ପ୍ରଥମ ବିଶ୍ୱଯୁଦ୍ଧରେ ଭାରତୀୟ ସେନାଙ୍କୁ ମିଳିଥିଲା ଭିକ୍ଟୋରିଆ କ୍ରସ୍


ଏହା ଏକ ଯୁଦ୍ଧ ବୋଲି ଜମା ଭାବନ୍ତୁ ନାହିଁ। ଯୁଦ୍ଧ ନୁହେଁ, ପୃଥିବୀର ସମାପ୍ତି। ଆମ ପୂର୍ବପୁରୁଷଙ୍କ ସମୟରେ ହୋଇଥିବା ମହାଭାରତ ଯୁଦ୍ଧର ଏହା ଏକ ଅଂଶବିଶେଷ। ୧୯୧୫ ଜାନୁଆରୀ ୨୯ ତାରିଖରେ ଇଂଲଣ୍ଡର ଏକ ଡାକ୍ତରଖାନାରୁ ଏଇ କଥା ଲେଖିଥିଲେ ଜଣେ ଆହତ ଭାରତୀୟ ଯୋଦ୍ଧା। ୧୯୧୪ ଅଗଷ୍ଟରୁ ୧୯୧୯ ଡିସେମ୍ବର ମଧ୍ୟରେ ସଂଘଟିତ ପ୍ରଥମ ବିଶ୍ୱଯୁଦ୍ଧରେ ଭାଗ ନେଇଥିବା ଦଶ ଲକ୍ଷ ଭାରତୀୟ ସେନା (୬,୨୧, ୨୨୪ ଜଣ ଲଢୁଆ ଏବଂ ୪,୭୪, ୭୮୯ ଜଣ ଅଣଲଢୁଆ)ଙ୍କ ଭିତରେ ଏଇ ଅଞାତ ବ୍ୟକ୍ତି ମଧ୍ୟ ଥିଲେ ଜଣେ ଲଢୁଆ ସିପାହୀ।

ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ଉପମହାଦେଶରୁ ପ୍ରାୟ ୧୫ ଲକ୍ଷ ସେନା ବ୍ରିଟିଶ ଇଣ୍ଡିଆନ୍ ଆର୍ମିରେ ଯୋଗଦେଇଥିଲେ। ସେମାନଙ୍କୁ ଫ୍ରାନ୍ସ, ବେଲଜିୟମ, ଇଜିପ୍ଟ, ଗାଲ୍ଲିପଲି, ସିନାଇ, ପାଲେଷ୍ଟାଇନ,ଏବଂ ମେସୋପଟାମିଆକୁ ଯୁଦ୍ଧ କରିବା ଲାଗି ପଠାଇ ଦିଆଯାଇଥିଲା। ବ୍ରିଟିଶ ସାମ୍ରାଜ୍ୟର ଏକ ଅଂଶ ଭାବେ ଭାରତ ଏଇ ଯୁଦ୍ଧରେ  ମିଶିଥିଲା। ପରବର୍ତ୍ତୀ ଚାରି ବର୍ଷରେ ୧,୪୦,୦୦୦ ଭାରତୀୟ ସେନାଙ୍କୁ ଫ୍ରାନ୍ସ ପଠାଇ ଦିଆଯାଇଥିଲା। ଓ୍ୱାଇପ୍ରେସ, ଗିଭେନ୍ଚି, ନ୍ୟୁଭି ଚାପେଲେ, ଫେଷ୍ଟୁବର୍ଟ ଏବଂ ଲୁସ୍ ଭଳି ସ୍ଥାନରେ ସଂଘଟିତ ଭୟଙ୍କର ଯୁଦ୍ଧରେ ଏଇ ଭାରତୀୟ ସୈନ୍ୟମାନେ ନିଜର ବୀରତ୍ୱ ଦେଖାଇଥିଲେ। ସେଥିପାଇଁ ଭାରତୀୟ ସୈନ୍ୟମାନଙ୍କୁ ବ୍ରିଟେନ୍‌ର ସବୁଠାରୁ ବଡ଼ ସେନା ସମ୍ମାନ ଭିକ୍ଟୋରିଆ କ୍ରସ୍‌ରେ ସମ୍ମାନିତ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ