ବିଜୟ ମହାନ୍ତି ପାଇବେ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ୱାର୍ଡ


ମାର୍ଚ୍ଚ ୪ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ଅଷ୍ଟମ ରୁଚି ଓଡ଼ିଆ ଫିଲ୍ମ ଫେୟାର ଆଓ୍ୱାର୍ଡ। ଏଥିରେ ବିଶିଷ୍ଟ ସିନେ ଅଭିନେତା ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆଓ୍ୱାର୍ଡ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯିବ। ଏହା ସହିତ ଆଇକନ ଅଫ୍ ଦି ଇୟର, ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ, ଶ୍ରେଷ୍ଠ ଚଳଚିତ୍ର, ଶ୍ରେଷ୍ଠ ନିର୍ଦେଶକ ଓ ସଂଗୀତ ନିର୍ଦ୍ଦେଶକ ଭଳି ୨୮ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ, କମେଡିଆନ ସୁନୀଲ ପାଲ୍ ଓ ମିସ୍‌ ଏସିଆର ବିଜେତା ସୃଷ୍ଟି ରାଣା ଯୋଗଦେବେ। ଏଥର ମଧ୍ୟ ୧୦ ଜଣ କର୍କଟ ପୀଡ଼ିତ ଶିଶୁଙ୍କୁ ଆର୍ଥିକ ସହାୟତା ସହ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷିତ ହେବ। ଉତ୍ସବରେ ଯୋଗଦେବା ଲାଗି ଦର୍ଶକଙ୍କ ପାଇଁ ଫ୍ରି ପାସ୍‌ର ବ୍ୟବସ୍ଥା ରହିଛି। ପ୍ରାୟ ୬ ହଜାର ଦର୍ଶକ ବସିବାର ବ୍ୟବସ୍ଥା ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ