୧୯୯୮ ହତ୍ୟା ଅଭିଯୋଗ ମାମଲାରେ ସିଦ୍ଧୁଙ୍କୁ ଜେଲ୍‌ଦଣ୍ଡ ସମ୍ଭାବନା


ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ତଳର ଏକ ହତ୍ୟା ମାମଲାରେ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ପଞ୍ଜାବ ସରକାର ମନ୍ତ୍ରୀ ଥିବା ନବଜୋତ୍‌ ସିଂ ସିଦ୍ଧୁଙ୍କୁ ଜେଲ୍‌ ଯିବାକୁ ପଡ଼ିପାରେ। ଏପରିକି ତାଙ୍କର ମନ୍ତ୍ରୀ ପଦ ବି ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ମାମଲାରେ ସିଦ୍ଧୁଙ୍କୁ ହାଇକୋର୍ଟ ୩ ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇଥିଲେ ବି ସିଦ୍ଧୁ ସୁପ୍ରିମକୋର୍ଟରେ ଅପିଲ୍‌ କରି ଜେଲଦଣ୍ଡ୍‌ରୁ ମୁକୁଳିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିବା ସହ କେବଳ ୧ ହଜାର ଟଙ୍କା ଜରିମାନା କରି ଛାଡ଼ି ଦେଇଥିଲେ। ଫଳରେ ସିଦ୍ଧୁଙ୍କ ପାଇଁ ରାଜନୀତି ମଇଦାନକୁ ଆସିବାରେ ସେପରି କୌଣସି ଅସୁବିଧା ହୋଇ ନ ଥିଲା।

ମାତ୍ର ମୃତକଙ୍କ ପରିବାର ପକ୍ଷରୁ ପୁଣି ଥରେ କୋର୍ଟରେ ପିଟିସନ୍‌ ଦାଖଲ ହେବା ପରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ନୋଟିସ୍‌ କରିଥିବା ଜଣାପଡ଼ିଛି। କ’ଣ ପାଇଁ ତାଙ୍କୁ କଠିନ ଦଣ୍ଡବିଧାନ କରାଯିବ ନାହିଁ, ତାହାର କାରଣ ଦର୍ଶାଇବା ପାଇଁ କୋର୍ଟ ଏହି ନୋଟିସ୍‌ରେ କହିଛନ୍ତି। ସୂଚନାଯୋଗ୍ୟ ଯେ ୧୯୯୮ରେ ସିଦ୍ଧୁ ଓ ତାଙ୍କ ବନ୍ଧୁ ରୂପିନ୍ଦର ସିଂହ ସାନ୍ଧୁଙ୍କର ପାତିଆଲାରେ କାର ପାର୍କିଂକୁ ନେଇ ଗୁରନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ କ୍ଷୁବ୍ଧ ହୋଇ ସିଦ୍ଧୁ ଗୁରନାମଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା ଏବଂ ଗୁରନାମଙ୍କର ଏଥିପାଇଁ ପରବର୍ତ୍ତୀ ସମୟରେ ମୃତ୍ୟୁ ମଧ୍ୟ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ମାତ୍ର ସୁପ୍ରିମକୋର୍ଟଙ୍କ ଦଣ୍ଡବିଧାନକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇବା ସହ ପୁଣି ଥରେ ପିଟିସନ୍‌ ଦାଖଲ କରିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସୂର୍ଯ୍ୟ ବିନା ଜୀବନ ସମ୍ଭବ
ଆମେ ଏ ପର୍ଯ୍ୟନ୍ତ ଜାଣିଥିଲେ - ସୂର୍ଯ୍ୟଙ୍କର ଆଲୋକ ଓ ଉତ୍ତାପର ଏକ ନିର୍ଦ୍ଦିଷ୍ଟ ସମନ୍ବୟରେ ଜୀବନୀ ଶକ୍ତି ସଞ୍ଚରିତ ହୁଏ। ପ୍ରକାରାନ୍ତରେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଜୀବନଧାରଣ ସମ୍ଭବ ନୁହେଁ। କିନ୍ତୁ ୨୦୧୩ ମସିହାରେ ବୈଞାନିକମାନେ ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ଆଲୋକ-ଉତ୍ତାପର ଅନୁପସ୍ଥିତିରେ ଜୀବନୀ-ଶକ୍ତିର ସନ୍ଧାନ ପାଇବା ପରେ ଉତ୍‌ଫୁଲ୍ଲିତ ହୋଇଉଠିଛନ୍ତି। ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ମାର୍କ ଲିଭର ଘୋଷଣା କରିଛନ୍ତି - ସାଧାରଣତଃ ଆଲୋକ ସଂଶ୍ଳେଷଣ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ଖାଦ୍ୟ ସଂଗ୍ରହ ସମ୍ଭବ ହୋଇଥାଏ। ସେଥି ନିମନ୍ତେ ସୂର୍ଯ୍ୟର ଆଲୋକ ଅପରିହାର୍ଯ୍ୟ। କିନ୍ତୁ ଗଭୀର ମହାସାଗରରରେ କେମୋସିନ୍ଥେସିସ୍‌ ପ୍ରକ୍ରିୟାରେ ଜୀବନ ସମ୍ଭବ ହୋଇଛି। ତାଙ୍କର ଏହି ଗବେଷଣା ମହାକାଶରେ ଜୀବନ ସନ୍ଧାନରେ ବହୁ ଭାବରେ ସହାୟକ ହେବ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?