ମିଲର୍‌ଙ୍କ ଉପରେ ବାକି ପଡ଼ିଛି ୧୮୮ କୋଟି ୮୪ ଲକ୍ଷ ଟଙ୍କା


ଭୁବନେଶ୍ୱର: ଚାଷୀଙ୍କ ଠାରୁ ଧାନ ନେଇ ସରକାରଙ୍କୁ ଚାଉଳ ଯୋଗାଇବା ପାଇଁ ୯୫ ଜଣ ମିଲର ଧରାଛୁଆଁ ଦେଉନାହାନ୍ତି। ସେମାନଙ୍କ ଉପରେ ଅନାଦେୟ ଚାଉଳ ବାବଦରେ ୧୮୮ କୋଟି ୮୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବାକି ପଡ଼ିଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ମନ୍ତ୍ରୀ ପାତ୍ର କହିଛନ୍ତି, ୨୦୦୩-୦୪ରୁ ୨୦୧୬-୧୭ ଖରିଫ୍ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୯୫ ଜଣ ମିଲର୍ଙ୍କ ଠାରୁ ରାଜ୍ୟ ସରକାରଙ୍କର ୯୨ ହଜାର ୦୨୨ ମେଟ୍ରିକ୍ ଟନ୍ ଚାଉଳ ପାଇବା ବାକି ଅଛି। ଅନାଦେୟ ଚାଉଳ ପାଇଁ ସେମାନେ ୧ ଲକ୍ଷ ୩୫ ହଜାର ୬୭୫ ମେଟ୍ରିକ୍ ଟନ୍ ଧାନ ନେଇଥିଲେ ଯାହାର ମୂଲ୍ୟ ୧୮୮ କୋଟି ୮୪ ଲକ୍ଷ ୬୧ ହଜାର ଟଙ୍କାରୁ ଅଧିକ। ତଥାପି ମିଲରମାନଙ୍କ ଠାରୁ ସେମାନଙ୍କ ଅମାନତ ଜମା, ବକେୟା ଦେୟ ଆଦି ବାବଦକୁ ମାତ୍ର ୪୪ କୋଟି ୮୮ ହଜାର ଟଙ୍କା ଆଦାୟ କରାଯାଇ ଯୋଗାଣ ନିଗମ ନିକଟରେ ରଖା ଯାଇଥିବା ମନ୍ତ୍ରୀ କହିଛନ୍ତି। ୯୫ ଜଣ ଖିଲାପି ମିଲର୍‌ଙ୍କ ମଧ୍ୟରୁ ୭୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଥିରୁ ୬୩ଟି ମାମଲା ଥାନାରେ ରୁଜୁ ହୋଇଥିବା ବେଳେ ୪ଟି ଭିଜିଲାନ୍ସରେ ଓ ୩ଟି ଅର୍ଥନୈତିକ ଅପରାଧ ଶାଖାରେ ଦାୟର କରାଯାଇଛି। ୫୬ ଜଣଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ ରୁଜୁ କରାଯାଇଥିବା ମନ୍ତ୍ରୀ ସୂଚାଇଛନ୍ତି। ରାଜ୍ୟ ସରକାରଙ୍କ ଅନ୍ୟତମ ଧାନ ସଂଗ୍ରହକାରୀ ସଂସ୍ଥା ମାର୍କେଫେଡ଼୍‌ ବି ୧୫ ଜଣ ମିଲର୍ ପ୍ରାୟ ୯ କୋଟି ଟଙ୍କାର ଚୂନ ଲଗାଇଥିବା ଏହି ତଥ୍ୟରୁ ଜଣାପଡ଼ିଛି।

ବାଲେଶ୍ୱର ଜିଲ୍ଲାର ୯ ଜଣ, ବରଗଡ଼ ଜିଲ୍ଲାର ୯ ଜଣ, ବଲାଙ୍ଗିରର ଜଣେ, କଟକର ୫ ଜଣ, ଦେବଗଡ଼ର ୨ ଜଣ, ଢେଙ୍କାନାଳର ୨ଜଣ, ଗଞ୍ଜାମର ୧୧ ଜଣ, ଜଗତ୍ସିଂହପୁରର ୩ ଜଣ, ଯାଜପୁରର ଜଣେ, ଝାରସୁଗୁଡ଼ାର ୪ଜଣ, କଳାହାଣ୍ଡିର ୧୯ ଜଣ, କେନ୍ଦ୍ରାପଡ଼ାର ୨ ଜଣ, ଖୋର୍ଦ୍ଧାର ୩ଜଣ, କୋରାପୁଟର ୨ଜଣ, ମୟୂରଭଞ୍ଜର ଜଣେ, ନବରଙ୍ଗପୁର ୪ଜଣ, ନୂଆପଡ଼ାର ୬ ଜଣ, ସମ୍ବଲପୁରର ୬ ଜଣ ଓ ସୁବର୍ଣ୍ଣପୁରର ୬ ଜଣ ଖିଲାପକାରୀଙ୍କ ତାଲିକା ମନ୍ତ୍ରୀ ତାଙ୍କ ଉତ୍ତରରେ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସୂର୍ଯ୍ୟ ବିନା ଜୀବନ ସମ୍ଭବ
ଆମେ ଏ ପର୍ଯ୍ୟନ୍ତ ଜାଣିଥିଲେ - ସୂର୍ଯ୍ୟଙ୍କର ଆଲୋକ ଓ ଉତ୍ତାପର ଏକ ନିର୍ଦ୍ଦିଷ୍ଟ ସମନ୍ବୟରେ ଜୀବନୀ ଶକ୍ତି ସଞ୍ଚରିତ ହୁଏ। ପ୍ରକାରାନ୍ତରେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଜୀବନଧାରଣ ସମ୍ଭବ ନୁହେଁ। କିନ୍ତୁ ୨୦୧୩ ମସିହାରେ ବୈଞାନିକମାନେ ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ଆଲୋକ-ଉତ୍ତାପର ଅନୁପସ୍ଥିତିରେ ଜୀବନୀ-ଶକ୍ତିର ସନ୍ଧାନ ପାଇବା ପରେ ଉତ୍‌ଫୁଲ୍ଲିତ ହୋଇଉଠିଛନ୍ତି। ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ମାର୍କ ଲିଭର ଘୋଷଣା କରିଛନ୍ତି - ସାଧାରଣତଃ ଆଲୋକ ସଂଶ୍ଳେଷଣ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ଖାଦ୍ୟ ସଂଗ୍ରହ ସମ୍ଭବ ହୋଇଥାଏ। ସେଥି ନିମନ୍ତେ ସୂର୍ଯ୍ୟର ଆଲୋକ ଅପରିହାର୍ଯ୍ୟ। କିନ୍ତୁ ଗଭୀର ମହାସାଗରରରେ କେମୋସିନ୍ଥେସିସ୍‌ ପ୍ରକ୍ରିୟାରେ ଜୀବନ ସମ୍ଭବ ହୋଇଛି। ତାଙ୍କର ଏହି ଗବେଷଣା ମହାକାଶରେ ଜୀବନ ସନ୍ଧାନରେ ବହୁ ଭାବରେ ସହାୟକ ହେବ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?