ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ ଉଦ୍‌ଯାପିତ


ରଥଯାତ୍ରା ଉପଲକ୍ଷେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ତିନି ଦିନିଆ  ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ ଗୁରୁବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି।

ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ବାଳକୃଷ୍ଣ ଦାସଙ୍କ ରଚନାରୁ ଶିଳ୍ପୀ ମିନତି ଭଞ୍ଜଙ୍କ କଣ୍ଠରୁ ଭକ୍ତିଭରା ଗୀତ କାଳିଆ ସୁନା କିଛି  ମୋର ନାହିଁ....ଶୁଣିବାକୁ ମିଳିଥିଲା। ପରେ ପରେ ରାମ-ଲକ୍ଷ୍ମଣ ବେହେରା ଦ୍ବୈତଭାବେ ପରିବେଷଣ କରିଥିଲେ ସୋରିଷ ଫୁଲଟି ହଳଦିଆ....। ଏହାପରେ ରମାକାନ୍ତ ଦାସଙ୍କ ରଚନାରୁ ରାମ ପରିବେଷଣ କରିଥିଲେ କେଡେ ସୁନ୍ଦର ରୂପ...। ପରେ ପରେ ମହମ୍ମଦ ସିଦ୍ଦିକିଙ୍କ ରଚନାରୁ ଗଙ୍ଗା ଯିବି ନାହିଁ... ପରିବେଷଣ କରିଥିଲେ ଲକ୍ଷ୍ମଣ। ପରବର୍ତ୍ତୀ ପ୍ରସ୍ତୁତିରେ କଣ୍ଠଶିଳ୍ପୀ ସୁବାସ ଦାସ ପରିବେଷଣ କରିଥିଲେ କେବେ କେବେ ଏମିତିକା ଭାବନା.. ଏବଂ ଗୋପ ନଗରୀରୁ ଚିଠି ଆସିଛି...। ଏହାପରେ ଏମିତି ଅନେକ ଭକ୍ତିଭରା ଗୀତରେ ଗୁଞ୍ଜରିତ ହୋଇଥିଲା ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ। ଉପସ୍ଥିତ ଶ୍ରୋତାମାନେ ଭକ୍ତିରେ ତଲ୍ଲୀନ ହୋଇ ଯାଇଥିଲେ। ଶିଳ୍ପୀ ସୁଜାତା ପଣ୍ଡା, ରବି ନାରାୟଣ ଦାସ, ପରାଶକ୍ତି ସୁଭଦ୍ରିକା, ଲତା ଘୋଷ, ଦିଲ୍ଲୀପ କୁମାର ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ ଓ କେଶବ ଚନ୍ଦ୍ର ରାଉତ ପ୍ରମୁଖ କଣ୍ଠଶିଳ୍ପୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳାକାନ୍ତ ମିଶ୍ର ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ମଞ୍ଚରେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ଧନ୍ୟବାଦ ଦେଇଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ