ବଡ଼ ପରଦାରେ ଦୁଇ ଦୁଇଟି ଓଡ଼ିଆ ସିନେମା


ଶୁକ୍ରବାର ୨ଟି ଓଡ଼ିଆ ସିନେମା ରୁପେଲି ପରଦାରେ ମୁକ୍ତିଲାଭ କରିଛି। ଗୋଟିଏ ‘ତୋ ପ୍ରେମରେ ପଡ଼ିଲା ପରେ’ ଓ ଅନ୍ୟଟି ‘ଟିକେ ଅନାଡ଼ି ପୂରା ଖିଲାଡ଼ି’।

‘ତୋ ପ୍ରେମରେ ପଡ଼ିଲା ପରେ’ ସିନେମାରେ ଦୁଇଜଣ ନବାଜତ ଯୋଡ଼ିଙ୍କୁ ପରାଦାରେ ଦେଖିବାକୁ ମିଳିବ। ନବାଗତ ଦେବରାଜ ସାହୁ ଏବଂ ଚିନ୍ମୟୀ ପ୍ରିୟଦର୍ଶିନୀ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ମଧ୍ୟ ଚିନ୍ମୟୀ ନେଇଛନ୍ତି। ସିନେମାର ନିର୍ଦେଶନା ସରୋଜକାନ୍ତ ଦେଇଥିବାବେଳେ କାହାଣୀକାର ହେଉଛନ୍ତି ଡ. ପ୍ରସନ୍ନ ପାଟ୍ଟଶାଣୀ। ସଂଳାପ ଡ. ରଜନୀ ରଞ୍ଜନ ଏବଂ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ।

ସେହିପରି ପ୍ରିୟଦର୍ଶୀ ମିଡ଼ିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ତୃତୀୟ ଅବଦାନ ହେଉଛି ‘ଟିକେ ଅନାଡ଼ି ପୂରା ଖିଲାଡ଼ି’। ଏହି ସିନେମାରେ ଗୋଟିଏ ନାୟକଙ୍କ ସହ ୩ ଜଣ ନାୟିକାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ବବ୍‌ଲି, ସଞ୍ଜନା ଓ ଇପ୍‌ସୀତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ‘ମୁଁ ଗାନ୍ଧି ନୁହଁ’ର ନାୟକ କରଣ। 

ଭୁବନେଶ୍ବରସ୍ଥିତ ଶ୍ରୀୟା ଟକିଜ୍‌ରେ ସକାଳ ୧୧ଟାରେ ‘ତୋ ପ୍ରେମରେ ପଡ଼ିଲା ପରେ’ ସିନେମାର ପ୍ରିମିୟର ଶୋ’ ହୋଇଥିବାବେଳେ ଅପରାହ୍ନ ୩ଟାରେ ଏଠାରେ ‘ଟିକେ ଅନାଡ଼ି ପୂରା ଖିଲାଡ଼ି’ର ପ୍ରିମିୟର ଶୋ’ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ