ଫେରାର ହୋଇଯାଇଥିଲେ ବାଜପେୟୀ


ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ ଲକ୍ଷ୍ନୌରୁ ଏକ ମାସିକ ପତ୍ରିକା ପ୍ରକାଶ କଲେ ଏବଂ ଯେଉଁମାନଙ୍କୁ ଯୁଗ୍ମ ସମ୍ପାଦକ ଭାବରେ ଦାୟିତ୍ୱ ଦେଲେ, ସେମାନେ ହେଲେ ରାଜୀବ ଲୋଚନ ଅଗ୍ନିହୋତ୍ରୀ ଏବଂ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ପତ୍ରିକାର ନାଁ ରଖାଗଲା ‘ରାଷ୍ଟ୍ରଧର୍ମ’। ଏଇ ପତ୍ରିକା ପାଇଁ ଅଟଳଜୀ ସମସ୍ତଙ୍କର ହିରୋ ହୋଇଗଲେ। ପରେ ପରେ ‘ପଞ୍ଚଜନ୍ୟ’ ପତ୍ରିକାର ସମ୍ପାଦକ ହେଲେ ଅଟଳଜୀ।

୧୯୪୮ ମସିହାରେ ସରକାରୀ ନିର୍ଦେଶରେ ‘ରାଷ୍ଟ୍ରଧର୍ମ’ କାର୍ଯ୍ୟାଳୟକୁ ସିଲ୍ କରି ଦିଆଯିବା ସହ ପ୍ରେସ୍ କର୍ମଚାରୀମାନଙ୍କୁ ଜେଲ୍ ଭିତରେ ପୂରାଇ ଦିଆଗଲା। ମାତ୍ର ସମସ୍ତଙ୍କୁ ଚକ୍‌ମା ଦେଇ ବାଜପେୟୀ ଫେରାର ହୋଇଗଲେ। ପରେ ନ୍ୟାୟାଳୟର ନିର୍ଦେଶ ଅନୁସାରେ, ‘ରାଷ୍ଟ୍ରଧର୍ମ’ କାର୍ଯ୍ୟାଳୟ ଖୋଲିଲା। କିନ୍ତୁ ବାଜପେୟୀ ଏଇଠାରୁ ହିଁ ଦୈନିକ ‘ସ୍ବଦେଶ’ର ସମ୍ପାଦନା କଲେ। ସାତୋଟି ଅଙ୍କ ପ୍ରକାଶ ପାଇବା ପରେ ‘ସ୍ବଦେଶ’ କାର୍ଯ୍ୟାଳୟକୁ ମଧ୍ୟ ସିଲ୍ କରି ଦିଆଗଲା ଏବଂ ପରେ ସେଠାରୁ ସିଧା କାଶୀ ଯାଇ ଏକ ସାପ୍ତାହିକ ପତ୍ରିକା ‘ଚେତନା’ର ସମ୍ପାଦନା ଆରମ୍ଭ କଲେ ଅଟଳ ବିହାରୀ ବାଜପେୟୀ।

ଶେଷରେ ଅଟଳଜୀ ଦିଲ୍ଲୀ ଆସିଲେ ଏବଂ ‘ବୀର ଅର୍ଜୁନ’ ପତ୍ରିକାର ସମ୍ପାଦକ ଦାୟିତ୍ୱ ନେଲେ। ଅନୁଭବର ପରିପକ୍ବତା, ବିଚାରର ସ୍ବଚ୍ଛତା ଏବଂ ଭାଷାର ସାଂସ୍କୃତିକ ସଂସ୍କାର ‘ବୀର ଅର୍ଜୁନ’କୁ ପହଞ୍ଚାଇଦେଲା ସଫଳତାର ଶୀର୍ଷରେ। ଅଟଳଜୀଙ୍କ ଶବ୍ଦର ଯାଦୁ ଏମିତି ଥିଲା, ପତ୍ରିକାଟି ହାତକୁ ଆସିବା ମାତ୍ରେ ପ୍ରଥମେ ସମସ୍ତେ ‘ସମ୍ପାଦକୀୟ’ ହିଁ ପଢୁଥିଲେ। କାରଣ ବାଜପେୟୀଙ୍କର ସମ୍ପାଦକୀୟ ହିଁ ଥିଲା ସମସ୍ତଙ୍କର ପ୍ରଥମ ପସନ୍ଦ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ