ଆତ୍ମହତ୍ୟାର ପ୍ରକାରଭେଦ


ସକାଳୁ ସକାଳୁ ଚା’ର ମଜା ନେଉ ନେଉ ହାଲୁକା ମୁହୂର୍ତ୍ତ ଆଉ ପତ୍ନୀଙ୍କ ମୁଡ୍‌କୁ ଲକ୍ଷ୍ୟକରି ରାମବାବୁ ମୁଚୁକୁନ୍ଦି ହସଟିଏ ମାରି କହିଲେ, ବୁଝିଲ! ଆତ୍ମହତ୍ୟାର ସୂତ୍ର ଦୁଇ ପ୍ରକାର ଅଛି। ଗୋଟିଏ ସହଜ ଓ ଆଉ ଗୋଟିଏ କଷ୍ଟ ଓ ସମୟସାପେକ୍ଷ।

ଏତିକି ଶୁଣି ସ୍ବାମୀଙ୍କ ହାତରୁ ଖବରକାଗଜଟାକୁ ଭିଡ଼ିଆଣି ପତ୍ନୀ କହିଲେ, କ’ଣ ଏମିତି କିଛି ଖବର ବାହାରିଛି କି?

ରାମବାବୁ କହିଲେ, ଆରେ ନାଇଁମ। ବେକରେ ରଶି ଗୁଡ଼େଇ ପଙ୍ଖାରେ ଝୁଲିଗଲେ ଶୀଘ୍ର ଓ ସହଜରେ ପ୍ରାଣ ପଳେଇବ ସିନା, ବେକରେ ବରମାଳ ପକେଇ ତୁମକୁ ବେକରେ ଓହଳେଇଲେ ସାରା ଜୀବନ କଷ୍ଟ ପାଇ ପାଇ ଶେଷରେ ମରିବ। ଏଇଟା ମୋର ନିଜ ଅଭିଞତା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ