ୍ରେଷ୍ଠ ଗଣିତଞ ଆଇଜାକ୍‌ ନିଉଟନ।
-

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।