କୁଲସୁମ୍‌ଙ୍କ ଶେଷ ଦର୍ଶନ ପାଇଁ ପାରୋଲ୍‌ରେ ଗଲେ ନୱାଜ୍‌ ଓ ତାଙ୍କ ଝିଅ-ଜ୍ବାଇଁ


ଲାହୋର୍‌: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମ୍‌ଏଲ୍‌-ଏନ୍‌ର ପୂର୍ବତନ ସଭାପତି ନୱାଜ୍‌ ଶରିଫ୍‌, ତାଙ୍କ ଝିଅ ମରିୟମ୍‌ ନୱାଜ୍‌ ଓ ଜ୍ବାଇଁ ମହମ୍ମଦ ସଫଦାରଙ୍କୁ ଦୁର୍ନୀତି ମାମଲାରେ ଜେଲ୍‌ ଦଣ୍ଡାଦେଶ ହୋଇଥିବା ବେଳେ ସେମାନେ ଏହି ଦଣ୍ଡାଦେଶ ଭୋଗୁଛନ୍ତି। ତେବେ ମଙ୍ଗଳବାର ନୱାଜ୍‌ଙ୍କ ପତ୍ନୀ କୁଲସୁମ୍‌ ଲଣ୍ଡନରେ ମୃତ୍ୟୁବରଣ କରିଥିବା ବେଳେ ଏଥିସକାଶେ ନୱାଜ୍‌ଙ୍କ ସମେତ ୩ ଜଣଙ୍କୁ ପାରୋଲ୍‌ ମିଳିଛି ଓ ସେମାନଙ୍କୁ ଇତିମଧ୍ୟରେ ଜେଲ୍‌ରୁ ମୁକ୍ତ କରିଦିଆଯାଇଛି।

ସେମାନଙ୍କୁ ୧୨ ଘଣ୍ଟିଆ ପାରୋଲ୍‌ରେ ମୁକ୍ତ କରିଦିଆଯାଇଥିବା ପାକିସ୍ତାନଭିତ୍ତିକ ଡନ୍‌ ନ୍ୟୁଜ୍‌ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ସେମାନଙ୍କ ପାରୋଲ୍‌ ଅବଧି କୁଲସୁମ୍‌ଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଭାଗ ନେବା ସକାଶେ ବଢ଼ିବାର ସମ୍ଭାବନା ରହିଛି। କ୍ୟାନ୍‌ସରରେ ପୀଡ଼ିତ ଥିବା କୁଲସୁମ୍‌ଙ୍କର ପରଲୋକ ହେବା ପରେ ନୱାଜ୍‌ ଓ ତାଙ୍କ ତାଙ୍କ ଝିଅ-ଜ୍ବାଇଁଙ୍କୁ ପାରୋଲ୍‌ ପାଇଁ ଅନୁମତି ଦେବା ସକାଶେ ପିଏମ୍‌ଏନ୍‌-ଏଲ୍‌ର ସଭାପତି ଶେହବାଜ୍‌ ଶରିଫ୍‌ ଆବେଦନ କରିଥିଲେ। ପାରୋଲ୍‌ ମିଳିବା ପରେ ନୱାଜ୍‌ ଓ ତାଙ୍କ ଝିଅ-ଜ୍ବାଇଁଙ୍କୁ ତାଙ୍କ ଲାହୋର୍‌ସ୍ଥିତ ଯତି ଉମ୍ରା ବାସଭବନକୁ ନିଆଯାଇଛି। ସେଠାରେ ସେମାନଙ୍କ କୋଠରିକୁ ଉପକାରାଗାର ଘୋଷଣା କରାଯାଇଛି। ତେଣୁ ସେମାନଙ୍କୁ ବାସଭବନରେ କର୍ତ୍ତୃପକ୍ଷଙ୍କ ବିନାନୁମତିରେ କେହି ବି ସାକ୍ଷାତ କରିପାରିବେ ନାହିଁ ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?