ପ୍ରେମିକ ଜର୍ଜ ବର୍ଣ୍ଣାର୍ଡ୍ ଶ’


ଜର୍ଜ ବର୍ଣ୍ଣାଡ୍ ଶ’ ୧୯ ବର୍ଷ ବୟସରୁ ୪୨ ବର୍ଷ ବୟସ ମଧ୍ୟରେ ବହୁ ନାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ପ୍ରେମିକା ଥିଲେ ସୁନ୍ଦରୀ ଆଲିସ୍ ଲରେଟ୍। ମିସ୍ ଲରେଟ୍‌ସଙ୍କ ଉଦ୍ଦେଶ୍ୟରେ ଅନେକ କବିତା ସେ ଲେଖିଥିଲେ । ପ୍ରେମ ଚିଠି ମଧ୍ୟ ଲେଖିଥିଲେ। ସମ୍ପର୍କ ତିଷ୍ଠିଥିଲା ମାତ୍ର ସାତବର୍ଷ।

ଲେଖାଲେଖି କରି ଯେତେବେଳେ ଅଧିକ ଅର୍ଥ ଉପାର୍ଜନ କରିବାରେ ଶ’ ସକ୍ଷମ ହେଲେ, ସେତେବେଳେ ସେ ବହୁ ସୁନ୍ଦରୀଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ବ୍ୟାକୁଳ ହୋଇଉଠିଲେ। ଠିକ୍ ଏତିକିବେଳେ ତାଙ୍କ ଜୀବନକୁ ଆସିଥିଲେ ଜଣେ ବିଧବା ମହିଳା, ଯିଏକି ଶ’ ଙ୍କଠାରୁ ୧୫ ବର୍ଷ ବଡ଼ ଥିଲେ।

ଶ’ ଖୁବ୍ ଲାଜୁଆ ଥିଲେ। ତେଣୁ ସେହି ସମୟର ପ୍ରସିଦ୍ଧ କବି ଓ୍ୱିଲିୟମ୍‌ସଙ୍କ ସୁନ୍ଦରୀ କନ୍ୟା ମେ’ ମରିସ୍‌ଙ୍କୁ ଭଲପାଉଥିଲେ ବୋଲି ବି କହି ପାରି ନ ଥିଲେ ମୁହଁ ଖୋଲି । ମେ’ ଙ୍କର ଅନ୍ୟ ଜାଗାରେ ବାହାଘର ହୋଇଗଲା । ପରେ ପରେ ତାଙ୍କର ମୃତ୍ୟୁ ବି ହୋଇଥିଲା । ମେ’ଙ୍କ ମୃତ୍ୟୁରେ ଖୁବ୍ ଭାଙ୍ଗି ପଡ଼ିଥିଲେ ଶ’ ଏବଂ ହୋଇଯାଇଥିଲେ ଶଯ୍ୟାଶାୟୀ।

ଏତିକିବେଳେ ତାଙ୍କ ଜୀବନରେ ଆସିଲେ ଶାଲ୍ଟପେଇନ୍ ଟାଉନ୍‌ରେ। ପୂର୍ବରୁ ଦି’ଜଣଙ୍କ ଭିତରେ ବନ୍ଧୁତା ଥିଲା। ଶ’ଙ୍କ ସେବାକଲେ ଶାଲ୍ଟ ଏବଂ ସୁସ୍ଥ ହେବାପରେ ଦୁହେଁ ବାହାହେଲେ। ତେବେ ବାହାଘର ଆଗରୁ ଶାଲ୍ଟ ଏକ ସର୍ତ୍ତ ରଖଥିଲେ ଯେ ବାହାଘର ପରେ ବି ସେମାନଙ୍କ ଭିତରେ କୌଣସି ଶାରୀରିକ ସମ୍ପର୍କ ରହିବ ନାହିଁ । ଅନିଚ୍ଛାସତ୍ତ୍ବେ ଶ’ ରାଜି ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ ଭିତରେ ସୃଷ୍ଟି ହୋଇଥିଲା ସ୍ବାଭାବିକ ସମ୍ପର୍କ।

ବିବାହ ପରେ ମଧ୍ୟ ବୁଝି ନ ଥିଲା ଶ’ଙ୍କର ପ୍ରେମିକ ମନ । ଶାଲ୍ଟ ଥାଉଥାଉ ଯେଉଁ ରମଣୀ ସହ ପୁଣିଥରେ ତାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଲା, ସେ ହେଲେ ଅଭିନେତ୍ରୀ ପ୍ୟାଟ୍ରିକ୍‌ କ୍ୟାମ୍ପବେଲ୍‌। ପାଟ୍ରିକଙ୍କୁ ପାଇବା ପାଇଁ ଶେଷ ଉଦ୍ୟମ କରିଥିଲେ ଶ’। ମାତ୍ର ଶ’ଙ୍କ ଅହଙ୍କାର ପାଇଁ ଏଇ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ପାଟ୍ରିକ୍ କ୍ୟାମ୍ପବେଲ୍।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ