ଲଙ୍କାପତି ରାବଣ ଭାରତର ଜ୍ୱାଇଁ !


ବାଲ୍ମିକୀ ଲେଖିଥିବା ରାମାୟଣ ମହାକାବ୍ୟର ସବୁଠାରୁ ଦୁର୍ଦ୍ଧର୍ଷ ଖଳନାୟକ ଲଙ୍କାଧିପତି ଦଶାନନ ରାବଣଙ୍କ ଶ୍ୱଶୂର ଘର ଭାରତରେ, ରାଜସ୍ଥାନର ଯୋଧପୁରରେ। କଥାଟା ସହଜରେ ହୁଏତ ହଜମ କରି ହେଉନାହିଁ। କିନ୍ତୁ ଏ କିମ୍ବଦନ୍ତୀ କାଳେ ସତ ଘଟଣା ଉପରେ ଆଧାରିତ। ଏମିତି ବିଶ୍ୱାସ କରନ୍ତି ରାବଣଙ୍କ ଶ୍ୱଶୂର ଘର କୁହାଯାଉଥିବା ମଣ୍ଡୋର ଅଞ୍ଚଳର ଅଧିବାସୀ ।

ରାଜସ୍ଥାନର ଯୋଧପୁରଠାରୁ ୩୨୦ କିଲୋମିଟର ଦୂରରେ ଥିବା ମଣ୍ଡୋରର ଦେଜରଗାଓଁଠାରେ ରହିଛି ଶେଷ ଦିଶୁ ନ ଥିବା ଏକ ଗୁମ୍ଫା । କୁହାଯାଉଛି, ଏଇ ଗୁମ୍ଫାବାଟେ ଥାଟବାଟ ନେଇ ରାବଣ ମନ୍ଦୋଦରୀଙ୍କୁ ବିବାହ କରିବା ପାଇଁ ଆସିଥିଲେ ଏବଂ ଫେରିଥିଲେ। ମନ୍ଦୋଦରୀ ଥିଲେ ମଣ୍ଡୋଓ୍ୱାର ରାଜାଙ୍କ ଝିଅ, ଯେଉଁ ମଣ୍ଡୋଓ୍ୱାର ଏବେ ମଣ୍ଡୋର ନାଁରେ ଜଣାଶୁଣା।

ଦୁର୍ଗ, ଗଡ଼ ଓ ମହଲର ରାଜ୍ୟ ଭାବେ ପରିଚିତ ମହାରାଣା ପ୍ରତାପଙ୍କ ଏଇ ମାଟିରେ ରାବଣ-ମନ୍ଦୋଦରୀଙ୍କୁ ନେଇ ରହିଛି ସେଇ ରହସ୍ୟ, ଯାହାକୁ କୁହାଯାଉଛି ରାବଣ ଗୁମ୍ଫା। ଯେହେତୁ ଗୁମ୍ଫାର ଶେଷ ଅଂଶ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ କି କେହି ଦେଖି ନାହାନ୍ତି, ସମସ୍ତଙ୍କ ବିଶ୍ୱାସ, ଚଟାଣକୁ କଟାଯାଇ ଏଇ ଗୁମ୍ଫା ପାତାଳ ପର୍ଯ୍ୟନ୍ତ ଯାଇଛି। ଗୁମ୍ଫା ପରେ ଗୁମ୍ଫା, ଗୁମ୍ଫା ଭିତରେ ଗୁମ୍ଫା- ଅସଂଖ୍ୟ ଗୁମ୍ଫା ଭିତରେ ଭିତରେ ରହିଛି, ଯାହାର ରହସ୍ୟ ଖୋଲିବାକୁ ଏ ପର୍ଯ୍ୟନ୍ତ କେହି ସକ୍ଷମ ହୋଇ ପାରିନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ