ଗାଁ ର ନାମ ଯୋଡ଼ି ଯାଉଁଳି


କେରଳର ମାଲାପୁରମ୍ ଜିଲ୍ଲାର ଗୋଟିଏ ଗାଁ କୋଡିହ୍ନିା ସେହି ଗାଁରେ ପ୍ରାୟ ୨୦୦୦ ପରିବାର ବାସ କରନ୍ତି। ଗୋଟିଏ ଅଜବ କାରଣ ପାଇଁ ଏହି ଗାଁଟି ବିଶ୍ୱ ବିଖ୍ୟାତ। କାରଣଟି ହେଉଛି - ବିଶ୍ୱର ସର୍ବାଧିକ ଯାଆଁଳା ପିଲା ଏହି ଗାଁରେ ଜନ୍ମ ହୁଅନ୍ତି। ପ୍ରତି ୧୦୦୦ ନବଜାତକରେ ଯାଆଁଳାଙ୍କ ହାର ହେଉଛି ୪୫। ଏହି ପରିପ୍ରେକ୍ଷୀରେ ଜାତୀୟ ହାର ମାତ୍ର ୪। ଦଶବର୍ଷ ତଳେ ଏହି ଗାଁରେ ୨୦୪ଟି ଯୋଡି ଯାଉଁଳି ଥିଲେ। ୧୯୪୯ ମସିହାରୁ ଏହି ଧାରା ଲାଗି ରହିଛି। ଆହୁରି ଆଶ୍ଚର୍ଯ୍ୟର କଥା - ବାହାର ଗାଁରୁ ବିବାହ କଲେ ମଧ୍ୟ ଏହି ହାରରେ ପରିବର୍ତ୍ତନ ଆସିନାହିଁ। ଯୋଡି ଯାଉଁଳି ସଂଘ ନାମରେ ଏହି ଗାଁରେ ଗୋଟିଏ ଅନୁଷ୍ଠାନ ମଧ୍ୟ ଅଛି ।

ନାଇଜେରିଆର ଇବୋ -ଓରା ଗୋଟିଏ ଛୋଟିଆ ସହର। ଏହି ସହର ମଧ୍ୟ ଯାଆଁଳା ଜନ୍ମ ନିମନ୍ତେ ଖ୍ୟାତ। ୧୯୭୨-୮୨ ମସିହା ମଧ୍ୟରେ ଏହି ସହରରେ ପ୍ରତି ୧୦୦୦ ଜନ୍ମରେ ଯାଆଁଳା ହାର ଥିଲା ୫୦। ଏହା ଏପର୍ଯ୍ୟନ୍ତ ସର୍ବାଧିକ। ଅନେକ ଗବେଷକ ଏହାର ରହସ୍ୟ ଉନ୍ମୋଚନ ନିମନ୍ତେ ଏବେ ବି ପ୍ରୟାସ ଚଳାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ