ଇଟାଲୀର ଏକଛତ୍ରବାଦୀ ମୁସୋଲିନୀ ଥିଲେ ରୋମାଣ୍ଟିକ୍‌


ଫାସୀବାଦ ଦ୍ୱାରା ଇଟାଲୀରେ ଏକଛତ୍ରବାଦ ଶାସନ ପ୍ରତିଷ୍ଠା କରିଥିବା ବେନିଟୋ ମୁସୋଲିନୀଙ୍କ ଜୀବନର କ୍ଳାନ୍ତ ମୁହୂର୍ତ୍ତରେ କ୍ଲାରା ଆଣିଥିଲେ ତାଙ୍କ ଜୀବନର ପ୍ରେମ। ପରେ ମୁସୋଲିନୀଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା ଏବଂ ଯୁଦ୍ଧର ଘନଘଟା ଭିତରେ ନିରାପଦରେ ରହିବା ପାଇଁ ପତ୍ନୀ ଚେଟା ରୋମ୍ ଚାଲିଗଲେ। ହେଲେ ସେଇ ଦୁର୍ଦ୍ଦିନରେ ମୁସୋଲିନୀଙ୍କୁ ଛାଡ଼ି ଗଲେ ନାହିଁ କ୍ଲାରା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପୂର୍ବରୁ ମୁସୋଲିନୀଙ୍କୁ ବନ୍ଦୀ କରାଗଲା।

ଜୀବନରେ ନିଜର କୃତକର୍ମ ପାଇଁ ଅନୁତାପ କରୁଥିବାବେଳେ ତାଙ୍କ ପାଖରେ କ୍ଲାରା ହିଁ ଥିଲେ। ମୁସୋଲିନୀଙ୍କୁ ଯେତେବେଳେ ଫାୟାରିଂ ସ୍କ୍ବାଡ୍‌ ଆଗରେ ଛିଡ଼ା କରାଇ ଦିଆଗଲା କ୍ଲାରା ବି ପାଖରେ ଥିଲେ। ବାରମ୍ବାର ନିର୍ଦେଶ ସତ୍ତ୍ୱେ କ୍ଲାରା ନିଜ ବାହୁବନ୍ଧନରୁ ମୁସୋଲିନୀଙ୍କୁ ଛାଡ଼ିଲେ ନାହିଁ। ଶେଷରେ ଦୁଇଜଣଙ୍କୁ ହିଁ ଗୁଳି ମାରି ହତ୍ୟା କରାଗଲା। ଆଲିଙ୍ଗନବଦ୍ଧ ପ୍ରେମୀଯୁଗଳଙ୍କ ରକ୍ତାକ୍ତ ଦେହ ମାଟିରେ ଲୋଟିପଡ଼ିଲା। ସେମାନଙ୍କ ପ୍ରେମକୁ ଛଡ଼ାଇ ନେଇ ପାରିଲାନି ମୃତ୍ୟୁ। କାଳଜୟୀ ହୋଇଗଲା ମୁସୋଲିନୀ-କ୍ଲାରାଙ୍କ ପ୍ରେମ କାହାଣୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ