ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର


ଭୁବନେଶ୍ବର: ୨୦୧୮ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଳ ସାହିତ୍ୟ ପୁରସ୍କାର। ଚଳିତ ବର୍ଷ ୨ ଜଣ ଓଡ଼ିଆଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଓଡ଼ିଆ ସାହିତ୍ୟ ଜଗତର ଉଦୀୟମାନ ପ୍ରତିଭା ତଥା ଯୁବକବି ଜୟଦ୍ରଥ ସୁନା ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ରଚିତ କବିତା ପୁସ୍ତକ ‘ଶୋଷ’ ପାଇଁ ସେ ଏହି ପୁରସ୍କାର ପାଇବେ। ସେହିଭଳି ଚଳିତବର୍ଷ ଲାଗି ସମ୍ମାନଜନକ ବାଳ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ଲୋକପ୍ରିୟ ତଥା ଜଣାଶୁଣା ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି। ବୀରେନ୍ଦ୍ରଙ୍କ କବିତା ସଂକଳନ ‘ରୁମ୍‌କୁ ଝୁମା’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

୧୯୮୪ରେ କଳାହାଣ୍ଡି ଜିଲ୍ଲାର ବାଞ୍ଜିପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଜୟଦ୍ରଥ ସୁନା। ତାଙ୍କ ପ୍ରଥମ ଓଡ଼ିଆ କବିତା ସଂକଳନ ‘ଶୋଷ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାମ୍ର ଫଳକ ସହ ପଚାଶ ହଜାର ଟଙ୍କା ପୁରସ୍କାର ରୂପେ ପ୍ରଦାନ କରାଯିବ। ସେହିପରି ୧୯୬୨ରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସାହିତ୍ୟିକ ବୀରେନ୍ଦ୍ର ମହାନ୍ତିଙ୍କୁ ଆସନ୍ତା ନଭେମ୍ବର ୧୪ ତାରିଖରେ ବାଳ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ଏକ ତାମ୍ର ଫଳକ ସହ ପଚାଶ ହଜାର ଟଙ୍କା ମିଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ