ଥରେ କୁନି ପିଲାଟିଏ ଈଶ୍ବରଙ୍କୁ ଭେଟିବାକୁ ମନ ବଳାଇଲା। ଈଶ୍ବରଙ୍କ ବାସସ୍ଥାନରେ ପହଞ୍ଚିବାକୁ ହେଲେ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ହେବ ମନେକରି ସେ ତାର ବ୍ୟାଗ୍ରେ କେକ୍, ବିସ୍କୁଟ୍ ଓ ମୃଦୁ ପାନୀୟ ସଜାଡ଼ି ରଖିଲା। ଏବଂ ଯାତ୍ରା ଆରମ୍ଭ କଲା। କିଛି ଦୂର ଯିବା ପରେ ସେ ଜଣେ ବୃଦ୍ଧାଙ୍କୁ ପାର୍କରେ ବସି ପାରାଙ୍କ ଆଡ଼େ ଚାହୁଁଥିବାର ଦେଖିଲା।
ଲାଟି ଯାଇ ବୃଦ୍ଧାଙ୍କ ପାଖରେ ବସିଲା ଓ ନିଜ ବ୍ୟାଗ୍ ଖୋଲିଲା। ମୃଦୁ ପାନୀୟ ପିଇବାକୁ ଯାଉଥିବା ପୂର୍ବରୁ ସେ ଲକ୍ଷ୍ୟ କଲା ଯେ ବୃଦ୍ଧା ଜଣକ ଭୋକିଲା ଦେଖାଯାଉଥିଲେ। ପିଲାଟି ତାଙ୍କୁ କେକ୍ ଖାଇବାକୁ ଦେଲା। ବୃଦ୍ଧା ତାହାକୁ ଖୁସିରେ ଗ୍ରହଣ କଲେ ଓ ମୁରୁକି ହସିଦେଲେ। ତାଙ୍କ ମୁରୁକି ହସ ଏତେ ଆକର୍ଷଣୀୟ ଥିଲା ଯେ ପିଲାଟି ଆଉଥରେ ଏହା ଦେଖିବାକୁ ଚାହିଁଲା। ଏଣୁ ସେ ତାଙ୍କୁ ମୃଦୁ ପାନୀୟ ବି ଦେଲା। ସେମାନେ ଏମିତି ସେଠାରେ ପୂରା ଅପରାହ୍ନ କାଟିଲେ ସତ, ହେଲେ ପଦୁଟିଏ କଥା ହୋଇ ନ ଥିଲେ।ଞ୍ଜ ନଇଁବାକ୍ଷଣି ପିଲାଟି କ୍ଳାନ୍ତି ଅନୁଭବ କରି ସେଠାରୁ ଯିବାକୁ ବାହାରିଲା।
ଇ ପାଦ ନ ଯାଉଣୁ ପିଲାଟି ବୁଲିପଡ଼ି ଦୌଡ଼ି ଆସିଲା ଓ ବୃଦ୍ଧାଙ୍କୁ କୁଣ୍ଢାଇ ପକାଇଲା। ଏଥର ବୃଦ୍ଧା ଜଣକ ମନଭରି ହସିଦେଲେ। କିଛି ସମୟ ପରେ ପିଲାଟି ନିଜ ଘରକୁ ଫେରିଆସିଲା। ପିଲାଟିର ମୁଖମଣ୍ଡଳରେ ଆନନ୍ଦ ଦେଖି ତା’ର ମା’ ଆଶ୍ଚର୍ଯ୍ୟାନ୍ବିତ ହୋଇ ପଚାରିଲେ - ଆଜି ଏମିତି କ’ଣ କରିଛୁ ଯେ ଏତେ ଖୁସ୍ ଅଛୁ?’ ସେ କହିଲା, ‘ଆଜି ଈଶ୍ବରଙ୍କ ସହ ମଧ୍ୟାହ୍ନ ଭୋଜନ କଲି।’ ମା’ କିଛି କହିବା ପୂର୍ବରୁ ସେ ଅନର୍ଗଳ କହି ଚାଲିଥିଲା, ‘ତମେ ଜାଣିଛ! ତାଙ୍କ ମନଖୋଲା ସ୍ମିତହାସ୍ୟ ପରି ସ୍ମିତହାସ୍ୟ ମୁଁ ଏଯାଏଁ ଦେଖିନି।’
ଣେ ସେହିଭଳି ଖୁସିରେ ଫାଟି ପଡ଼ୁଥିବା ବୃଦ୍ଧାଜଣକ ତାଙ୍କ ଘରକୁ ଫେରିଲେ। ମା’ଙ୍କ ମୁହଁରେ ଖୁସିର ଏଭଳି ଛାପ ଦେଖି ତାଙ୍କ ପୁଅ ପଚାରିଲା, ‘ମା, ଆଜି କ’ଣ ଏମିତି କରିଛ ଯେ ଏତେ ଖୁସି ଅନୁଭବ କରୁଛ।’ ବୃଦ୍ଧା ଜଣକ କହିଲେ, ‘ଆଜି ମୁଁ ପାର୍କରେ ଈଶ୍ବରଙ୍କ ସହ କେକ୍ ଖାଇଛି।’ ପୁଅ କିଛି କହିବା ପୂର୍ବରୁ ସେ ପୁଣି କହିଲେ, ‘ଜାଣିଛୁ, ମୋର ଅନୁମାନ ତୁଳନାରେ ସେ ବୟସରେ ଯଥେଷ୍ଟ ସାନ।’
ସାରମର୍ମ : ଈଶ୍ବର ସର୍ବବିଦ୍ୟମାନ୍। ଅନ୍ୟମାନଙ୍କ ସହ ଆମେ ଆମର ଖୁସି ବାଣ୍ଟିବା ଆବଶ୍ୟକ। ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ପାରିଲେ ହିଁ ଈଶ୍ବରଙ୍କ ସତ୍ତା ଅନୁଭବ କରିହୁଏ।