ଚାଇନିଜ୍‌ ସ୍ନାକ୍‌ସ ବ୍ରୋକୋଲି ମଶ୍‌ରୁମ୍‌ ଫ୍ରାଏର ମଜା ନିଅନ୍ତୁ


ବ୍ରୋକୋଲି ମଶ୍‌ରୁମ୍‌ ଫ୍ରାଏ ହେଉଛି ଏକ ଚାଇନିଜ୍‌ ରେସିପି, ଯାହା ବ୍ରୋକୋଲି, ମଶ୍‌ରୁମ୍‌, ବିଭିନ୍ନ ପ୍ରକାରର ମସଲା ଏବଂ ସସ୍‌ ମିଶାଇ ପ୍ରସ୍ତୁତ କରାଯାଏ। ଏହା ଏକ ସ୍ନାକ୍‌ସ ରେସିପି। ପ୍ରତ୍ୟେବ ବୟସର ଲୋକେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ଚଟାପଟ ପ୍ରସ୍ତୁତ କରାଯାଇପାରୁଥିବା ଏହି ଭେଜିଟେରିଆନ୍‌ ଆପେଟାଇଜର ଅଟେ। ଏହାକୁ କିଟି ପାର୍ଟି ଏବଂ ଅନ୍ୟ କୌଣସି ଅବସରରେ ସ୍ନାକ୍‌ସ ଭାବେ ପରଷି ପାରିବେ।

କ’ଣ ଦରକାର

୨ଟି ମଧ୍ୟମ ଧରଣର ବ୍ରୋକୋଲି, ୪ କପ୍‌ ମଶ୍‌ରୁମ, ୧ ଚାମଚ ଗୋଲମରିଚ ଗୁଣ୍ଡ, ୨ ଚାମଚ ସୋୟା ସସ୍‌, ୮ଟି ପିଆଜ ଷଣ୍ଢା, ଧନିଆ ପତ୍ର, ୪ ଚାମଚ ଲେମ୍ବୁ ରସ, ୨ ଚାମଚ ଚିନି, ୧ ଚାମଚ କଟା ରସୁଣ, ଛୋଟ ଖଣ୍ଡେ ଅଦା, ୪ ଚାମଚ ଭେଜିଟେବଲ ତେଲ, ୧ ଲିଟର ପାଣି, ସ୍ବାଦାନୁସାରେ ଲୁଣ, ସ୍ବାଦାନୁସାରେ ଆଜିନୋମୋଟୋ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ବ୍ରୋକୋଲି ଏବଂ ମଶ୍‌ରୁମ୍‌କୁ ଭଲ ଭାବେ ସଫା କରନ୍ତୁ। ଏକ ପ୍ରେସରକୁକରରେ ପାଣି ଓ ଲୁଣ ପକାଇ ବ୍ରୋକୋଲିକୁ ସିଝାଇ ଦିଅନ୍ତୁ। ଏବେ ରସୁଣ, ଅଦା, ପିଆଜ ଷଣ୍ଢା ଏବଂ ଧନିଆ ପତ୍ରକୁ କାଟି ଦିଅନ୍ତୁ। ମଶ୍‌ରୁମ୍‌ ମଧ୍ୟ ଛୋଟ ଛୋଟ କରି କାଟନ୍ତୁ। ଏବେ ମଧ୍ୟମ ଆଞ୍ଚରେ କଡ଼େଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ରସୁଣ, ଅଦା, ଧନିଆ ପତ୍ର ପକାଇ ନରମ ହେବା ଯାଏ ଭାଜନ୍ତୁ। ଏବେ ଏଥିରେ ପିଆଜ ଷଣ୍ଢା ପକାଇ ଆଉ ୩-୪ ମିନିଟ୍‌ ଭାଜନ୍ତୁ। ଏଥିରେ କଟା ମଶ୍‌ରୁମ୍‌, ବ୍ରୋକୋଲି, ଲୁଣ, ଆଜିନୋମୋଟୋ, ଗୋଲମରିଚ ଗୁଣ୍ଡ, ସୋୟା ସସ୍‌, ଲେମ୍ବୁ ରସ ଏବଂ ଚିନି ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ୫-୬ ମିନିଟ୍‌ ତେଜ୍ ଆଞ୍ଚରେ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚାଇନିଜ ରେସିପି ବ୍ରୋକୋଲି ମଶ୍‌ରୁମ୍‌ ଫ୍ରାଏ। ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ