ବିଜ୍ଞାନ ଓ ପ୍ରଯୁକ୍ତି
ବଜାରରେ ଉପଲବ୍ଧ ସୋନୀର ନୂଆ କ୍ୟାମେରା
ୟୁରୋପ ତୁଳନାରେ ଭାରତରେ ଶସ୍ତ୍ରା ସୋନୀ ସାଇବର-ଶଟ୍ ଏଚ୍ଏକ୍ସ୩୫୦ ସୁପର-ଜୁମ୍ କ୍ୟାମେରା

ଭିନ୍ନ ଭିନ୍ନ ପାର୍ଶ୍ବରୁ ସୋନୀ ସାଇବର-ଶଟ୍ ଏଚ୍ଏକ୍ସ ୩୫୦ର ଲୁକ୍
ସୋନୀର ନୂଆ ସାଇବର-ଶଟ୍ ଏଚ୍ଏକ୍ସ ୩୫୦ ସୁପର-ଜୁମ୍ କ୍ୟାମେରା ୨୦୧୬ ଡିସେମ୍ବରରେ ୟୁରୋପରେ ବଜାର ପ୍ରବେଶ କରିଥିବା ବେଳେ ଏବେ ଭାରତୀୟ ବଜାରରେ ଉପଲବ୍ଧ। ସୋନୀ ସାଇବର-ଶଟ୍ ଏଚ୍ଏକ୍ସ୩୦୦ ମଡେଲ ପରେ ଏବେ ଏହା ବଜାରକୁ ଆସିଛି। ଭାରତରେ ଏହାର ବଜାର ଦର ୨୮,୯୯୦ ଟଙ୍କା ଥିବା ବେଳେ ୟୁରୋପରେ ପ୍ରାୟ ୩୨,୬୦୦ ଟଙ୍କା (୪୪୯ ୟୁରୋ) ରହିଛି।
ସୋନୀର ପୂର୍ବ ଉତ୍ପାଦ ତୁଳନାରେ ଏହି ନୂଆ କ୍ୟାମେରାର ଫିଚରରେ ଅଧିକ ପରିବର୍ତ୍ତନ ହୋଇନାହିଁ। ଏଥିରେ ରହିଛି ବ୍ୟାକ୍-ଇଲୁମିନେଟେଡ୍ ୨୦.୪ ମେଗାପିକ୍ସେଲ ଆର୍ ସିଏମ୍ଓଏସ୍ ସେନ୍ସର ଓ ଅପ୍-ଟୁ-ଡେଟ୍ ବାୟୋଞ୍ଜ ଏକ୍ସ ଇମେଜ୍ ପ୍ରସେସର। ଏହାର ରେଞ୍ଜ ମଲ୍ଟି ଫ୍ରେମ୍ ଏନ୍ଆର୍ ମୋଡ୍ରେ ୧୨,୮୦୦ ପର୍ଯ୍ୟନ୍ତ ହୋଇପାରିବ, ଯାହାର ଆଇଏସ୍ଓ ରେଟିଂ ଆଇଏସ୍ଓ ୮୦-୩୨୦୦ ରହିଛି। ଏହାର ଫୋକାଲ ଲେଙ୍ଗଥ୍ ୱାଇଡ୍ ଏଣ୍ଡ୍ରେ ୨୪ ଏମ୍ଏମ୍ ଓ ଟେଲିଫଟୋ ଏଣ୍ଡ (୩୫ ଏମ୍ଏମ୍ ସହ ସମାନ)ରେ ୧୨୦୦ ଏମ୍ଏମ୍ ଏବଂ ଆପରେଚର ଏଫ୍/୨.୮-୬.୩। ଫଳରେ ୫୦ ଏକ୍ସ ଅପ୍ଟିକାଲ ଜୁମ୍ ମିଳିପାରୁଛି, ଯାହାକି ଦୂରରୁ ଫଟୋଗ୍ରାଫି ପାଇଁ ଉପଯୋଗୀ।
ସୋନୀ ସାଇବର-ଶଟ୍ ଏଚ୍ଏକ୍ସ ୩୫୦ରେ ଜୁମ୍ ଓ ଫୋକସ୍ ଆଡଜଷ୍ଟମେଣ୍ଟ ପାଇଁ ମାନୁଆଲ ରିଙ୍ଗ, ମୋଡ୍ ଡାଏଲ ଓ କଷ୍ଟମ୍ ବଟ୍ଟନ ଆଦି ସୁବିଧା ରହିଛି। ଏଥି ସହିତ ଫୁଲ ପିଏଏସ୍ଏମ୍ କଣ୍ଟ୍ରୋଲ, ୧୦ ଏଫ୍ପିଏସ୍ ବର୍ସଟ ଶୁଟିଂ, ୬୦ ଏଫ୍ପିଏସ୍ରେ ୧୦୮୦ ପି ଭିଡିଓ ଶୁଟିଂ ସୁବିଧା ମଧ୍ୟ ରହିଛି। ଏଥିରେ ଟିଲ୍ଟ ହୋଇପାରୁଥିବା ୯୨୧ କେ-ଡଟ୍ ରିଜୋଲ୍ୟୁସନର ୩ ଇଞ୍ଚ ବିଶିଷ୍ଟ ଏଲ୍ସିଡି ଡିସ୍ପ୍ଲେ ରହିଥିବା ବେଳେ ବ୍ଲୁଟୁଥ୍, ୱାଇ-ଫାଇ ବା ଏନ୍ଏଫ୍ସି ଅନ୍ ବୋର୍ଡ ସୁବିଧା ନାହିଁ।
ୟୁଏସ୍ବି ୨.୦ ଯୋଗେ ଏଥିରୁ ପିସିକୁ ଡାଟା ଟ୍ରାନ୍ସଫର ହୋଇପାରିବ ଓ ମାଇକ୍ରୋ ଏଚ୍ଡିଏମ୍ଆଇ ପୋର୍ଟ ଯୋଗେ ଏଚ୍ଡିଟିଭିରେ ଏହା ଦେଖିହେବ। ଏଥିରେ ମାଇକ୍ରୋଫୋନ୍ ବା ହେଡ୍ଫୋନ୍ ସକେଟ୍ ନାହିଁ। କ୍ୟାମେରା ହଲିଗଲେ ବି ଭଲ ଫଟୋ ଓ ଭିଡିଓ ପାଇଁ ଏଥିରେ ରହିଛି ଷ୍ଟେଡି ଶଟ୍ ଫିଚର। ଶାର୍ପ ଓ ବ୍ଲର ଫ୍ରି ଫୁଲ ଏଚ୍ଡି ଭିଡିଓ ପାଇଁ କ୍ୟାମେରାରେ ଇନ୍ବିଲ୍ଟ ଇଣ୍ଟେଲିଜେଣ୍ଟ ଆକ୍ଟିଭ ମୋଡ୍ ରହିଛି।