ଦୋଳପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ନୀତିନିର୍ଘଣ୍ଟ ଚୂଡାନ୍ତ


ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଗୁରୁବାର ଦୋଳ ପୂର୍ଣ୍ଣିମା ନୀତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ସେନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୋଳପୂର୍ଣ୍ଣିମା ଉପଲକ୍ଷେ ବୁଧବାର ରାତି ୩ ଟାରୁ ଦ୍ୱାର ଫିଟିବ। ଗୁରୁବାର ଦିନ ୧୦ଟାରୁ ୧୧ଟା ମଧ୍ୟରେ ଦୋଳବେଦୀକୁ ବିଜେ ହେବେ ଦିଅ। ସେହିଦିନ ରାତି ୯ଟାରେ ବାହୁଡ଼ା ଏବଂ ୯ଟା ୩୦ରେ ଶ୍ରୀଜିଉଙ୍କ ରାଜାଧିରାଜ  ବେଶ ଅନୁଷ୍ଠିତ ହେବ। ଠାକୁରଙ୍କ ଏହି ବେଶକୁ ଶ୍ରଦ୍ଧାଳୁମାନେ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ କରି ପାରିବେ। ସବୁ ନୀତିକାନ୍ତ ଯେଭଳି ଠିକ୍‌ ଭାବେ ସମ୍ପନ୍ନ ହେବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ