ଜଗା ପିନ୍ଧିଲା ସ୍ୱତନ୍ତ୍ର ହେଲମେଟ: ଡିସଚାର୍ଜ ନ କରିବାକୁ ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ


ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗାକୁ ଆଜି ସ୍ୱତନ୍ତ୍ର ଭାବେ ତିଆରି ହେଲମେଟ ପିନ୍ଧାଯାଇଛି। ଏହା ଜଗାର ଖପୁରୀକୁ ସୁରକ୍ଷିତ ରଖିବା ସହ ସଂକ୍ରମଣ ନ ହେବା ପାଇଁ ଏହି ହାଲୁକା ହେଲମେଟ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ସେପଟେ ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏଁ ସେମାନଙ୍କୁ ଡିସଚାର୍ଜ ନ କରିବା ପାଇଁ ଆଜି ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓ ଅନୁସୂଚିତ ଜନଜାତି କମିଶନଙ୍କ ନିକଟରେ ଭିନ୍ନ ଭିନ୍ନ ଦୁଇଟି ପିଟିସନ ଦାଖଲ କରାଯାଇଛି। ଦୁଇ ଶିଶୁଙ୍କ ଡିସଚାର୍ଜ ନେଇ ଏମ୍ସ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିଚାରବିମର୍ଷ ଚାଲିଥିବା ବେଳେ ଏହାକୁ ବିରୋଧ କରି ବରିଷ୍ଠ ଆଇନ୍‌ଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହି ପିଟିସନ ଦାଖଲ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଜଗା-କାଳିଆଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଗଲେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାର ଆଶଙ୍କା ରହିଛି। ଏହା ସହିତ ସେମାନଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶାରେ ଆବଶ୍ୟକୀୟ ଭିତ୍ତିଭୂମି ଓ ସୁବିଧା ନାହିଁ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି।

ଏହା ସହିତ ଦୁଇ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏଁ ସେମାନଙ୍କୁ ଡିସଚାର୍ଜ ନ କରିବା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଜାରି କରିବାକୁ ଏହି ପିଟିସନରେ ଅନୁରୋଧ କରାଯାଇଛି। କେବଳ ଏତିକି ନୁହେଁ ବରଂ ଏନ୍‌ଏଚ୍‌ଆର୍‌ସିର ଗୋଟିଏ ସ୍ୱତନ୍ତ୍ର ଟିମ୍‌ ଏମ୍ସ ପରିଦର୍ଶନ କରି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଆକଳନ କରିବାର ଆବଶ୍ୟକତା ରହିଥିବା ଏଥିରେ କୁହାଯାଇଛି। ଅପରପକ୍ଷେ ଦୁଇ ଶିଶୁଙ୍କୁ ଡିସଚାର୍ଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ କଟକ ଏସ୍‌ସିବିର ୫ ଜଣିଆ ଡାକ୍ତରୀ ଦଳ ଶୁକ୍ରବାର ଏମ୍ସ ଗସ୍ତ କରି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ସେମାନଙ୍କର ଡିସଚାର୍ଜ ସମ୍ପର୍କୀତ ତାରିଖ ଧାର୍ଯ୍ୟ କରାଯିବ। ଦିଲ୍ଲୀ ଏମ୍ସରେ ଅଧିକ ଦିନ ଚିକିତ୍ସିତ ହେବାରେ ସଂକ୍ରମଣର ଭୟ ଅଧିକ ରହୁଥିବାରୁ ଦୁଇ ଶିଶୁଙ୍କୁ ସ୍ଥାନାନ୍ତର କରାଯିବା ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି। ଆଗକୁ ଦୁଇ ଶିଶୁଙ୍କର ଅଧିକ ଚିକିତ୍ସାର ଆବଶ୍ୟକତା ରହିଥିବାରୁ ଓଡ଼ିଶାର ଡାକ୍ତରୀ ଦଳ ଦିଲ୍ଲୀ ଏମ୍ସ ଡାକ୍ତରଙ୍କଠାରୁ ସ୍ୱଳ୍ପ ଅବଧି ତାଲିମ୍‌ ମଧ୍ୟ ନେବେ ବୋଲି ଖବର ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସବୁଠାରୁ ମୂଲ୍ୟବାନ ପୁସ୍ତକ
୨୦୧୦ ମସିହାରେ ଗୋଟିଏ ପୁସ୍ତକ ନିଲାମ ହେଲା। ତାହାର ମୂଲ୍ୟ ୧୧.୫ ମିଲିୟନ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭୬ କୋଟି ୫୬ ଲକ୍ଷ ୬୯ ହଜାର ୪୨୫ କୋଟି ଟଙ୍କା ରହିଥିଲା। ଏ ପୁସ୍ତକ ହେଉଛି ଜନ୍ ଜେମସ୍ ଅଡୁବନଙ୍କର ‘ବାର୍ଡ୍‌ସ ଅଫ ଆମେରିକା’। ୧୮୨୭-୧୮୩୮ ଏହି ୧୧ ବର୍ଷ ମଧ୍ୟରେ ଅଡୁବନ୍ ଏହି ପୁସ୍ତକ ରଚନା କରିଥିଲେ। ବାସ୍ତବରେ ଏଥିରେ ଆମେରିକାର ବିଭିନ୍ନ ପ୍ରଜାତିର ଚଢ଼େଇଙ୍କ ସମ୍ପର୍କରେ ତଥ୍ୟ ଏବଂ ଚଢ଼େଇଙ୍କର ଚିତ୍ର ରହିଛି। ଆମେରିକାରେ ଏହାର ମୁଦ୍ରଣ ସମ୍ଭବ ନ ହେବାରୁ ଲେଖକ ଇଂଲଣ୍ଡ ଆସି ଏହା ପ୍ରକାଶ କରିଥିଲେ। ହାତ ତିଆରି କାଗଜରେ ମୁଦ୍ରିତ ଏହି ପୁସ୍ତକରେ ପ୍ଳେଟ ମାଧ୍ୟମରେ ଚଢ଼େଇଙ୍କ ଚିତ୍ର ମୁଦ୍ରଣ କରାଯାଇ ହାତରେ ରଂଗ ଦିଆଯାଇଥିଲା। ଏହାର ସମୁଦାୟ ୨୦୦ ପୁସ୍ତକ ମୁଦ୍ରିତ ହୋଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?