ଯୋଗୀଙ୍କୁ ଆଶ୍ବସ୍ତି: ୨୦୦୭ ଗୋରଖପୁର ଦଙ୍ଗାରେ ସଂପୃକ୍ତି ଆବେଦନ ହାଇକୋର୍ଟରେ ଖାରଜ


ଆହ୍ଲାବାଦ: ୨୦୦୭ ମସିହାରେ ଗୋରଖପୁରରେ ସଂଘଟିତ ଦଙ୍ଗାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଂପୃକ୍ତି ରହିଛି ବୋଲି ଦର୍ଶାଇ ଏହି ମାମଲାର ପୁନଃ ଯାଞ୍ଚ୍‌ ସଂକ୍ରାନ୍ତରେ ଏକ ଆବେଦନ କରାଯାଇଥିଲା। ଏହି ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଇବାକୁ ଆବେଦନକାରୀ ଜଣକ ଆହ୍ଲାବାଦ ହାଇକୋର୍ଟରେ ଦାଖଲ କରିଥିବା ଆବେଦନ ଦାବି କରିଥିଲେ। କିନ୍ତୁ ଏବେ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳସ୍ବରୂପ ଏହି ମାମଲାରେ ଏବେ ଯୋଗୀ ଆଦିତ୍ୟନାଥଙ୍କୁ ଆଶ୍ବସ୍ତି ମିଳିଛି।

୨୦୦୭ ମସିହା ଜାନୁଆରୀ ୨୭ ତାରିଖରେ ଗୋରଖପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ଦଙ୍ଗା ସୃଷ୍ଟି ହେବା ଫଳରେ ଏଥିରେ ଜଣେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଜୀବନ ଯାଇଥିଲା। ଏହି ମାମଲାରେ ସେତେବେଳେ ଆଦିତ୍ୟନାଥ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତିବିଶେଷମାନଙ୍କୁ ଉସକାଇବା ଭଳି ଭାଷଣ ଦେଇଥିଲେ ବୋଲି ପୋଲିସ୍‌ ଏକ ମାମଲା ରୁଜୁ କରିଥିଲା। ଅବଶ୍ୟ ଏଥିପାଇଁ ଆହ୍ଲାବାଦ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଦଙ୍ଗା ପରିପ୍ରେକ୍ଷୀରେ ସମଗ୍ର ସହରରେ କର୍ଫ୍ୟୁ ଜାରି ହୋଇଥିଲେ ମଧ୍ୟ ଆଦିତ୍ୟନାଥ ଏପରି ଭାଷଣ ଦେବା ଫଳରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା ବୋଲି ଏତଲାରେ ଦର୍ଶାଯାଇଥିଲା। ଏହି ମାମଲାର ତଦନ୍ତ ପରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ୧୫୩-କ ଧାରାରେ ଚାର୍ଜଶିଟ୍‌ ଦାଖଲ କରିବା ସକାଶେ ସୁପାରିସ୍‌ କରାଯାଇଥିଲା ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌-ସିଆଇଡି ଇନ୍ସପେକ୍ଟର ଚନ୍ଦ୍ର ଭୂଷଣ ଉପାଧ୍ୟାୟ ସୂଚନା ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସବୁଠାରୁ ମୂଲ୍ୟବାନ ପୁସ୍ତକ
୨୦୧୦ ମସିହାରେ ଗୋଟିଏ ପୁସ୍ତକ ନିଲାମ ହେଲା। ତାହାର ମୂଲ୍ୟ ୧୧.୫ ମିଲିୟନ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭୬ କୋଟି ୫୬ ଲକ୍ଷ ୬୯ ହଜାର ୪୨୫ କୋଟି ଟଙ୍କା ରହିଥିଲା। ଏ ପୁସ୍ତକ ହେଉଛି ଜନ୍ ଜେମସ୍ ଅଡୁବନଙ୍କର ‘ବାର୍ଡ୍‌ସ ଅଫ ଆମେରିକା’। ୧୮୨୭-୧୮୩୮ ଏହି ୧୧ ବର୍ଷ ମଧ୍ୟରେ ଅଡୁବନ୍ ଏହି ପୁସ୍ତକ ରଚନା କରିଥିଲେ। ବାସ୍ତବରେ ଏଥିରେ ଆମେରିକାର ବିଭିନ୍ନ ପ୍ରଜାତିର ଚଢ଼େଇଙ୍କ ସମ୍ପର୍କରେ ତଥ୍ୟ ଏବଂ ଚଢ଼େଇଙ୍କର ଚିତ୍ର ରହିଛି। ଆମେରିକାରେ ଏହାର ମୁଦ୍ରଣ ସମ୍ଭବ ନ ହେବାରୁ ଲେଖକ ଇଂଲଣ୍ଡ ଆସି ଏହା ପ୍ରକାଶ କରିଥିଲେ। ହାତ ତିଆରି କାଗଜରେ ମୁଦ୍ରିତ ଏହି ପୁସ୍ତକରେ ପ୍ଳେଟ ମାଧ୍ୟମରେ ଚଢ଼େଇଙ୍କ ଚିତ୍ର ମୁଦ୍ରଣ କରାଯାଇ ହାତରେ ରଂଗ ଦିଆଯାଇଥିଲା। ଏହାର ସମୁଦାୟ ୨୦୦ ପୁସ୍ତକ ମୁଦ୍ରିତ ହୋଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?